ଘୋଡ଼ାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ୧୦ ବର୍ଷ ଜେଲ, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ମଣିଷ ଧୀରେ ଧୀରେ ପଶୁ ଠାରୁ ବି ହୀନ ହୋଇଯାଉଛି। ବର୍ତ୍ତମାନ ଯୁଗ ଯେତିକି ଯେତିକି ଆଗକୁ ଯାଉଛି, ମଣିଷ ସେତିକି ସେତିକି ନିଜ ହିତାହିତ ଜ୍ଞାନ ହରାଇ ବସୁଛି। ଏବେ ଏହାର ଏକ ଜ୍ୱଳନ୍ତ ତଥା ଘୃଣ୍ୟ ଉଦାହରଣ ସାମ୍ନାକୁ ଆସିଛି ଆମେରିକାର ଟେକ୍ସାସ୍ ସହରରୁ। ଏଠାରେ ଜଣେ ଯୁବକ ଘୋଡ଼ା ସହ ଦୁଷ୍କର୍ମ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି। ଏହି କୁକର୍ମ ପାଇଁ ତାକୁ ୧୦ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି। ଘୋଡ଼ାଶାଳରେ ଲାଗିଥିବା ସିସିଟିଭି କ୍ୟାମେରାରେ ପୂରା ଦୃଶ୍ୟ କଏଦ ହୋଇଛି। ଏହି ଫୁଟେଜ୍ ଆଧାରରେ ଯୁବକ ଦୋଷୀ ସାବ୍ୟସ୍ତ ହୋଇଛି।
ଘୋଡ଼ାକୁ ଦୁଷ୍କର୍ମ କରିଥିବା ଏହି ଅଭିଯୁକ୍ତ ଯୁବକର ନାଁ ହେଉଛି ଜିନ୍ ମେରି ବୁଗୋମା। ବୁଗୋମା ମଧ୍ୟ ଘୋଡ଼ାକୁ ରେପ୍ କରିଥିବା ନେଇ ସ୍ୱୀକାର କରିଛି। ବୁଧବାର ଦିନ ସେ ଜୀବଜନ୍ତୁଙ୍କୁ ବଳାତ୍କାର କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି।
କୁହାଯାଉଛି ଯେ ଜୁନ୍ ୨୦୨୨ରୁ ଫେବ୍ରୁୟାରୀ ୨୦୨୧ ମଧ୍ୟରେ ବୁଗୋମା ପାଖାପାଖି ୩ ଥର ଘୋଡ଼ାଶାଳରେ ଏହି ଘୃଣ୍ୟ କାମ କରିଛି। ସିସିଟିଭି କ୍ୟାମେରାରେ ତାକୁ ଉଲଗ୍ନ ଅବସ୍ଥାରେ ଘୋଡ଼ାଶାଳରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ତୁରନ୍ତ ପରେ ଘୋଡ଼ାଶାଳ ମାଲିକ ଦେଖିଥିଲେ ଯେ ୨ଟି ଘୋଡ଼ା ଗୁରୁତର ହୋଇପଡ଼ିଥିଲେ। ଚିକିତ୍ସା ବେଳେ ପଶୁ ଚିକିତ୍ସକ ଜାଣିବାକୁ ପାଇଥିଲେ ଯେ ଏହି ଜୀବମାନେ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। କିନ୍ତୁ ସେତେବେଳେ କାହାର ବି ବୁଗୋମାଙ୍କ ଉପରେ ସନ୍ଦେହ ହୋଇନଥିଲା। କିନ୍ତୁ କିଛି ମାସ ପରେ ପୁଣି ଥରେ ବୁଗୋମାଙ୍କୁ ଘୋଡ଼ାଶାଳରେ ଦେଖିବା ପରେ ମାଲିକଙ୍କର ସନ୍ଦେହ ହୋଇଥିଲା।
Texas Man Receives 10 Years Behind Bars After Pleading Guilty To Sexually Assaulting A Horse https://t.co/LulDv4A0Y9 pic.twitter.com/rRKf7zRlzY
— BallerAlert (@balleralert) July 2, 2022
ଏ ନେଇ ସେ ପୋଲିସରେ ଅଭିଯୋଗ କରିଥିଲେ। ତଦନ୍ତ ଅଧିକାରୀଙ୍କୁ ସେ କହିଥିଲେ ଯେ ବୁଗୋମା ଯିବ ପରେ ସେ ଘୋଡ଼ାଙ୍କ ଗୋଡ଼ ବନ୍ଧା ଯାଇଥିବା ଦେଖିଥିଲେ। ପରେ ମାଲିକଙ୍କ ଅଭିଯୋଗ ଆଧାରରେ ବୁଗୋମାକୁ ଗିରଫ କରାଯାଇଥିଲା। କିନ୍ତୁ ପଚରାଉଚରା ବେଳେ ବୁଗୋମା ଏ ନେଇ ମାନିନଥିଲା। କିନ୍ତୁ ପରେ ଡିଏନ୍ଏ ଟେଷ୍ଟ କରାଯିବାରୁ ସ୍ପଷ୍ଟ ହୋଇଥିଲା ଯେ ଘୋଡ଼ା ଓ ବୁଗୋମାଙ୍କ ଡିଏନ୍ଏ ମିଶୁଛି। ପରେ ତାଙ୍କୁ ୧୦ ବର୍ଷର ଜେଲ ହୋଇଛି।
Also Read: କମେଡିଆନ୍ କପିଲ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ, ଟଙ୍କା ନେଇ କଣ୍ଟ୍ରାକ୍ଟ ପୂରା କରିନଥିବା ଅଭିଯୋଗ