କେନ୍ଦୁଝରରେ ଗୋଷ୍ଠୀ ସଂଘର୍ଷ, ୨ଗୁରୁତର ସହ ପୋଲିସ ଗାଡିକୁ ଆକ୍ରମଣ

କେନ୍ଦୁଝର(କେନ୍ୟୁଜ): କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ସିଂପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ। ଜମିଜମା ବିବାଦକୁ ନେଇ ଦୀର୍ଘ ୧୩ବର୍ଷ ଧରି ହରିହର ଘଣାଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା। ତାଙ୍କର ନିଆଁପାଣି ବନ୍ଦ କରାଯାଇଥିଲା। ଗତ ୫ତାରିଖରେ ହରିହରଙ୍କ ନାତୁଣୀର ବାହାଘର ଥିଲା। ହେଲେ ଗାଁ ଲୋକଙ୍କ ମଧ୍ୟରେ ତାଙ୍କର ତିକ୍ତତା ବହୁ ମାତ୍ରାରେ ବଢ଼ିଯାଇଥିଲା। ପରେ ଗାଁ ଲୋକ ନାତୁଣୀ ବାହାଘର ପ୍ରସେସନ କରିବାକୁ ଦେଇନଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ହରିହର ଭଡାଟିଆ ଗୁଣ୍ଡାଙ୍କୁ ଆଣି ଗଣ୍ଡଗୋଳ କରିଥିଲେ।

nayakota

ପ୍ରଥମେ ବଚସା ପରେ ମାରପିଟି ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲେ। ହେଲେ ଗୋଷ୍ଠୀ ସଂଘର୍ଷ ଏପରି ଥିଲା ଯେ ପୋଲିସ ମଧ୍ୟ ଏଥିରୁ ବାଦ୍‌ ପଡିନଥିଲେ। ଶେଷରେ ପୋଲିସ ଗାଡି ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିଲା,ଯେଉଁଥିରେ ୨ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ନାମ ନରେନ୍ଦ୍ର ଘଣା ଓ ମୁରଲୀ ଘଣା। ଗାଁ ଲୋକ ଉତ୍ତେଜିତ ହୋଇ ହରୀହରଙ୍କ ଘର ଭଙ୍ଗାରୁଜା କରିବା ସହ ଏସଆଇ ଇନ୍ଦ୍ରମଣି ଶତପଥୀଙ୍କ ବଦଳିକୁ ନେଇ ଦାବି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.