ପରିକ୍ରମା ପ୍ରକଳ୍ପ ପାଇଁ ଭକ୍ତ ଦେଇଥିବା ଅର୍ଘ୍ୟ ଗ୍ରହଣ କରିବେ ମହାସୁଆର ନିଯୋଗ

ପରିକ୍ରମା ପ୍ରକଳ୍ପ ପାଇଁ ସଂଗୃହୀତ ଗୁଆା-ଚାଉଳ ଅର୍ଘ୍ୟ ଗ୍ରହଣ କରିବେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ । ଭକ୍ତ ଦେଇଥିବା ଅର୍ଘ୍ୟ ମହାପ୍ରଭୁଙ୍କ କାମରେ ଲାଗିବ ।

ପୁରୀ:  ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହିତ ସମସ୍ତ ସାମଗ୍ରୀକୁ ସସମ୍ମାନେ ଗ୍ରହଣ କରିବ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ। ଶ୍ରୀଜୀଉଙ୍କ ପାଇଁ ଭକ୍ତ ଦେଇଥିବା ଚାଉଳ,ଗୁଆ,ଶ୍ରୀଫଳକୁ ତର୍ଜମା କରି ବ୍ୟବସ୍ଥା ଅନୁସାରେ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଯିବ।

ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅର୍ପଣ ରଥ ଘୁରି ବୁଲିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସ୍ବତ ପବୃତ ଭାବେ ମହାପ୍ରଭୁଙ୍କ ଉଧ୍ୟେସରେ ଚାଉଳ,ଗୁଆ ଓ ଶ୍ରୀଫଳ ପ୍ରଦାନ କରିଥିଲେ। ଯାହାକୁ ନେଇ ଅଯଥାରେ ପ୍ରଶ୍ନ ଉଠାଜଇଥିବା ବେଳେ ଏହାକୁ ନେଇ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସେବାୟତ ମାନେ ସ୍ପଷ୍ଟ  କରିଛନ୍ତି। ମହାପ୍ରଭୁଙ୍କ ପାଇଁ ଭକ୍ତ ପ୍ରଦାନ କରିଥିବା  ସମସ୍ତ ଜିନିଷକୁ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଯିବ । ଏପରିକି ସଂଗୃହିତ ଚାଉଳକୁ ନିଯୋଗ ପକ୍ଷରୁ ରଖାଯିବ ସହ ମହାପ୍ରଭୁଙ୍କ ବିଭିନ୍ନ କାର୍ଯ୍ୟରେ ଲଗାଯିବ ବୋଲି ନିଯୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.