ଯେଉଁଠି ବାଘ ଭଳିଆ ଶୀତ ହେବା କଥା ସେଠି ଏବେ ଦିନର ଖରା ଜଳାଉଛି, ଏବେଠୁ ଏତେ ଆଗକୁ କେତେ ?

ଭୁବନେଶ୍ବର(କେନ୍ୟୁଜ୍): ମାଘରେ ମାଡ଼ି ଆସିଲାଣି ଟାଣ ଖରା । ଯେଉଁଠି ବାଘ ଭଳିଆ ଶୀତ ହେବା କଥା ସେଠି ଏବେ ଦିନର ଖରା ଜଳାଉଛି । ଜାନୁଆରୀରୁ ଶୀତ ଗାଏବ ସହ ବଢୁଛି ତାପମାତ୍ରା । ଏଥିରୁ ବାଦ୍‌ ପଡ଼ିନି ରାଜଧାନୀ । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହୁଛି । ସବୁଠୁ ଉତପ୍ତ ସହର ପାଲଟିଛି ବୌଦ୍ଧ । ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତାଳଚେରରେ ୩୪.୪ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରରେ ୩୪ ଡିଗ୍ରୀ ରେକର୍ଡ ହୋଇଛି ।

ବାୟୁମଣ୍ଡଳରେ ସାମୁଦ୍ରିକ ବାୟୁର ପ୍ରଭାବ ନାହିଁ ତେଣୁ ବୃଦ୍ଧି ହେଉଛି ତାପମାତ୍ରା । ଆଗକୁ ଆହୁରି ତାତି ବୃଦ୍ଧି ହୋଇପାରେ । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ତାତି ହେବା ସହ ତାପମାତ୍ରା ବୃଦ୍ଧି ହେବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ୪-୫ ଦିନରେ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ସେପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଥିବା ବେଳେ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନାହିଁ ।ମ

Leave A Reply

Your email address will not be published.