ତିନି ଜଣ ବରିଷ୍ଠ ସାହିତ୍ୟକଙ୍କୁ ମିଳିଲା ଅତିବଡି ଜଗନ୍ନାଥ ଦାସ ପୁରସ୍କାର

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡି ଜଗନ୍ନାଥ ଦାସ ପୂରସ୍କାର ପ୍ରଦାନ। ୨୦୨୧ ,୨୨ ଓ ୨୩ ପାଇଁ ତିନି ଜଣ ବରିଷ୍ଟ ସାହିତ୍ୟକଙ୍କୁ ଅତିବଡି ଜଗନ୍ନାଥ ଦାସ ପୂରସ୍କାର ସମ୍ମାନରେ ସମ୍ମାନୀତ କରିଛି ଓଡିଶା ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ । ୨୦୨୧ ପାଇଁ ଅତିବଡି ଜଗନ୍ନାଥ ଦାସ ପୁରସ୍କାର ପାଇଛନ୍ତି ପ୍ରଖ୍ୟାତ କଥାକାର ତଥା ଔପନ୍ୟାସିକା ପଦ୍ମ ଭୁଷଣ ଡକ୍ଟର ପ୍ରତିଭା ରାୟ । ସେହିପରି ୨୦୨୨ ପାଇଁ ଅତିବଡି ଜନନ୍ନାଥ ଦାସ ପୁରସ୍କାର ଗ୍ରହଣ କରିଛନ୍ତି ବିଶିଷ୍ଟ କବି ସାହିତ୍ୟ ସମାଲୋଚକ ପଦ୍ମଭୁଷଣ ଡକ୍ଟର ସୀତାକାନ୍ତ ମହାପାତ୍ର ।

କେନ୍ୟୁଜ୍(ବ୍ୟୁରୋ): ସାରସ୍ବତ ସାହିତ୍ୟ ସାଧକଙ୍କୁ ଅତିବଡି ଜଗନ୍ନାଥ ଦାସ ପୁରସ୍କାର । ୨୦୨୧ ପାଇଁ ଅତିବଡି ଜଗନ୍ନାଥ ଦାସ ପୁରସ୍କାର ପାଇଛନ୍ତି ପ୍ରଖ୍ୟାତ କଥାକାର ତଥା ଔପନ୍ୟାସିକା ପଦ୍ମ ଭୁଷଣ ଡକ୍ଟର ପ୍ରତିଭା ରାୟ । ସେହିପରି ୨୦୨୨ ପାଇଁ ଅତିବଡି ଜନନ୍ନାଥ ଦାସ ପୁରସ୍କାର ଗ୍ରହଣ କରିଛନ୍ତି ବିଶିଷ୍ଟ କବି ସାହିତ୍ୟ ସମାଲୋଚକ ପଦ୍ମଭୁଷଣ ଡକ୍ଟର ସୀତାକାନ୍ତ ମହାପାତ୍ର । ଅନ୍ୟତମ ବରିଷ୍ଠ ଲେଖକ ତଥା ତିନି ଶହରୁ ଅଧିକ ପୁସ୍ତକ ରଚନା କରିଥିବା ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦକ ପଦ୍ମଶ୍ରୀ ଡକ୍ଟର ଶୀନିବାସ ଉଦଗାତା ୨୦୨୩ ଅତିବଡି ଜଗନ୍ନାଥ ଦାସ ପୁରସ୍କାର ସମ୍ମାନରେ ସମ୍ମାନୀତ କରିଛି ଓଡିଶା ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ।

ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ସାହିତ୍ୟ। ଓଡିଆ ଭାଷାକୁ ବିକୃତ କରାଯାଉଛି। ଓଢିଆ ଭାଷା ସାହିତ୍ୟକୁ ଉଦଜିବତ କରିବାକୁ ହେଲେ ଗାଁରେ ଗାଁରେ ଭାଗବତ ଟୁଙ୍ଗୀ କରିବାକୁ ଦାବି କରିଛନ୍ତି ଏହି ମହାନ ସାଧକ। ଆଗାମି ଦିନରେ ଓଡିଆ ଭାଷାକୁ ଅଧିକ ରୁଦ୍ଦିମନ୍ତ କରିବା ସହ ଓଡିଆ ଭାଷାର ବହୁଳ ବ୍ୟବହାର ପାଇଁ ରାଜ୍ୟ ସରକାର ନିଜସ୍ବ ଓଡିଆ ଲିପି ପ୍ରସ୍ତୁତ କରୁଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ।

ଏଣିକି ଆଉ ବିଳମ୍ଭ ନୁହେଁ , ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ଚଳଚିତ୍ର ପୁରସ୍କାର, ଓଡିଶା ସାହିତ୍ୟ ଏକାଡେମି ପୁରସ୍କାର, ବିଭିନ୍ନ ପୁରସ୍କାର ସଠିକ ସମୟରେ ପ୍ରଦାନ କରାଯିବ। ଉପଯୁକ୍ତ ଚୟନ ପ୍ରକ୍ରିୟା ମାଧ୍ୟମରେ ପ୍ରଦାନ କରାଯିବାକୁ ଯୋଜନା ହୋଇଛି। ସାରସ୍ବତ ସାଧକଙ୍କୁ ପ୍ରୋତ୍ସାହିତ କରିବା। ସେହଭିଳି ୩ ବର୍ଷର ୪୫ ଜଣ ବରିଷ୍ଠ ସାରସ୍ବତ ସାଧକଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ସେମାନଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସାଙ୍ଗକୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଛି । ବିଭିନ୍ନ ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଅତିବଡି ଜଗନ୍ନାଥ ଦାସ ପୂରସ୍କାର ପ୍ରଦାନ ସମସ୍ତଙ୍କୁ ପୁରସ୍କାର ରାଶି ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଯାଇଛି । ଅର୍ଥ ରାଶି ସାଙ୍ଗକୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.