ବିଜୁଳି ବିଭାଗରେ ଚାକିରି ସୁଯୋଗ, ୧୦ମ ପାସ୍‌ କରିଥିଲେ କରନ୍ତୁ ଆବେଦନ

୧୦ମ ପାସ୍‌ କରିଥିଲେ ମିଳିବ ସରକାରୀ ଚାକରି । ଛତିଶଗଡ ପାଓ୍ଵର ଜେନେରେସନ କମ୍ପାନୀ ଲିମିଟେଡ୍‌ ୧୦୫ ଆଇଟିଆଇ ଅପାରଣ୍ଟିସ ପଦବୀ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ୧୬ ମାର୍ଚ୍ଚ ପର୍ଯ୍ୟନ୍ତ କରିପାରିବେ ଆବେଦନ ।

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ୧୦ମ ପାସ୍‌ କରିଥିଲେ ଆପଣ ତୁରନ୍ତ କରିପାରିବେ ଆବେଦନ । ଛତିଶଗଡ ପାଓ୍ଵର ଜେନେରେସନ କମ୍ପାନୀ ଲିମିଟେଡ୍‌ ୧୦୫ ଆଇଟିଆଇ ଅପାରଣ୍ଟିସ ପଦବୀ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ CSPGCL recruitment 2023 କୁ ଯାଇ ଆବେଦନ କରିପାରିବେ । ଅଫିସିଆଲ ୱେବସାଇଟ୍‌ cspdcl.co.in ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୦୫

ଇଲେକ୍ଟ୍ରିସିଆନ: ୩୫

ଫିଟର: ୩୦

ୱେଲଡିଂ ମେଣ୍ଟେନାନ୍ସ ଟେକ : ୫

ଇଂଜିନିୟର : ୪

ଟନର : ୫

ୱେଲଡର: ୨୦

ୱେୟାରମ୍ୟାନ : ୬

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଶେଷ ତାରିଖ ୧୬ ମାର୍ଚ୍ଚ ୨୦୨୩ ରହିଛି ।

ଦରମା : ପ୍ରାର୍ଥୀଙ୍କୁ ମାସିକ ୭୦୦୦ ଟଙ୍କା ମାସିକ ଦରମା ମିଳିବ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀଙ୍କୁ ୧୦ମ୍‌ କିମ୍ବା ୧୨ଶ ପାସ କରିଥିବା ଜରୁରୀ। ଏହାସହିତ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଆଇଟିଆଇ ସାର୍ଟିଫିକେଟ ଥିବା ଜରୁରୀ ।

ଚୟନ ପ୍ରକ୍ରିୟା : cspgcl ଭର୍ତ୍ତି ୨୦୨୩ ଚୟନ ୨ଟି ପର୍ଯ୍ୟାୟରେ ହେବ । ପ୍ରଥମେ ପ୍ରାର୍ଥୀ ଲିଖିତ ପରୀକ୍ଷାର ଅୟୋଜନ କରାଯିବ । ପରୀକ୍ଷାରେ ପାସ୍‌ କରିବା ପରେ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ମାଧ୍ୟମରେ ଡକାଯିବ । ଇଣ୍ଟରଭ୍ୟୁରେ ପାସ୍‌ କଲେ ଫାଇନାଲରେ ଚୟନ କରାଯିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.cspdcl.co.in/cseb

https://www.cspdcl.co.in

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.