‘ପାପାଙ୍କୁ କିଛି ହେଲା, ତ ମୁଁ କାହାକୁ ଛାଡିବି ନାହିଁ’…ଲ୍ୟାଣ୍ଡ ଫର ଜବ ସ୍କାମରେ ଲାଲୁ ଯାଦବଙ୍କୁ ପଚରାଉଚରା ନେଇ ରାଗିଲେ ଝିଅ

ସିବିଆଇ ଲ୍ୟାଣ୍ଡ ଫର ଜବ ସ୍କାମରେ ପଚରାଉଚରା ପାଇଁ ଲାଲୁଙ୍କୁ ସମନ ପଠାଇଥିଲା। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ନେଇ ଲାଲୁ ଯାଦବଙ୍କୁ ଆଜି ସିବିଆଇ ଦିଲ୍ଲୀରେ ପଚରାଉଚରା କରୁଛି।

କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ସିବିଆଇ) ମଙ୍ଗଳବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପାଖାପାଖି ୬ ଘଣ୍ଟା ଧରି ପଚରାଉଚରା କରିଛି। ଏହି ପଚରାଉଚରା IRCTC ସ୍କାମ ଅର୍ଥାତ ଲ୍ୟାଣ୍ଡ ଫର ଜବ ସ୍କାମରେ ହୋଇଥିଲା। ସିବିଆଇ ଟିମ୍ ଲାଲୁଙ୍କୁ ପଚରାଉଚରା କରିବା ପାଇଁ ମିସା ଭାରତୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲା। ଲାଲୁ ଏବେ ଏଠାରେ ରହୁଛନ୍ତି। ଏହାପୂର୍ବରୁ ସିବିଆଇ ସୋମବାର ପାଟନାରେ ରାବଡୀ ଦେବୀଙ୍କୁ ଚାରି ଘଣ୍ଟା ଧରି ପଚରାଉଚରା କରିଥିଲା।

ଏହାରି ଭିତରେ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟ୍ୱିଟ କରି କହିଛନ୍ତି, ‘ପାପାଙ୍କୁ କ୍ରମାଗତ ଭାବରେ ହଇରାଣ କରାଯାଉଛି। ଯଦି ତାଙ୍କୁ କିଛି ହେଲା, ତ ମୁଁ କାହାକୁ ଛାଡିବି ନାହିଁ। ପାପାଙ୍କୁ ହଇରାଣ କରୁଛନ୍ତି, ଏହା ଠିକ୍ କଥା ନୁହେଁ। ଏ ସବୁ ମନେ ରଖାଯିବ। ସମୟ ବଳବାନ, ଏହାର ମହାନ ଶକ୍ତି ରହିଛି। ଏହାକୁ ମନେ ରଖିବାକୁ ହେବ’।

କହି ରଖୁଛୁ, ସିବିଆଇ ଲ୍ୟାଣ୍ଡ ଫର ଜବ ସ୍କାମରେ ପଚରାଉଚରା ପାଇଁ ଲାଲୁଙ୍କୁ ସମନ ପଠାଇଥିଲା। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ନେଇ ଲାଲୁ ଯାଦବଙ୍କୁ ଆଜି ସିବିଆଇ ଦିଲ୍ଲୀରେ ପଚରାଉଚରା କରୁଛି। ତେବେ ଲ୍ୟାଣ୍ଡ ଫର ଜବ ସ୍କାମର ଏହି ମାମଲା ୧୪ ବର୍ଷ ପୁରୁଣା। ସେହି ସମୟରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିଲେ। ଅଭିଯୋଗ ମୁତାବକ, ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ରେଳୱେରେ ଲୋକଙ୍କୁ ଚାକିରି ଦେବା ବଦଳରେ ସେମାନଙ୍କ ଜମି ଲେଖେଇ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.