ରେଲୱେରେ ୩୧୧୫ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଳବାଇରେ ଚାକିରି କରିବାକୁ ଚାହୁଁଥିଲେ ତୁରନ୍ତ କରନ୍ତୁ ଆବେଦନ । ରେଲୱେରେ ୩ ହଜାରରୁ ଅଧିକ ପଦବୀ ପାଇଁ ଖାଲିପଡିଛି । ୨୬ ଅକ୍ଟୋବର ୨୦୨୩ ପୂର୍ବରୁ କରନ୍ତୁ ଆବେଦନ ।

ରେଲୱେ ରିକ୍ରୁଟମେଣ୍ଟ ସେଲ( ଇଷ୍ଟର୍ଣ୍ଣ ରେଲୱେ )ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁସାରେ ରେଲୱେର ବମ୍ପର ପଦରେ ଭର୍ତ୍ତି କରାଯିବ । ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନ କରିବାକୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ er.indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏଥିରେ ଆବେଦନ କରିବାର ଶେଷ ତାରିଖ ୨୬ ଅକ୍ଟୋବର ୨୦୨୩ ରହିଛି ।

ପଦବୀ ବିବରଣୀ ; ୩୧୧୫

ହାଓ୍ଵଡା ଡିଭିଜନ : ୬୫୯
ଲିଲୁଆ ଡିଭିଜନ : ୬୧୨
ସିୟାଲଦହ ଡିଭିଜନ : ୪୪୦
କାଂଚରାପାଡା ଡିଭିଜନ : ୧୮୭
ମାଲଦା ଡିଭିଜନ : ୧୩୮
ଆସସୋଲ ଡିଭିଜନ : ୪୧୨
ଜମାଲପୁର ଓ୍ଵାର୍କସପ : ୬୬୭

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୬ ଅକ୍ଟୋବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ଅଭିଯାନ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦ମ ପାସ୍‌ ସହିତ ସମ୍ବନ୍ଧୀୟ ଟ୍ରେଡରେ ଆଇଟିଆଇ/ ସମ୍ବନ୍ଧିତ ଟ୍ରେଡରେ NCVT ସାର୍ଟିଫିକେଟ ରହିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙକ ବୟସ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଅନୁସାରେ ହେବ । ଆପ୍ଲିକେସନ ଫର୍ମ ପୂରଣ ସଠିକ୍‌ ଭାବେ କରନ୍ତୁ । ଫାଇନାଲ ମେରିଟ ଲିଷ୍ଟ କରିବା ପରେ ନିଯୁକ୍ତି ମିଳିବ ।

ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.