ସୁପ୍ରିମ କୋର୍ଟରେ ଚାକିରି ପାଇବାର ସୁଯୋଗ, ଲ’ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ସୁପ୍ରିମ କୋର୍ଟ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ । ଏଠାରେ ୯୦ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଆପଣ ଅଫିସିଆଲ ୱେବସାଇଟ main.sci.gov.in କୁ ଯାଇ ଆବେଦନ କରିପାରିବେ ।

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ସୁପ୍ରିମ କୋର୍ଟ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ । ଏଠାରେ ୯୦ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଆପଣ ଅଫିସିଆଲ ୱେବସାଇଟ main.sci.gov.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୪ ରହିଛି । ଏହାପରେ ଆବେଦନ କରିବାର କୌଣସି ସୁଯୋଗ ମିଳିବ ନାହିଁ ।

ପଦବୀ ବିବରଣୀ : ୯୦

ଲ କ୍ଲର୍କ କମ୍‌ ରିସର୍ଚ୍ଚ ଆସୋସିଏଟ : ୯୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ/ସଂସ୍ଥାରୁ ଲ ରେ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ୨୦ରୁ ୩୨ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।

ଆବେଦନ ଶୁଳ୍କ : ଆବେଦନ ଶୁଳ୍କ ୫୦୦ ଟଙ୍କା ଦେବକା ପଡିବ ।

କେମିତି କରିବେ ଆବେଦନ :

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।
ଏହାପରେ ହୋମ ପେଜରେ recruitment ଲିଙ୍କରେ କ୍ଲିକ୍‌ କରନ୍ତୁ ।
ଏହାପରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ କରନ୍ତୁ ।
ନିଜର ରେଜିଷ୍ଟ୍ରେସନ କରିବା ପରେ କ୍ରେଡେନ୍ସିଆଲ ତିଆରି କରନ୍ତୁ ।
ଏହାପରେ ଲଗଇନ ଡିଟେଲ୍ସ ଭରନ୍ତୁ ।
ଏବେ ଫର୍ମ ପୂରଣ କରି ସମସ୍ତ ଦସ୍ତାବିଜ ଅପଲୋଡ କରନ୍ତୁ ।
ସମସ୍ତ ଫିସ୍‌ ସବମିଟ କରନ୍ତୁ ।

ଆବେଦନ ପତ୍ର ଡାଉନଲୋଡ କରିବା ପରେ ପ୍ରିଣ୍ଟ ଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.