ଆପଣଙ୍କ ବନ୍ଧୁତ୍ୱରେ ଫାଟ ସୃଷ୍ଟି ହେଉଥିଲେ ଜାଣନ୍ତୁ, କେଉଁ କଥା ପାଇଁ ଭାଙ୍ଗି ଯାଉଛି ସମ୍ପର୍କ

କୁହାଯାଏ ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ | ବନ୍ଧୁତା କୁ ନେଇ ବହୁତ କାହାଣୀ ରହିଛି | କେହି କେହି ବନ୍ଧୁ ପାଇଁ ଜୀବନ ଦେଇ ଦେବାକୁ ବି ପଛନ୍ତି ନାହିଁ | ହେଲେ ବେଳେ ବେଳେ କିଛି ଭୁଲ ବୁଝାମଣା ପାଇଁ ବନ୍ଧୁତା ରେ ସୃଷ୍ଟି ହୋଇଥାଏ ଫାଟ | ଆ ଉ ଏହି ବନ୍ଧୁତା ବେଶୀ ଦିନ ପାଇଁ ତିଷ୍ଟି ରହେନି | ଆଜି ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ବନ୍ଧୁତାରେ ଆସିଥାଏ ଦୂରତ୍ୱ |

୧ – ଭରସା :

କେବଳ ବନ୍ଧୁତା ନୁହେଁ ସବୁ ସମ୍ପର୍କ ରେ ଭରସା ରହିବା ଜରୁରୀ | ଯଦି ଆପଣ ବନ୍ଧୁଙ୍କ ଆଗରେ କିଛି କହିଥିବେ ଓ ସେ ଏହାକୁ ଅନ୍ୟ ଆଗରେ ପ୍ରକାଶ କରିଦେଲେ, ଏଠାରେ ଭରସା ତୁଟିଯାଏ | କେବେ ଆପଣଙ୍କୁ ସାହାଯ୍ୟ ଦରକାର ଥାଏ ଓ ଆପଣଙ୍କ ବନ୍ଧୁ ଚାହିଁକରି ବି ସାହାଯ୍ୟ ନ କରନ୍ତି | ସେବେ ବହୁତ ଖରାପ ଲାଗିଥାଏ | ଫଳରେ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଥାଏ |

୨ – ପ୍ରତି କଥାରେ ମୁଣ୍ଡ ପୁରାଇବା  :

ଅଧିକାଂଶ ସମୟ ରେ ବହୁ କଥା ରେ ବନ୍ଧୁ ର ଉପଦେଶ ଗ୍ରହଣ କରିବାକୁ ପଡିଥାଏ | ହେଲେ ସବୁ ଛୋଟ ଛୋଟ କଥାରେ ବନ୍ଧୁର ପ୍ରଭାବ ପକାଇବା  ବା ପ୍ରତି କଥାରେ ମୁଣ୍ଡ ପୁରାଇବା ସମ୍ପର୍କକୁ ଦୁର୍ବଳ କରିଥାଏ |

୩ – କ୍ରେଡିଟ ନେବା :

ବେଳେ ବେଳେ କିଛି ବନ୍ଧୁ ଆପଣଙ୍କ କ୍ରେଡିଟକୁ ହଡପ କରି ନେଇଥାନ୍ତି | ଭଲ କାମର କ୍ରେଡିଟ ନିଜେ ନେଇ ଯାଇଥାନ୍ତି | ଏହା ବହୁତ ଖରାପ ଲାଗିଥାଏ | ଯାହାକି ବନ୍ଧୁତା ରେ ଫାଟ ସୃଷ୍ଟି କରିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.