ରାଶି ଅନୁସାରେ ଜାଣନ୍ତୁ କାହାକୁ କେଉଁ ପ୍ରକାରର ଶାରୀରିକ ସମ୍ପର୍କ ପସନ୍ଦ

କୌଣସି ବ୍ୟକ୍ତିଙ୍କ ସହ ନିବିଡ଼ ହେବାରୁ ପୂର୍ବରୁ ଆଜିକାଲି ପ୍ରାୟ ଲୋକ ସେମାନଙ୍କ ରାଶି ବିଷୟରେ ପଚାରି ବୁଝୁଛନ୍ତି। କାରଣ ରାଶିରୁ ହିଁ ବ୍ୟକ୍ତିର ପର୍ସନାଲିଟି, ପସନ୍ଦ ନାପସନ୍ଦ ଜାଣିବା ସହଜ ହୋଇଥାଏ। ଏଭଳି ସ୍ଥିତିରେ ପାର୍ଟନରଙ୍କ ସହ ଅନ୍ତରଙ୍ଗ ହେବା ପୂର୍ବରୁ ବା ସହବାସ କରିବା ପୂର୍ବରୁ ତାଙ୍କୁ କିଭଳି ଶାରୀରିକ ସମ୍ପର୍କ ପସନ୍ଦ ତାହା ମଧ୍ୟ ଜାଣି ନେବା ଜରୁରୀ। ଆସନ୍ତୁ ଜାଣିବା ରାଶି ଅନୁସାରେ କାହାକୁ କେଉଁ ଭଳି ସେକ୍ସ ପସନ୍ଦ…

ମେଷ:

ମେଷ ରାଶିର ବ୍ୟକ୍ତିଙ୍କୁ ସିଧାସଳଖ ଶାରୀରିକ ସମ୍ପର୍କ ପସନ୍ଦ। ସେମାନେ ସମ୍ବନ୍ଧ ପୂର୍ବରୁ କୌଣସି ରୋମାଣ୍ଟିକ୍‌ ଆକ୍ଟ କରିବାକୁ ପସନ୍ଦ କରିନଥାନ୍ତି। ଏମାନେ ବେଡ୍‌ରୁମ୍‌ରେ ପାର୍ଟନରଙ୍କୁ ଡୋମିନେଟ୍‌ କରିବାକୁ ପସନ୍ଦ କରିଥାନ୍ତି।

ବୃଷ:

ଏହି ରାଶିର ବ୍ୟକ୍ତିଙ୍କୁ ଜଲଦି ଜଲଦି କାମ ଆଦୌ ପସନ୍ଦ ନୁହେଁ। ଏମାନେ ସବୁ କ୍ଷଣକୁ ଏନ୍‌ଜୟ କରିବାକୁ ପସନ୍ଦ କରିଥାନ୍ତି। ଏଣୁ ଏମାନେ ସମ୍ବନ୍ଧ ବନାଇବା ବେଳେ ମଧ୍ୟ ପର୍ଯ୍ୟାପ୍ତ ସମୟ ନେଇଥାନ୍ତି। ବୃଷ ରାଷିର ବ୍ୟକ୍ତି ଅଧିକ ସେକ୍ସ ଟଏଜ୍‌ ମଧ୍ୟ କିଣିଥାନ୍ତି। ଏମାନେ ସାଥୀଙ୍କ ଲଭ୍‌ ଟଚ୍‌ ପାଇଁ ସବୁବେଳେ ବ୍ୟାକୁଳ ଥାନ୍ତି।

ମିଥୁନ:

ଏହି ରାଶିର ବ୍ୟକ୍ତିଙ୍କୁ ମସ୍ତିଭରା ଓ ହସ ମଜାକ୍‌ ଯୁକ୍ତ ଶାରୀରିକ ସମ୍ପର୍କ ପସନ୍ଦ। ଏମାନଙ୍କ ପାଇଁ ସମ୍ଭୋଗ ପ୍ରେମ ନୁହେଁ। ଏମାନେ ସମ୍ପର୍କକୁ ଅଧିକ ସିରିୟସ୍‌ଲି ନେଇ ନଥାନ୍ତି। ଏମାନେ ନିଜ ନଟ୍‌ଖଟ୍‌ ଅନ୍ଦାଜରେ ପାର୍ଟନରଙ୍କୁ ନିଜର କରିନିଅନ୍ତି।

 

କର୍କଟ:

କର୍କଟ ରାଶିର ବ୍ୟକ୍ତି ଅଧିକ ଇମୋସନାଲ ହୋଇଥାନ୍ତି। ଏମାନେ କୌଣସି ସମ୍ପର୍କକୁ ଆଗକୁ ବଢ଼ାଇବା ପୂର୍ବରୁ ତାଙ୍କ ସହ ଇମୋସନାଲି ଆଟାଚ୍‌ ହୋଇଥାନ୍ତି। ଏମାନେ କାହା ସହ ଟାଇମ୍‌ ପାସ୍‌ କରିବାକୁ ଆଦୌ ପସନ୍ଦ କରନ୍ତି ନାର୍ହି। ବେଡ୍‌ରୁମ୍‌ରେ ମଧ୍ୟ ଏମାନେ ପାର୍ଟନରଙ୍କ ପସନ୍ଦକୁ ଧ୍ୟାନ ଦେଇଥାନ୍ତି।

ସିଂହ:

ସିଂହ ରାଶିର ବ୍ୟକ୍ତି ସବୁବେଳେ ନିଜ ପ୍ରଶଂସା ଶୁଣିବାକୁ ପସନ୍ଦ କରିଥାନ୍ତି। ଏଣୁ ବେଡ୍‌ରୁମ୍‌ରେ ଏମାନଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ସେମାନଙ୍କ ପ୍ରଶଂସା କରିବାକୁ ଯେମିତି ଆଦୌ ନ ଭୁଲନ୍ତି। ଏମାନଙ୍କ ପାଇଁ ସମ୍ଭୋଗ ଇଚ୍ଛା ମଧ୍ୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

କନ୍ୟା:

କନ୍ୟାରାଶିର ବ୍ୟକ୍ତିଙ୍କୁ ବେଡ୍‌ରୁମ୍‌ରେ ବି ପରଫେକସନ୍‌ ପସନ୍ଦ ହୋଇଥାଏ। ସେମାନେ ସମ୍ବନ୍ଧ ବେଳେ ସମସ୍ତ ବିଷୟ ପ୍ରତି ଟିକିନିକି କରି ଦୃଷ୍ଟି ଦେଇଥାନ୍ତି। ବେଡ୍‌ରୁମ୍‌ରେ ସେମାନଙ୍କୁ ସଫାସଫି, ହାଇଜିନିକ୍‌ ଆଦି ଜରୁରୀ ହୋଇଥାଏ। ଏଣୁ କନ୍ୟା ରାଶିର ବ୍ୟକ୍ତିଙ୍କ ସହ ଅନ୍ତରଙ୍ଗ ହେବା ପୂର୍ବରୁ ଗାଧୋଇବାକୁ ଯେମିତି ନଭୁଲନ୍ତି।

ତୁଳା:

ତୁଳା ରାଶିର ବ୍ୟକ୍ତି କ୍ରିଏଟିଭ୍‌ ହୋଇଥାନ୍ତି। ଏମାନଙ୍କ ପାଇଁ ଶାରୀରିକ ସମ୍ପର୍କ ଅର୍ଥ ପାର୍ଟନରଙ୍କ ସହ କନେକ୍ଟ ହେବା ଓ ନିଜ ଫିଲିଙ୍ଗସ ସେୟାର କରିବା। ଏମାନେ ସହଜରେ ପାର୍ଟନରଙ୍କୁ ସିଡ୍ୟୁସ୍‌ କରିପାରୁଥିବା ବେଳେ ଏମାନଙ୍କୁ ସିଡ୍ୟୁସ୍‌ କରିବା କିନ୍ତୁ ଖୁବ୍‌ କଷ୍ଟସାଧ୍ୟ ହୋଇଥାଏ।

ବିଛା:

ଏହି ରାଶିର ବ୍ୟକ୍ତି ଇମୋସନାଲ୍‌ ଓ ପାର୍ଟନରଙ୍କୁ ନେଇ ଖୁବ୍‌ ପୋଜେସିଭ୍‌ ଥାନ୍ତି। ଏମାନଙ୍କର ଶାରୀରିକ ସମ୍ପର୍କ ରଖିବା ଇଚ୍ଛା ମଧ୍ୟ ସମସ୍ତଙ୍କ ଠାରୁ ଅଧିକ ହୋଇଥାଏ। ଏଣୁ ଏମାନେ ସାଥୀଙ୍କ ସହ ଅଧିକ ଇଣ୍ଟିମେଣ୍ଟ ହୋଇଥାନ୍ତି।

ଧନୁ:

ଏହି ରାଶିର ବ୍ୟକ୍ତି ଦୁଃସାହସିକ କାମ କରିବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ଏଣୁ ଏମାନେ ବେଡ୍‌ରୁମ୍‌ରେ ବି କିଛି ନୂଆ କରିବାକୁ ଚାହିଁଥାନ୍ତି। ବେଡ୍‌ରୁମ୍‌ରେ ଧନୁରାଶିର ବ୍ୟକ୍ତିଙ୍କୁ ନୂଆ ନୂଆ ପୋଜିସନ୍‌ ପସନ୍ଦ ଥାଏ।

ମକର:

ଏମାନେ ପାର୍ଟନରଙ୍କ ସହ ଶାରୀରିକ ସମ୍ପର୍କ ବେଳେ ଏକ୍ସପେରିମେଣ୍ଟ କରିବାକୁ ପସନ୍ଦ କରିଥାନ୍ତି। ସହବାସ ପୂର୍ବରୁ ଏହି ରାଶିର ବ୍ୟକ୍ତି ପାର୍ଟନରଙ୍କୁ ଭଲଭାବେ ଜାଣିବାକୁ ବୁଝିବାକୁ ଚେଷ୍ଟା କରିଥାନ୍ତି। ଏମାନେ ପାରମ୍ପରିକ ଢଙ୍ଗରେ ସମ୍ବନ୍ଧ ବନାଇବାକୁ ପସନ୍ଦ କରିଥାନ୍ତି।

କୁମ୍ଭ:

କୁମ୍ଭ ରାଶିର ବ୍ୟକ୍ତି ଏକ୍ସଟାଇଟିଂ ଓ ଅପ୍ରତ୍ୟାଶିତ ପ୍ରେମୀ ହୋଇଥାନ୍ତି। ଏମାନେ ସବୁବେଳେ ପାର୍ଟନର ସହ ଲୟାଲ ବା ନିଷ୍ଠାବାନ୍‌ ହୋଇଥାନ୍ତି। ଏମାନେ ଶାରୀରିକ ସମ୍ପର୍କ ବେଳେ ଅଧିକ ହିଂସ୍ର ହୋଇପଡ଼ନ୍ତି।

ମୀନ:

ମୀନ ରାଶିଯୁକ୍ତ ବ୍ୟକ୍ତି ଖୁବ୍‌ ଇମୋସନାଲ ହୋଇଥାନ୍ତି। ଏଣୁ ଏମାନେ ସବୁବେଳେ ପାର୍ଟନରଙ୍କୁ ଖୁସି ରଖିବାକୁ ପସନ୍ଦ କରନ୍ତି। ଏମାନଙ୍କୁ ବେଡ୍‌ରୁମ୍‌ରେ ଭଲ ଭାବେ ଡ୍ରେସ୍‌ଅପ୍‌ ହେବାକୁ ଭଲ ଲାଗେ। ଏମାନେ ଖୁବ୍‌ ରୋମାଣ୍ଟିକ୍‌ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.