Below header

ବିଶ୍ବକପର ସେହି ମୁକାବିଲା, ଯାହା ଭାରତ ପାଇଁ ବନିଗଲା ରାଷ୍ଟ୍ରୀୟ ଲଜ୍ଜାର ମ୍ୟାଚ୍

ଘୋଷଣା ହେଲା ବିରାଟ ବାହିନୀ ।  ଆଗାମୀ ଇଂଲଣ୍ଡ ବିଶ୍ୱ କପ୍‌ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ରୋହିତ ଶର୍ମା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ତେବେ ଦୁଇ ଥର ବିଶ୍ବକପ୍ ବିଜେତା ହୋଇସାରିଛି ଭାରତୀୟ ଟିମ୍ । ଏବେ ଟିମ୍ ଇଣ୍ଡିଆ ବିଶ୍ବର ସବୁଠାରୁ ଦମଦାର ଟିମ୍ ମଧ୍ୟରୁ ଅନ୍ୟତମ । ଆଉ ଏଥର ଯଦି ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ ତେବେ ନିଃସନ୍ଦେହ ଏକ ପ୍ରିୟ ଟିମ୍ ମଧ୍ୟରୁ ଗୋଟିଏ ହେବ ।

କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ଭାରତ ବିଶ୍ବକପରେ ଏମିତି ଏକ ମ୍ୟାଚ୍ ଖେଳିଥିଲା ଯାହା ଥିଲା ରାଷ୍ଟ୍ରୀୟ ଲଜ୍ଜାର ଦିନ । ଟିମର ତ ଜବରଦସ୍ତ ହୋଇଥିଲା ସମାଲୋଚନା କିନ୍ତୁ ଜଣେ ମହାନ ଖେଳାଳି ଏଭଳି ଧିମା ପାଳି ଖେଳିଥିଲେ ଯେ ବିପକ୍ଷ ଟିମ୍ ଏହାର ମଜା ନେବାକୁ ଲାଗିଥିଲା ।

ଏହି ମ୍ୟାଚଟି ୧୯୭୫ ବିଶ୍ବକପରେ ଖେଳାଯାଇଥିଲା । ଆଉ ସେହି ବ୍ୟାଟ୍ସମ୍ୟାନ୍ ଜଣକ ଆଉ କେହି ନୁହେଁ ବରଂ ସୁନୀଲ୍ ଗାଭାସ୍କର । ଗାଭାସ୍କରଙ୍କ ବ୍ୟାଟିଂର ଦିୱାନା ତ ସାରା ଦୁନିଆ କିନ୍ତୁ ସେଦିନ ସେ ଯେମିତି ବ୍ୟାଟିଂ କରିଥିଲେ ସେଥିରେ ସବୁ ଭାରତୀୟଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ହୋଇଯାଇଥିଲା । ଆଉ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ଏପରି କଲେ ଗାଭାସ୍କର । ଯଦି ଆପଣ ବି ତାଙ୍କ ଧିମା ବ୍ୟାଟିଂ ବିଷୟରେ ଜାଣିବେ ତେବେ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଗାଭାସ୍କରଙ୍କର ଏମିତି ସୁପରଫ୍ଲପ୍ ଖେଳ ଥିଲା ଯାହା ତାଙ୍କ କ୍ୟାରିୟରର ଏକ କଳଙ୍କ ହୋଇ ରହିଯାଇଛି । ଅନ୍ତତଃ କୌଣସି ବି ଭାରତୀୟ କ୍ରିକେଟ୍ ପ୍ରେମୀ ଏହି ଖେଳକୁ ବିଲକୁଲ ବି ମନେ ରଖିବାକୁ ଚାହିଁବନି ।

world cup sunil gavaskarଭାରତୀୟ ଟିମ୍ ଯେତେବେଳେ ୧୯୭୫ର ପ୍ରଥମ ବିଶ୍ବକପରେ ଖେଳିବା ପାଇଁ ଇଂଲଣ୍ଡରେ ପହଂଚିଥିଲା ସେତେବେଳେ ତାର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ହିଁ ଥିଲା । ପ୍ରଥମେ ବ୍ୟାଟିଂ କରି ୩୩୪ ରନର ବିଶାଳ ସ୍କୋର କରିଥିଲା ଇଂଲଣ୍ଡ । ସେତେବେଳେ ନିର୍ଦ୍ଧାରିତ ୬୦ ଓଭର ହିଁ ଖେଳାଯାଉଥିଲା । ହେଲେ ମଧ୍ୟ ଏହା ଏକ ବଡ଼ ସ୍କୋର ଥିଲା । ଆଉ ଭାରତ ତରଫରୁ ବ୍ୟାଟିଂ କରିବା ପାଇଁ ପ୍ରଥମେ ମୈଦାନକୁ ଓହ୍ଲାଇଥିଲେ ସୁନୀଲ୍ ଗାଭାସ୍କାର ଏବଂ ଏକନାଥ ସୋଲକର ।

ତେବେ ଏହି ବଡ଼ ଟାର୍ଗେଟକୁ ପିଛା କରିବା ପାଇଁ ଭାରତକୁ ଆବଶ୍ୟକ ଥିଲା ଶୀଘ୍ର ବ୍ୟାଟିଂ କରିବା । କିନ୍ତୁ ଗାଭାସ୍କାର ଟେଷ୍ଟ କ୍ରିକେଟ୍ ପରି ଧିମା ବ୍ୟାଟିଂ କରିବା ଆରମ୍ଭ କରିଥିଲେ । ସେ ଏଭଳି ଭାବରେ ଧିମା ଖେଳୁଥିଲେ ଯେ , ତାକୁ ଦେଖି ଇଂଲଣ୍ଡ ଟିମ୍ ମନେ ମନେ ଖୁବ୍ ଖୁସି ହେଉଥିଲା । ଆଉ ଗାଭାସ୍କର ଶୀଘ୍ର ଆଉଟ୍ ହୋଇଯାଆନ୍ତୁ ବୋଲି ଚାହୁଁଥିଲା ଭାରତୀୟ ଟିମ୍ । କିନ୍ତୁ ଗାଭାସ୍କର ଶେଷ ପର୍ଯ୍ୟନ୍ତ ନଟ୍ ଆଉଟ୍ ଥିଲେ ।

sunil gavaskarଜାଣି ଆଶ୍ଚର୍ଯ୍ୟ ହେବେ ଗାଭାସ୍କର ୧୭୪ ବଲରେ କରିଥିଲେ ମାତ୍ର ୩୬ ରନ୍ । ପୁରା ମ୍ୟାଚରେ ତାଙ୍କ ବ୍ୟାଟରୁ କେବଳ ଗୋଟିଏ ଚୌକା ବାହାରିଥିଲା । ଭାରତୀୟ ଟିମ୍ ୩ଟି ୱିକେଟ ହରାଇ ମାତ୍ର ୧୩୨ ରନ୍ କରିପାରିଥିଲା । ଆଉ ମ୍ୟାଚକୁ ୨୦୨ ରନରେ ହାରିଥିଲା ଟିମ୍ ଇଣ୍ଡିଆ । ଏହା ପରେ ଦେଶରେ ଉଭୟ ଗାଭାସ୍କର ଏବଂ ଭାରତୀୟ ଟିମର ଜବରଦସ୍ତ ସମାଲୋଚନା ହୋଇଥିଲା । କିଛି ଖବର କାଗଜ ଏହାର ନାଁ ଦେଇଥିଲେ ରାଷ୍ଟ୍ରୀୟ ଲଜ୍ଜା ।

ଏହି ମ୍ୟାଚ୍ ପରେ ଇଂଲଣ୍ଡର କ୍ରିକେଟର ଜ୍ୟୋଫ୍ରି ବୟକଟ୍ ଗାଭାସ୍କରଙ୍କ ମଜାକ୍ ଉଡାଇ କହିଥିଲେ, ଆମେ ହୃଦୟରୁ ଚାହୁଁନଥିଲୁ ଗାଭାସ୍କର ଆଉଟ୍ ହୁଅନ୍ତୁ ବୋଲି । ଯଦି ସେ କ୍ୟାଚ୍ ଦେଇଥାନ୍ତେ ତେବେ ଆମେ ତାଙ୍କ କ୍ୟାଚ୍ ଛାଡି ଦେଇଥାନ୍ତୁ । ଯାହା ଫଳରେ କ୍ରିଜରେ ରହିପାରିଥାନ୍ତେ । ସେ କ୍ରିଜରେ ରହିବା ଦ୍ବାରା ଆମ ବିଜୟ ସୁନିଶ୍ଚିତ ହୋଇଥାନ୍ତା ।

gavaskarଆଜି ବି ଏହି ମ୍ୟାଚଟି କ୍ରିକେଟ ଇତିହାସର ସବୁଠାରୁ ଧିମା ମ୍ୟାଚରେ ପରିଗଣିତ ହୁଏ । ତେବେ ପରିବର୍ତ୍ତି ମ୍ୟାଚରେ ଯେତେବେଳେ ଆଫ୍ରିକା ବିପକ୍ଷରେ ମୈଦାନକୁ ଓହ୍ଲାଇଥିଲେ ଗାଭାସ୍କର ତଥାପି ଧିମା ଥିଲେ । କିନ୍ତୁ ଏଥର ପୂର୍ବାପେକ୍ଷା ଗାଭାସ୍କାରଙ୍କ ବ୍ୟାଟିଂରେ କିଛି ସୁଧାର ଆସିଯାଇଥିଲା । ଏହି ମ୍ୟାଚରେ ସେ ୮୬ ବଲରେ ୬୫ ରନ୍ କରିଥିଲେ । ଆଉ ମ୍ୟାଚଟିକୁ ଜିତିଥିଲା ଟିମ୍ ଇଣ୍ଡିଆ । ତେବେ ଧିମା ଖେଳି ମଧ୍ୟ ଏହି ବିଶ୍ବକପରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍ ଥିଲେ ଗାଭାସ୍କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.