ବାରବୁଲା କୁକୁରଙ୍କୁ ଖାଇବାକୁ ଦେଉଥିଲେ ଏହି ମହିଳା, ଏବେ ଦେବାକୁ ପଡିବ ୩.୫ଲକ୍ଷ ଜରିମାନା

କଥାରେ ରହିଛି ଭୋକିଲା ପଶୁଙ୍କୁ ଖାଇବା ଦେବା ପୂଣ୍ୟର କାମ। ଅନେକ ବ୍ୟକ୍ତିଙ୍କର ଏହି କାମ କରିବାର ସଉକ ମଧ୍ୟ ରହିଥାଏ। କିନ୍ତୁ ଏପରି ଏକ ଅଭ୍ୟାସ ମୁମ୍ବାଇରେ ଜଣେ ମହିଳାଙ୍କୁ ଭାରି ପଡିଛି। ବାରବୁଲା କୁକୁରଙ୍କୁ ଖାଦ୍ୟ ଖୁଆଇବାକୁ ନେଇ ଜଣେ ମହିଳାଙ୍କୁ ୩.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ।

ମହିଳା ଜଣଙ୍କ କାନ୍ଦିବାଲି ଇଷ୍ଟର ହେଭେନ ହାଉସିଂ ସୋସାଇଟିରେ ରହୁଥିଲେ। ବାରବୁଲା କୁକୁରଙ୍କୁ ଖାଇବା ଖୁଆଇବାର ଅଭ୍ୟାସ ରହିଥିଲା। ଏଥି କାରଣରୁ ଏବେ ମହିଳାଙ୍କ ଉପରେ ସୋସାଇଟି ୨୫୦୦ଟଙ୍କା ଜରିମାନା ଲଗାଇଛି।

dog

ରିପୋର୍ଟ ମୁତାବକ, ଗତବର୍ଷ ମଇ ମାସରେ ହେଭେନ ହାଉସିଂ ସୋସାଇଟି ବାରବୁଲା କୁକୁରଙ୍କୁ ଖାଇବା ଦେବା ପାଇଁ ମନାକରିଥିଲା। ଏପରିକି, ଏହା କରିବା ବ୍ୟକ୍ତିଙ୍କ ଉପରେ ଜରିମାନା ଲାଗାଯିବ ବୋଲି ନିୟମ କରିଥିଲା। ଏପରି କରିବାର କାରଣ ଲୋକଙ୍କୁ ବାରବୁଲା କୁକୁରଙ୍କ ନିକଟରୁ ରକ୍ଷା କରିବା ଥିଲା ବୋଲି ସୋସାଇଟି କହିଛି।

ଜରିମାନା ଲାଗିଥିବା ମହିଳାଙ୍କ ନାମ ନେହା ଦତବାନୀ। ସେ କହିଛନ୍ତି, ବାରବୁଲା କୁକୁରଙ୍କୁ ଖାଇବା ଖୁଆଇବା ପାଇଁ ତାଙ୍କ ଉପରେ ସୋସାଇଟିର ୩.୬୦ଲକ୍ଷ ବାକିରହିଛି। ଏହା ଉପରେ ପୁଣି ୨୧ ପ୍ରତିଶତ ସୁଧ ମଧ୍ୟ ଲାଗିଛି। ଫେବ୍ରୁଆରୀ ମାସରେ ମେଣ୍ଟେନାନ୍ସ ବିଲ ସହ ଏହି ରାଶିକୁ ଯୋଡି ତାଙ୍କ ପାଖକୁ ପଠାଯାଇଥିଲା। ନେହା ମେଣ୍ଟେନାନ୍ସ ବିଲ ଦେଇଥିବା ବେଳେ ଜରିମାନା ଦେବାକୁ ସିଧାସଳଖ ମନା କରିଦେଇଥିଲେ।

socity

କେବଳ ନେହା ନୁହଁ ସୋସାଇଟିରେ ରହୁଥିବା କେତନ ଶାହାଙ୍କ ଉପରେ ମଧ୍ୟ ଏହି ଆରୋପ ଲାଗିଛି। ଏହି ସମସ୍ୟାରୁ ରକ୍ଷା ପାଇବା ସେ ଏକ ସମାଜସେବୀଙ୍କ ସହାୟତା ମଧ୍ୟ ଲୋଡିଛନ୍ତି।  ଘଟଣା ବିଷୟରେ ସୋସାଇଟିର ଚ୍ୟାୟରମେନ କହିଛନ୍ତି, ଏଠାରେ ମୋଟ ୧୯୪ଟି ପ୍ଳାଟ ରହିଛି ଯେଉଁଥିରେ ୨୨୮ଟି ପରିବାର ରହୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଲୋକ କୁକରକୁ ନେଇ ବିଭିନ୍ନ ପ୍ରକାରର ଅଭିଯୋଗ କରିଥିଲେ। ଏଣୁ ଏହାକୁ ନେଇ ସୋସାଇଟି ଏପରି ନିୟମ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.