ଅଜବ ଜୀବ, ଖଣ୍ଡ ଖଣ୍ଡ କରି କାଟିଲେ ବି ମରନ୍ତି ନାହିଁ ଏମାନେ

ପୃଥିବୀରେ ଯଦି ମଣିଷ ଅମର ରହିବ, ତା’ହେଲେ ବହୁତ କିଛି ହୋଇପାରିବ। ବିଜ୍ଞାନ ବି ଅମରତା ପ୍ରାପ୍ତ ବିଷୟରେ ଅନେକ ଗବେଷଣା କରୁଛି। ତଥାପି ଏହି ଦୁନିଆରେ ଏମିତି କିଛି ଜୀବ ରହିଛନ୍ତି, ଯେଉଁମାନେ ସୃଷ୍ଟି ଆରମ୍ଭରୁ ଅମର ଭଳି ବଞ୍ଚୁଛନ୍ତି । ଆସନ୍ତୁ ଜାଣିବା, ଏମିତି ଜୀବଙ୍କ ବିଷୟରେ।

fish1

ପ୍ଲାନାରିୟନ୍‌ ଫ୍ଲାର୍ଟବର୍ମ

ଏହି ପ୍ରାଣୀ ପ୍ରାୟତଃ ଅମର ଭଳି। ଏହାକୁ ଆପଣ ପାଖାପାଖି ୨୦୦ ଖଣ୍ଡ ପର୍ଯ୍ୟନ୍ତ କାଟିପାରିବେ। ଆଶ୍ଚଯ୍ୟର୍ର କଥା, କଟାଯାଇଥିବା ପ୍ରତ୍ୟେକ ଖଣ୍ଡ ପୁଣିଥରେ ଏକ ଜୀବ ପାଲଟି ଯାଇଥାଏ। ଏହାଠାରୁ ଆହୁରି ଚକିତ କଲା ଭଳି କଥା ହେଉଛି, ଯେତେବେଳେ ଏହାର ମସ୍ତିଷ୍କ ଏବଂ ଶିରାପ୍ରଶିରାକୁ କାଟି ଖଣ୍ଡ ଖଣ୍ଡ କରିଦିଆଯିବ, ଏହା ପୁଣିଥରେ ଜନ୍ମ ହେବାକୁ ଲାଗିବ। କିଛି ଦିନ ଭିତରେ ପୂର୍ବଭଳି ଏକ ବିକଶିତ ମସ୍ତିଷ୍କ ଏବଂ ନର୍ଭସ ସଷ୍ଟମ କାର୍ଯ୍ୟକ୍ଷମ ହେବ।

fish44

ହିଡ୍ରା ବା ହାଇଡ୍ରା

ଏହାକୁ ଆପଣ ଅନେକ ମୁଣ୍ଡ ଥିବା ସାପ କହିପାରିବେ। ଏହା ଜଳରେ ରହିଥାଏ। ଏହାର କେବେ ବି ପ୍ରାକୃତିକ ମୃତ୍ୟୁ ହୋଇ ନ ଥାଏ। ହାଇଡ୍ରା ନିଜ ଶରୀରକୁ ଅନେକ ଭାଗରେ ବିଭାଜିତ କରିପାରିଥାଏ। ପୁଣି ପ୍ରତ୍ୟେକ ଭାଗ ବିକଶିତ ହୋଇ ନୂଆ ହାଇଡ୍ରାରେ ପରିଣତ ହୋଇଥାଏ। ଦେଖିବାକୁ ଏହା ଆପଣଙ୍କୁ ଅକ୍ଟୋପସ୍‌ ଭଳି ଲାଗିବ।

fish2

ଜେଲିଫିଶ୍‌

ଜେଲିଫିଶ୍‌ ବିଷୟରେ ସମସ୍ତେ ଜାଣିଥିବେ। ଏହା ନିଜ ସେଲସ୍‌କୁ ବଦଳାଇ ପୁଣିଥରେ ଯୁବା ଅବସ୍ଥାରେ ପହଞ୍ଚି ଯାଇଥାଏ। ଏହା ଏଭଳି ଘୂର୍ଣ୍ଣନ ପ୍ରକ୍ରିୟା ଚଲାଇଥାଏ।

ଏହାସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କ ରଖି ପୁରୁଷଙ୍କୁ ଜିଅନ୍ତା ଜାଳି ଦେଉଥିଲେ ଏହି ରାଣୀ

ଟାର୍ଡିଗ୍ରେଡ

୮ଟି ଗୋଡ଼ ଏବଂ ୪ ମିଟର ଲମ୍ବ ବିଶିଷ୍ଟ ଏହି ଜୀବ ୩୦ ବର୍ଷ ପଯ୍ୟର୍ନ୍ତ ବିନା ଖାଇପିଇ ବଞ୍ଚିପାରିଥାଏ। ଏହା ପାଣିରେ ରୁହେ। ଏହା ମହାକାଶରେ ତଥା କୌଣସି ବି ପ୍ରକାର ପରିବେଶରେ ବଞ୍ଚିରହିପାରେ। ୧୫୦ ଡିଗ୍ରୀ ତାପମାତ୍ରାରେ ଏହା ଆରାମରେ ନିଜକୁ ବଞ୍ଚାଇ ରଖେ। ଏମାନେ ପର୍ବତରୁ ଆରମ୍ଭ କରି ଗଭୀର ମହାସାଗର ପଯ୍ୟର୍ନ୍ତ ଏବଂ ବର୍ଷାବନରୁ ଆରମ୍ଭ କରି ଆଣ୍ଟାର୍କଟିକା ପଯ୍ୟର୍ନ୍ତ, ସବୁଠି ଦେଖାଯାଆନ୍ତି। ମଣିଷ ତୁଳନାରେ ଏମାନେ ୧୦୦ ଗୁଣା ଅଧିକ ସମୟ ପଯ୍ୟର୍ନ୍ତ ବଞ୍ଚିପାରିଥାଆନ୍ତି। ପୃଥିବୀରେ ଏହି ଜୀବ ପାଖାପାଖି ୬୦ କୋଟି ବର୍ଷର ଅଟେ।

frog

 

ଅଲାସ୍କନ ଉଡ୍‌ ଫ୍ରଗ୍‌

ଏହି ବେଙ୍ଗ ମଧ୍ୟ ଏକପ୍ରକାର ଅମର ଭଳି। ଅଲାସ୍କାରେ ଯେତେବେଳେ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଆସିଥାଏ, ସେତେବେଳେ ଏହାର ଶରୀର ବହୁତ ଥଣ୍ଡା ହୋଇଯାଏ। ଆଉ ଏହା ଶୀତନିଦ୍ରାରେ ଶୋଇଯାଏ। ସେ ସମୟରେ ଏହି ବେଙ୍ଗ ୮୦ ପ୍ରତିଶତ ପଯ୍ୟର୍ନ୍ତ ବରଫ ପାଲଟିଯାଏ। ଏପରି କି, ଏହାର ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ବନ୍ଦ ହୋଇଯାଏ। ଯଦି ଡାକ୍ତରୀ ଭାଷାରେ କୁହାଯାଏ, ତା’ହେଲେ ଏହା ମରିଯାଇଥାଏ। କିନ୍ତୁ ଯେବେ ବସନ୍ତ ଋତୁ ଆରମ୍ଭ ହୁଏ, ବେଙ୍ଗ ଉପରୁ ଧୀରେ ଧୀରେ ବରଫ ତରଳିବାରେ ଲାଗେ। ଏହା ଶରୀରରୁ ଏକପ୍ରକାର ଇଲେକ୍ଟ୍ରିକ୍‌ ଚାର୍ଜ ଉତ୍ପନ୍ନ ହୋଇଥାଏ ଏବଂ ପୁଣିଥରେ ଏହାର ହୃଦୟ ଧକ୍‌ଧକ ହେବାରେ ଲାଗେ। ଏହାକୁ ଫ୍ରୋଜନ୍‌ ଫ୍ରଗ୍‌ ମଧ୍ୟ କୁହାଯାଇଥାଏ।

f1

ଲଙ୍ଗ୍‌ ଫିଶ୍‌

ଏହି ମାଛ ବିଷୟରେ କୁହାଯାଏ କି, ଏହା ବିନା କୌଣସି ଖାଦ୍ୟପେୟରେ ୫ ବର୍ଷ ପଯ୍ୟର୍ନ୍ତ ବଞ୍ଚିପାରିଥାଏ। ଆଫ୍ରିକାରେ ଦେଖାଯାଉଥିବା ଏହି ପ୍ରଜାତିର ମାଛ ଶୀତ ପଡ଼ିଲେ ଆପେ ଭୂମି ତଳେ ପୋତି ହୋଇଯାଏ। ଶୀତ ସମୟରେ ଏହା ଭୂମି ତଳେ ହିଁ ଥାଏ ଏବଂ ନିଜ ଶରୀରର ମେଟାବୋଲିଜମ୍‌କୁ ୬୦ ଗୁଣା ପଯ୍ୟର୍ନ୍ତ କମ୍‌ କରିଦେଇଥାଏ।