ଏମିତି ଏକ ଗଣେଶ ମନ୍ଦିର, ଯେଉଁଠି ଓଲଟା ସ୍ୱସ୍ତିକ ବନାଇଲେ ସବୁ ମନସ୍କାମନା ହୋଇଥାଏ ପୂରଣ

ମଧ୍ୟପ୍ରଦେଶର ଇନଦୋରରେ ଭଗବାନ ଗଣେଶଙ୍କର ଏକ ନିଆରା ମନ୍ଦିର ରହିଛି, ଯେଉଁଠି କେବଳ ଓଲଟା ସ୍ୱସ୍ତିକ ଚିହ୍ନ ବନାଇଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ମାନ୍ୟତା ଅନୁସାରେ, ଇନଦୋରସ୍ଥିତ ଖଜରାନା ମନ୍ଦିରର ପଛ କାନ୍ଥ ଅର୍ଥାତ ଗଣେଶଙ୍କ ପିଠିରେ ଲୋକ ଓଲଟା ସ୍ୱସ୍ତିକ ଚିହ୍ନ ଆଙ୍କିଥାନ୍ତି।

temple2

ସବୁଠାରୁ ଖାସ କଥା ହେଲା, ଏହାଦ୍ୱାରା ମନସ୍କାମନା ପୂରା ହେଲେ ଭକ୍ତମାନେ ପୁଣିଥରେ ଆସି ସିଧା ସ୍ୱସ୍ତିକ ଚିହ୍ନ ବନାନ୍ତି। କୁହାଯାଏ, ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କର ମନବାଂଚ୍ଛା ପୂରଣ ହୋଇଥାଏ। ଖଜରାନା ଗଣେଶଙ୍କ ମନ୍ଦିରରେ ବୁଧବାର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ଶୃଙ୍ଗାର ପରେ ଭଗବାନଙ୍କୁ ବିଧି ମୁତାବକ ଆଳତି ଏବଂ ଭୋଗ ଲାଗି ହୋଇଥାଏ।

temple3

ସନ୍ଧ୍ୟା ଆଳତି ଦେଖିବା ପାଇଁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥାଏ। ମନ୍ଦିର ଏତେ ପ୍ରସିଦ୍ଧ ଯେ ଭାରତୀୟ କ୍ରିକେଟ ଟିମ ଯେତେବେଳେ ବି ଇନଦୋର ମ୍ୟାଚ ଖେଳିବାକୁ ଆସିଥାଏ, ଟିମର ସଦସ୍ୟମାନେ ନିଶ୍ଚିତ ଭାବେ ଏଠାକୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। କୁହାଯାଏ, ମନ୍ଦିର ନିର୍ମାଣ ୧୭୩୫ରେ ହୋଲକର ବଂଶର ମହାରାଣୀ ଅହଲ୍ୟାବାଈ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.