ଯବାନଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀ ନିହତ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଡିଜିପି ଅଭୟ

କେନ୍ୟୁଜ୍(ବ୍ୟୁରୋ):  କମ୍ବିଂ ଅପରେସନ୍‌ ବେଳେ ଯବାନଙ୍କୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀ ନିହତ ହୋଇଛନ୍ତି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ ଏହି ସୂଚନା ଦେଇଛନ୍ତି । କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡ଼ା ଥାନା ଅଂଚଳରେ ମାଓବାଦୀମାନେ ଯବାନଙ୍କୁ ମୁକାବିଲା କରିପାରି ନାହାନ୍ତି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଗୋଚ୍ଛାପଡ଼ା ଥାନା ଅଂଚଳରେ ଏସଓଜି ଓ ଡିଭିଏଫ୍‌ ଯବାନମାନେ କମ୍ବିଂ ଅପରେସନ କରିଥିଲେ । ଏହି ସମୟରେ ଯବାନମାନେ ଗୁଳି କରିଥିଲେ । ଫଳରେ ମାଓବାଦୀମାନେ ମୁକାବିଲା କରି ନପାରି ଛତ୍ରଭଙ୍ଗ ଦେଇଥିଲେ ।

ପରେ ଜଙ୍ଗଳରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ମିଳିଛି । ଘଟଣାସ୍ଥଳରୁ ୨ଟି ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଜବତ ହୋଇଛି । ମାଓ ମୁକାବିଲା ପାଇଁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ମାଓବାଦୀମାନେ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ, ଆତ୍ମସମର୍ପଣ କରି ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଯୋଜନାରୁ ସୁବିଧା ନେବାକୁ ଡିଜିପି ଅପିଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.