ବେଙ୍ଗାଲୁରୁର ରାଜରାସ୍ତାରେ ଏକ ଛୋଟ ଛୁଆ ଚଲାଉଥିଲା ମହିନ୍ଦ୍ରା ଥାର, ଭାଇରାଲ ହେଉଛି ଭିଡିଓ

ବେଙ୍ଗାଲୁରୁର ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ ଛୋଟ ଛୁଆ ନିଜ ବାପାଙ୍କ କୋଳରେ ବସି ମହିନ୍ଦ୍ରା ଥାର ଚଲାଉଥିବାର ନଜର ଆସିଛି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଏହା ଭାଇରାଲ ହେବାରେ ଲାଗିଛି ।

ବେଙ୍ଗାଲୁରୁର ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ ଛୋଟ ଛୁଆ ନିଜ ବାପାଙ୍କ କୋଳରେ ବସି ମହିନ୍ଦ୍ରା ଥାର ଚଲାଉଥିବାର ନଜର ଆସିଛି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଏହା ଭାଇରାଲ ହେବାରେ ଲାଗିଛି । “ସଗୟ ରାଜ ପି” ନାମକ ଜଣେ X ଆକାଉଣ୍ଟ୍ ୟୁଜର ଏହି ଭିଡିଓକୁ ନିଜ ଆକାଉଣ୍ଟରେ ପୋଷ୍ଟ କରିଥିଲେ, ଯାହା ବେଙ୍ଗାଲୁରୁରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଦର୍ଶାଉଛି । ପରେ ଟ୍ରାଫିକ ପୋଲିସ ଉକ୍ତ ବ୍ୟକ୍ତିଙ୍କ ଉପରେ ଜରିମାନା ମଧ୍ୟ ଲଗାଇଛି । ଏହି ଘଟଣା ନିଶ୍ଚିତ ଭାବରେ ଚିନ୍ତାଜନକ ଏବଂ ଆମକୁ ସ୍ମରଣ କରାଏ ଯେ ପିଲାମାନଙ୍କର ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦେଖିବା ପରେ ପୋଲିସ ସେହି ବ୍ୟକ୍ତିଙ୍କ ଚାଲାଣ କାଟୁଥିବାର ନଜର ଆସିଛି । ଡ୍ରାଇଭିଂ ଏକ ଦାୟିତ୍ୱ ଏବଂ ବିନା ଲାଇସେନ୍ସ ଏବଂ ଏଜ ଲିମିଟ ବିନା ଗାଡି ଚଳାଇବା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।

ଜଣେ ସାମ୍ବାଦିକ ‘ସଗୟ ରାଜ ପି’ ବେଙ୍ଗାଲୁରୁରେ ତାଙ୍କ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ପୋଷ୍ଟ କରିଛନ୍ତି । ସେହି ଭିଡିଓରେ ଏକ ଛୋଟ ପିଲା ନଜର ଆସିଥିଲା ଯିଏ ଏକ ବ୍ୟସ୍ତବହୁଳ ରାସ୍ତାରେ ମହିନ୍ଦ୍ରା ଥାର ଚଲାଉଥିବାର ନଜର ଆସିଛି । ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ପିଲାଟି ନିଜ ପିତାଙ୍କ କୋଳରେ ବସି ଷ୍ଟିଅରିଂ ଧରିଥିଲା ଏବଂ ଏହି ବାପା ଏତେ ଛୋଟ ଛୁଆକୁ ଗାଡି ଚଳାଇବାକୁ ମଧ୍ୟ ଦେଇଥିଲେ । ଏହି ଚିନ୍ତାଜନକ ଟ୍ରାଫିକ ନିୟମ ଉଲ୍ଲଂଘନକୁ ଲୋକଲୋଚନକୁ ଆଣିବା ପାଇଁ X ଆକାଉଣ୍ଟ୍ ୟୁଜର ସଗୟ ରାଜ ପି ଭିଡିଓରେ ବେଙ୍ଗାଲୁରୁ ସିଟି ପୋଲିସ ଏବଂ ଟ୍ରାଫିକ ପୋଲିସର କମିଶନରଙ୍କୁ ଟ୍ୟାଗ କରିଛନ୍ତି । ସେ ଲେଖିଛନ୍ତି, “MG ରୋଡ ମେଟ୍ରୋ ଷ୍ଟେସନ ନିକଟରେ ବିପଜ୍ଜନକ ଭାବେ ଟ୍ରାଫିକ ନିୟମର ଉଲଘଂନ ଦେଖାଯାଇଛି- ଏହିଠାରେ ଜଣେ ଅତି କମ ବୟସର ପିଲା କାର ଚଳାଉଥିବାର ନଜର ଆସିଛି!”

ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏବେ ସେହି ଛୁଆର ବାପାଙ୍କୁ ଜରିମାନା ଲଗାଇଛି । ଏହା ଆମକୁ ମନେ ପକାଇଦିଏ ଯେ ଟ୍ରାଫିକ୍ ନିୟମ ସମସ୍ତଙ୍କ ପାଇଁ ଏବଂ ସେଗୁଡିକ ଅନୁସରଣ କରିବାରେ କୌଣସି ଅବହେଳା ହେବା ଉଚିତ୍ ନୁହେଁ । ଟ୍ରାଫିକ ନିୟମ ମାନିବ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୋସିଆଲ ମିଡିଆରେ ଏହି ଘଟଣା ଉପରେ କିଛି ଲୋକ ନିଜର ମତ ମଧ୍ୟ ଦେଇଛନ୍ତି । କିଛି ଲୋକ ଏହି ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତିଙ୍କର ଖୁବ ପ୍ରଶଂସା କରିଛନ୍ତି ଏବଂ ଏସବୁକୁ ଖୋଲାଖୋଲି ଭାବରେ କହିବା ପ୍ରକୃତରେ ଚମତ୍କାର ଏବଂ ସାହସୀକତା ବୋଲି ଦର୍ଶାଇଛନ୍ତି । ତେବେ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.