ଦିଲ୍ଲୀ: ଘନ କୁହୁଡ଼ି ଓ କମ୍‌ ଦୃଶ୍ୟମାନ ଯୋଗୁ ୭ ବିମାନର ଦିଗ ପରିବର୍ତ୍ତନ, ଶୀତରେ ଥରୁଛି ଉତ୍ତର ଭାରତ

ରାଜଧାନୀ ଦିଲ୍ଲୀରେ ଘନ କୁହୁଡ଼ି ଏବଂ କମ୍‌ ଦୃଶ୍ୟମାନ ଯୋଗୁ ୭ ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ଖରାପ ପାଣିପାଗ ହେତୁ ରବିବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ୭ଟି ବିମାନକୁ ଅନ୍ୟ ସହରକୁ ଡାଏଭର୍ଟ କରାଯାଇଛି ।

ରାଜଧାନୀ ଦିଲ୍ଲୀରେ ଘନ କୁହୁଡ଼ି ଏବଂ କମ୍‌ ଦୃଶ୍ୟମାନ ଯୋଗୁ ୭ ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ଖରାପ ପାଣିପାଗ ହେତୁ ରବିବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ୭ଟି ବିମାନକୁ ଅନ୍ୟ ସହରକୁ ଡାଏଭର୍ଟ କରାଯାଇଛି ।

ଜଣେ ଅଧିକାରୀଙ୍କ ମୁତାବକ, ଭୋର୍‌ ୪ଟା ୩୦ରୁ ସକାଳ ୭ଟା ୩୦ ମଧ୍ୟରେ ୬ଟି ବିମାନକୁ ଜୟପୁର ଏବଂ ଗୋଟିଏ ବିମାନକୁ ମୁମ୍ବାଇ ଡାଏଭର୍ଟ କରାଯାଇଛି । ଦିଲ୍ଲୀ ଏବଂ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ରବିବାର ଘନ କୁହୁଡ଼ିର ଚାଦର ଛାଇ ରହିଥିଲା । କେତେକ ସ୍ଥାନରେ ଭିଜିବିଲିଟୀ ଶୂନ୍ୟ ମିଟରକୁ ଖସି ଆସିଥିଲା ।

ଭାରତ ପାଣିପାଗ ବିଜ୍ଞାନ ବିଭାଗ ( ଆଇଏମ୍‌ଡି) ଲୋକମାନଙ୍କୁ ଅନ୍ୟାବଶ୍ୟକ ଯାତ୍ରାରୁ ଦୂରେଇ ରହିବାକୁ ତଥା ଗାଡ଼ିମୋଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି । ଦିଲ୍ଲୀରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ନିକଟସ୍ଥ ପାଲମ୍‌ରେ ଭୋର୍‌ ୫ଟାରେ ଭିଜିବିଲିଟୀ ଶୂନ୍ୟ ମିଟରକୁ ହ୍ରାସ ପାଇଥିଲା ।

କହି ରଖୁଛୁ, ଜାନୁୟାରୀ ମାସରେ ସମ୍ପୂର୍ଣ୍ଣ ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ପଡ଼ିଛି । ପାଣିପାଗ ବିଭାଗ ଅନୁସାରେ, ଦିଲ୍ଲୀ, ଉତ୍ତର ପ୍ରଦେଶ, ପଞ୍ଜାବ, ଚଣ୍ଡୀଗଡ଼, ହରିୟାଣା, ରାଜସ୍ଥାନ ଓ ବିହାରରେ ଆଗାମୀ କିଛି ଦିନ ଯାଏ ଭୀଷଣ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଲାଗି ରହିବ । ଆଇଏମ୍‌ଡି ମୁତାବକ, ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ପୂରା ଉତ୍ତର ଭାରତରେ ଅତି ଘନ କୁହୁଡ଼ି ଛାଇବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.