ଅଳ୍ପ ବୟସରୁ ପିଠି ଯନ୍ତ୍ରଣାରେ କଷ୍ଟ ପାଉଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଲୋକମାନେ ୩୦ ରୁ ୩୫ ବର୍ଷ ବୟସରେ ପିଠି ଯନ୍ତ୍ରଣା ହେବାର କଷ୍ଟ ପାଉଛନ୍ତି । ଅଫିସରେ ଘଣ୍ଟା ଘଣ୍ଟା ବସିବା, ଭୁଲ ସ୍ଥିତିରେ ବସିବା ଏବଂ ବେଳେବେଳେ ଝଟକା ଲାଗିବା ଯୋଗୁ ଏହି ଯନ୍ତ୍ରଣା ହୋଇଯାଏ । କିଛି ଲୋକ ଅଧିକ ଓଜନର ଜିନିଷ ଉଠାଇବା ପରେ ମଧ୍ୟ ପିଠି ଯନ୍ତ୍ରଣା କରିବା ଆରମ୍ଭ ହୋଇଥାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ଯେ ଉଠିବା ଏବଂ ବସିବା ମଧ୍ୟ କଷ୍ଟକର ହୋଇଯାଏ ।

ପିଠି ଯନ୍ତ୍ରଣା ହେବା ଦ୍ୱାରା ଚାଲିବା ଏବଂ ବସିବା ପାଇଁ ବହୁତ କଷ୍ଟ ହୋଇଥାଏ । ଲୋକମାନେ ୩୦ ରୁ ୩୫ ବର୍ଷ ବୟସରେ ପିଠି ଯନ୍ତ୍ରଣା ହେବାର କଷ୍ଟ ପାଉଛନ୍ତି । ଅଫିସରେ ଘଣ୍ଟା ଘଣ୍ଟା ବସିବା, ଭୁଲ ସ୍ଥିତିରେ ବସିବା ଏବଂ ବେଳେବେଳେ ଝଟକା ଲାଗିବା ଯୋଗୁ ଏହି ଯନ୍ତ୍ରଣା ହୋଇଯାଏ । କିଛି ଲୋକ ଅଧିକ ଓଜନର ଜିନିଷ ଉଠାଇବା ପରେ ମଧ୍ୟ ପିଠି ଯନ୍ତ୍ରଣା କରିବା ଆରମ୍ଭ ହୋଇଥାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ଯେ ଉଠିବା ଏବଂ ବସିବା ମଧ୍ୟ କଷ୍ଟକର ହୋଇଯାଏ । ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ଅଣଦେଖା କରିବା ଆପଣଙ୍କ ସମସ୍ୟାକୁ ଆହୁରି ବଢାଇପାରେ । ଏଥିପାଇଁ ସମସ୍ୟା ଅଧିକ ଗମ୍ଭୀର କରିପାରେ । ତେଣୁ ପିଠି ଯନ୍ତ୍ରଣା ହେଉଥିଲେ ଆପଣ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର କରନ୍ତୁ, ଯାହା ଦ୍ୱାରା ଆପଣ ଏହି ଯନ୍ତ୍ରଣାରୁ ଆରମ ପାଇବେ ।

ମସାଜ୍‌ କରନ୍ତୁ : ଯେଉଁମାନଙ୍କର ପିଠି ଯନ୍ତ୍ରଣା ହେଉଛି ସେମାନେ ବେଳେବେଳେ ପିଠି ମସାଜ୍ କରିବା ଉଚିତ୍ । ଅଧିକ ସମୟ ଧରି ବସିବା ଦ୍ୱାରା କାନ୍ଧ ଏବଂ ପିଠିରେ ଯନ୍ତ୍ରଣା ହୋଇଥାଏ । ତେବେ ସୋରିଷ ତେଲରେ ମେଥି ମିଶାଇ, ଏହାକୁ ଗରମ କରନ୍ତୁ ଏବଂ ଏହା ସହିତ ସପ୍ତାହରେ ୧ ରୁ୨ ଥର ମସାଜ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ବହୁତ ଆରାମ ମଳିବ ।

ସେକ ଦେବା ଦ୍ୱାରା ଆରମ ମିଳିବ : ସେକ ଦେବା ଦ୍ୱାରା ଏହି ଯନ୍ତ୍ରଣାରୁ ବହୁତ ଆରାମ ମିଳିଥାଏ । ଯଦି ଆପଣଙ୍କର ପିଠିରେ ଯନ୍ତ୍ରଣା ହେଉଛି ତେବେ ଏହାକୁ ଗରମ କିମ୍ବା ଥଣ୍ଡା ପ୍ୟାକ୍ ସହିତ ଲଗାନ୍ତୁ । ଆପଣ ଏଥିପାଇଁ ବରଫ ପ୍ୟାକ୍ କିମ୍ବା ଗରମ ପାଣି ମଧ୍ୟ ପ୍ରୟୋଗ କରିପାରିବେ । ଏହା ଆପଣଙ୍କୁ ତୁରନ୍ତ ଆରାମ ଦେବ । ଯଦି ଆପଣ ଚାହିଁବେ, ତାହେଲେ ଆପଣ ଉଭୟ ଥଣ୍ଡା ଏବଂ ଗରମ ପାଣିରେ ସେକ ନେଇପାରିବେ ।

ବ୍ୟାୟାମ କରନ୍ତୁ : ଯଦି ଆପଣଙ୍କର ପିଠି ଯନ୍ତ୍ରଣା ହେଉଛି, ଯୋଗ କରନ୍ତୁ କିମ୍ବା ନିୟମିତ ଭାବେ ବ୍ୟାୟାମ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଅନେକ ଆରାମ ମିଳିବ । ପିଠି ଯନ୍ତ୍ରଣା ହେଲେ ଆପଣ ଭୁଜଙ୍ଗାସନ କରିପାରିବେ । ତେବେ ଯଦି ଆପଣ ଏପରି କରୁଛନ୍ତି, ତାହେଲେ ଆପଣଙ୍କ ମେରୁଦଣ୍ଡକୁ ବହୁତ ଆରାମ ମିଳିବ । ଯଦି ପ୍ରତିଦିନ ମାକରାସନ କରିବେ, ତେବେ ଆପଣଙ୍କୁ ଏହି ଯନ୍ତ୍ରଣାରୁ ବହୁତ ଆରମ ମିଳିବ ।

ଘରେ କିଛି ସମୟ ଚଲାବୁଲା କରନ୍ତୁ : ଆପଣମାନେ ଜାଣିଥିବେ ଯେ ପ୍ରତିଦିନ ଚାଲିବା ଶହେ ରୋଗର ଉପଶମ ବୋଲି କୁହାଯାଏ । ତେଣୁ ପ୍ରତିଦିନ ସକାଳୁ ଚାଲିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ତେବେ ପ୍ରତିଦିନ ଚାଲିବା ମଧ୍ୟ ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଅଫିସରେ ସିଦ୍ଧା ଚେୟାରରେ ଘଣ୍ଟା ବିତାଇବା ପରେ, ଆପଣଙ୍କୁ ଦିନକୁ ଅତି କମରେ ୧ ଘଣ୍ଟା ଚାଲିବା ଉଚିତ । କାରଣ ଏପରି କରିବା ଦ୍ୱାରା ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ମିଳିଥାଏ ।

ଯେଉଁ ସ୍ଥାନରେ ବସୁଛନ୍ତି ଠିକ୍‌ ଭାବେ ବସନ୍ତୁ : ଯଦି ଆପଣ ବାରମ୍ବାର କୌଣସି ପ୍ରକାରର ଖରାପ ସ୍ଥିତିରେ ବସୁଛନ୍ତି, ତାହେଲେ ଏହା ଆପଣଙ୍କ ପିଠି ଯନ୍ତ୍ରଣାର ଏକ ପ୍ରମୁଖ କାରଣ । ତେଣୁ ଯେତେବେଳେ ବି ଆପଣ ଅଧିକ ସମୟ ଧରି ବସିଥିବେ, ସେତେବେଳେ ଆପଣ ନିଜ ବସିବା ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ । ସେଥିପାଇଁ ଆପଣ ଯେଉଁ ସ୍ଥାନରେ ବି ବସନ୍ତୁ, ଏହା ପ୍ରତି ଧ୍ୟାନ ଦିଅନ୍ତୁ ଯେପରି ବସିବାର ଆସନ ଆରାମଦାୟକ ହୋଇଥିବ । ଏହା ବ୍ୟତୀତ ଅଧିକ ନଇଁ କାମ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କୁ ଏହି ଯନ୍ତ୍ରଣା ଆରାମ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.