ବାପଦାଦି ଅମଳର ଦୋକାନ ସମ୍ଭାଳି ମୋ ପରିବାର ସମ୍ଭାଳୁଛି, ସେ ମୋ ଝିଅ ନୁହେଁ ମୋ ପୁଅ

କେତେବେଳେ ଦୁରୁଆ ଜନଜାତି ମାନ୍ୟତା ପାଇଁ ସ°ଘର୍ଷ ତ ପୁଣି କେତେବେଳେ ପରିବାର ଦାୟିତ୍ୱ ନହେଲେ ଗଛଲତା ଆଉ ଚେରମୂଳି ସହ ନିବିଡିତା ଏତିକିରେ ସରେନି କାମ । ଛୋଟିଆ ଦୋକାନ ଭିତରେ ଶହଶହ ଡବା ଚେରମୂଳି ସହ ଲୋକ ସମ୍ପର୍କ । ଦିନ ତମାମ ଲୋକଙ୍କ ସହ ଲୋକଙ୍କ ସେବାରେ ରୁହନ୍ତି ମୀରା ।

କୋରାପୁଟ(କେନ୍ୟୁଜ): କେତେବେଳେ ଦୁରୁଆ ଜନଜାତି ମାନ୍ୟତା ପାଇଁ ସ°ଘର୍ଷ ତ ପୁଣି କେତେବେଳେ ପରିବାର ଦାୟିତ୍ୱ ନହେଲେ ଗଛଲତା ଆଉ ଚେରମୂଳି ସହ ନିବିଡିତା ଏତିକିରେ ସରେନି କାମ । ବଳକା ସମୟ ଜଡ଼ି ବୁଟି ଦୋକାନରେ ବିତିଯାଏ । ଜଣାଶୁଣା ନା ମୀରା ଚାଲାଣ ମୀରା ଦିଦି କହିଲେ ପୁରା କୋଟପାଡ ଜାଣନ୍ତି । ଛୋଟିଆ ଦୋକାନ ଭିତରେ ଶହଶହ ଡବା ଚେରମୂଳି ସହ ଲୋକ ସମ୍ପର୍କ । ଦିନ ତମାମ ଲୋକଙ୍କ ସହ ଲୋକଙ୍କ ସେବାରେ ରୁହନ୍ତି ମୀରା ।

ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ । କାରଣ ପରିବାର ବୋଝ ସହ ଅର୍ଥ ବାଧକ ହେତୁ ନିଜ ପଢାରେ ଡୋରି ବାନ୍ଧି ବାପ ଦାଦି ବେଳର ଜଡିବୁଟି ଆୟୁର୍ବେଦିକ ଦୋକାନରେ ବାପାଙ୍କ କାନ୍ଧରୁ ଓଜନ ସମ୍ଭାଳି ଥିଲେ ମୀରା । ନିଜେ ପଢିନଥିଲେ ମଧ୍ୟ ଦୁଇ ଭାଇ ଦୁଇ ଭଉଣୀଙ୍କୁ ପାଠ ପଢେଇ ଚାକିରି କରେଇ ସେମାନଙ୍କ ଭବିଷ୍ୟତ ଗଢି ତୋଳିଛନ୍ତି । ବାପାଙ୍କ ସହ ଦୋକାନରେ ନାନାଧି ପ୍ରକାର ଔଷଧୀୟ ବୃକ୍ଷ ସାଙ୍ଗକୁ ଚେରମୂଳି ତଥା ଔଷଧ ବିଷୟରେ ଜାଣିବା ତାଳପତ୍ର ପୋଥି ରୁ ସଙ୍ଗୃହିତ କରି ତାର ବ୍ୟବହାର ଜାଣି ଲୋକଙ୍କୁ ଔଷଧ ବାଣ୍ଟିବା ରେ ସମୟ ସରିଯାଏ ।

ବଳକା ସମୟ ନିଜ ହାତ ତିଆରି ଛୋଟ ଔଷଧୀୟ ବନରେ କଟିଯାଏ । କେତେବେଳେ ଗଛ ପତ୍ର ଯତ୍ନରେ ତ କେତେବେଳେ ଔଷଧ ପ୍ରସ୍ତୁତିରେ । ପାଖାପାଖି ତିନି ଏକର ଜାଗାରେ ତିନିଶହରୁ ଅଧିକ ଛୋଟବଡ ଔଷଧୀୟ ଗଛ ଲଗେଇ ପରିବେଷ ସୁରକ୍ଷା ସାଙ୍ଗକୁ ସେଥିରୁ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରନ୍ତି ମୀରା । ଏପଟେ ବାପଦାଦି କାଳର ଦୋକାନ ସମ୍ଭାଳି ମୋ ପରିବାର ସମ୍ଭାଳୁଛି, ସେ ମୋ ପୁଅ ବୋଲି କହନ୍ତି ମୀରାଙ୍କ ବାପା ।

mira apa

 

ଦୁରୁଆ ସମ୍ପ୍ରଦାୟର ଝିଅ ମୀରା । ନିଜ ଜାତିଗତ ପ୍ରମାଣ ପାଇଁ ତାଙ୍କୁ ନାହିଁ ନଥିବା କଷ୍ଟ କରିବାକୁ ପଡିଥିଲା । ଏଣୁ ସମ୍ପ୍ରଦାୟକୁ ଜାତିଗତ ମାନ୍ୟତା ପାଇଁ ଲଢେଇରେ ଦିଲ୍ଲୀ ପର୍ଯ୍ୟନ୍ତ ଯାଇ ସ°ଘର୍ଷ କରିଥିଲେ ମୀରା । ଅଶୋକ, ଅର୍ଜୁନଛାଲି ,ହରିଡା, ବାହାଡା, ପାତାଳଗରୁଡ ,ବଚ ଭଳି ଅନେକ ଔଷଧୀୟ ବୃକ୍ଷ ଲଗେଇ ସେସବୁର ଯତ୍ନ ନିଅନ୍ତି ମୀରା । ଦିନେ ଅଭାବ ଭିତରେ ବଢିଥିବା ମୀରା ଆଜି ନିଜର ଏଇ ଔଷଧୀୟ ବ୍ୟବସାୟ କ୍ଷେତ୍ରରେ ୭ଜଣଙ୍କୁ ରୋଜଗାର ଯୋଗେଇଛନ୍ତି ।

ଏସବୁ ଭିତରେ ନିଜ ସମାଜ ଓ ନିଜ ଅନ୍ଚଳର ଲୋକଙ୍କ ପାଇଁ ସମାଜସେବା କରି ସାହାଯ୍ୟ ର ହାତ ମଧ୍ୟ ବଢାଇଆସୁଛନ୍ତି ମୀରା । ତାଙ୍କଠୁ ଏଇ ଆୟୁର୍ବେଦ ଔଷଧ ସେବା ମାଧ୍ୟମରେ ଅନେକ ଲୋକ ସୁସ୍ଥ ହେବା ସାଙ୍ଗକୁ ସମାଜ ସେବା କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖନ୍ତି ମୀରା । ଯୋଗ୍ୟତାର ବହୁ ଊର୍ଦ୍ଧ୍ଵ କୁ ଯାଇ ଔଷଧୀୟ ବୃକ୍ଷ ସ°ରକ୍ଷଣ ଓ ସେବା ପ୍ରଦାନ କରି ଚର୍ଚ୍ଚିତ ମୀରା ଆଜି ନିଜର ପରିଚୟ ସୃଷ୍ଟି କରିଛନ୍ତି ତାଙ୍କର ଏଭଳି ଯାତ୍ରା ଏମିତି ଜାରି ରହୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.