ଜମିବାଡ଼ି ବିବାଦରୁ ହତ୍ୟା କାଣ୍ଡ: ୪ ବର୍ଷ ପରେ ଆସିଲା ରାୟ, ୫ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଦୀର୍ଘ ୪ ବର୍ଷ ପରେ ଆସିଲା ରାୟ । ଜମିବାଡି ବିବାଦକୁ କେନ୍ଦ୍ରକରି ଘଟିଥିବା ଏକ ହତ୍ୟା ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ସହିତ ୨ ଅଭିଯୁକ୍ତଙ୍କୁ ୩୦ ହଜାର ଓ ୩ ଜଣ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ରାୟ ଶୁଣାଇଛନ୍ତି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଜୟ କୁମାର ପ୍ରଧାନ ।

କେନ୍ଦ୍ରାପଡା (କେନ୍ୟୁଜ): ଦୀର୍ଘ ୪ ବର୍ଷ ପରେ ଆସିଲା ରାୟ । ଜମିବାଡି ବିବାଦକୁ କେନ୍ଦ୍ରକରି ଘଟିଥିବା ଏକ ହତ୍ୟା ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ସହିତ ୨ ଅଭିଯୁକ୍ତଙ୍କୁ ୩୦ ହଜାର ଓ ୩ ଜଣ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ରାୟ ଶୁଣାଇଛନ୍ତି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଜୟ କୁମାର ପ୍ରଧାନ । ୨୦୨୦ ମେ’ ମାସ ୨୯ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସିମୁଳିଆ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ସୂଚନାଯୋଗ୍ୟ ଯେ, ଗାଁର ଦେବ ପ୍ରସାଦ ସ୍ଵାଇଁଙ୍କୁ ପଡୋଶୀ ଶିବ ପ୍ରସାଦ ସ୍ଵାଇଁ ତାଙ୍କ ବାପା ପରୀକ୍ଷିତ ସ୍ଵାଇଁ, ମା’ ନଳିନୀପ୍ରଭା ସ୍ଵାଇଁ, ଭିଣୋଇ କିଶୋର ଜେନା ଓ ବନ୍ଧୁ ଦିଲ୍ଲୀପ ନାୟକ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଏହାକୁ ରୋକିବାକୁ ଯାଇ ଦେବ ପ୍ରସାଦଙ୍କ ସ୍ତ୍ରୀ ମୀରା ସ୍ଵାଇଁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ମା’ କୁସୁମ ସ୍ଵାଇଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା l ଏହି ଆକ୍ରମଣରେ ଦେବ ପ୍ରସାଦ ସ୍ଵାଇଁ ନିଜର ଏକ ହାତ ହରାଇଥିଲେ।

ଶିବପ୍ରସାଦ ସ୍ବାଇଁଙ୍କ ସମେତ ଏହି ହତ୍ୟାକାଣ୍ଡ ଓ ଆକ୍ରମଣରେ ପରୀକ୍ଷିତ ସ୍ୱାଇଁ, ଦିଲ୍ଲୀପ ନାୟକ, କିଶୋର କୁମାର ଜେନା ଏବଂ ନଳିନୀପ୍ରଭା ସ୍ୱାଇଁ ସମ୍ପୃକ୍ତ ଥିବା ନେଇ ସ୍ଥାନୀୟ ୱାର୍ଡମେମ୍ବର ଭଗବାନ ଜେନା ସେହିଦିନ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ପକ୍ଷରୁ ୧୮୮/୨୦୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଳେ ହତ୍ୟାକାଣ୍ଡ ଓ ଆକ୍ରମଣରେ ବ୍ୟବହୃତ ସାମଗ୍ରୀକୁ ଜବତ କରାଯାଇଥିଲା । ପୋଲିସ ଉକ୍ତ ଘଟଣାରେ ୨୮ ଜଣ ସାକ୍ଷୀଙ୍କୁ ସାମିଲ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସାକ୍ଷୀମାନଙ୍କ ବୟାନ ଶୁଣି ଗତକାଲି ଏକ ଐତିହାସିକ ରାୟ ଶୁଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.