ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ପାର୍ସଲ ଡେଲିଭରୀ ଠିକଣା, ହାଇଦ୍ରାବାଦର ‘ସଲିମ ଲାଲା’ଙ୍କ ଘର ଆଡ୍ରେସ୍‌ ପଢି ଆପଣ ବି ହସି ହସି ବେଦମ ହେବେ

ଯେବେଠୁ କରୋନା ମହାମାରୀ ବ୍ୟାପିଲାଣି, ଲୋକେ ନିଜର ସବୁ ଜିନିଷ ଅନ୍‌ଲାଇନ ମାଗିବା ଆରମ୍ଭ କରିଦେଇଛନ୍ତି। ଖାଦ୍ୟଠୁ ଆରମ୍ଭ କରି କପଡ଼ା, ଗ୍ରୋସରୀ, ଏ ସବୁ ଆମେ ଘରେ ବସି ପାଇଯାଉଛେ। କିନ୍ତୁ ଗୋଟିଏ ପଟେ ଯେଉଁଠି ଲୋକଙ୍କ କାମ ସହଜ ହେଇଯାଉଛି, ସେଠି ଡେଲିଭରୀ ବୟଜ୍‌ଙ୍କ ପାଇଁ କାମ ବହୁତ ବଢ଼ିଯାଉଛି। ଆଜିକାଲି ଡେଲିଭରୀ ବୟମାନେ ଦିନରାତି ଡ୍ୟୁଟିରେ ରହି ଲୋକଙ୍କ ପାଖରେ ଜିନିଷ ପହଞ୍ଚାଇବାରେ ଲାଗିଛନ୍ତି। ସେପଟେ ଅନ୍‌ଲାଇନ ଜିନିଷ ପାଇଁ ଦିଆଯାଇଥିବା ଠିକଣା ଯଦି ଭୁଲ ରହୁଛି କିମ୍ବା ଠିକ୍‌ ଭାବେ ଲେଖା ହେଉନାହିଁ, ତା’ହେଲେ ସେମାନଙ୍କ ପାଇଁ ମୁସ୍କିଲ ଆହୁରି ବି ଅଧିକ ବଢ଼ିଯାଉଛି।

ଏବେ ସୋସିଆଲ ମିଡିଆରେ ଏକ ଠିକଣା ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯାହାକୁ ପଢ଼ି ଆପଣ ନିଜ ହସକୁ ରୋକି ପାରିବେ ନାହିଁ। ଏହି ଅନ୍‌ଲାଇନ ଆଡ୍ରେସ୍‌ର ଫଟୋ ଅରୁଣ ବୋଥ୍ରା ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋରେ ସେ କ୍ୟାପସନ ଦେଇଛନ୍ତି, ‘ହାଇଦ୍ରାବାଦ ଷ୍ଟାଇଲ୍‌ରେ ଆଡ୍ରେସ୍‌’। ଏହା ଏକ ପାର୍ସଲର ଫଟୋ, ଯାହା ଉପରେ ଗ୍ରାହକଙ୍କ ନାଁ, ‘ସଲିମ ଲାଲା’ ଲେଖା ଯାଇଛି।

ପାର୍ସଲରେ ତାଙ୍କ ଠିକଣା ରହିଛି, ‘12-24 / Z1, ପାଶା ଭାଇ ଦୋକାନ ଆସି ପଚାରି ନିଅନ୍ତୁ, ସଲିମ ଲାଲା କେଉଁଠି ରୁହନ୍ତି, ସିଧା ଘର ପାଖକୁ ଆସି ଛାଡ଼ିଦେବେ, ଚାରମିନାର୍‌, ହାଇଦ୍ରାବାଦ’। ଏ ପର୍ଯ୍ୟନ୍ତ ଏହି ଫଟୋକୁ ୨ ହଜାରରୁ ଅଧିକ ଲାଇକ୍ସ ମିଳିସାରିଲାଣି। ତେବେ ପୂର୍ବରୁ ବି ଏମିତି ଏକ ଠିକଣା ଥିବା ଫଟୋ ୨୦୨୦ ଜୁଲାଇରେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.