Below header

କଣ୍ଟ୍ରୋଲ ଚାଉଳ ପାଇବା ପାଇଁ ଡେଢ କିଲୋମିଟର ଚାଲିବାକୁ ପଡ଼ୁଛି ବୃଦ୍ଧ ମହିଳାଙ୍କୁ, ପୁଅ ଥାଇ ନଥିବା ସମାନ

ଦେହରେ ଛିଡ଼ା ହେବାକୁ ବି ବଳ ନାହିଁ । ହାତକୁ ମାଟିରେ ଥାପି ବହୁ କଷ୍ଟରେ ଛିଡ଼ା ହେବାକୁ ଚେଷ୍ଟା କରୁଛନ୍ତି ବୃଦ୍ଧ ମହିଳା ଜଣକ । ଆଶାବାଡ଼ି ଧରି ଛିଡ଼ା ହେବାକୁ ଚେଷ୍ଟା କରୁଛନ୍ତି । ନଡ଼ା ଓ ତାଳପତ୍ରରେ ଢଙ୍କା ହୋଇଥିବା କୁଡ଼ିଆ ଘରେ ବହୁ କଷ୍ଚରେ ଅତିବାହିତ କରୁଛନ୍ତି ଜୀବନ । ଝଡ଼ ଓ ବର୍ଷା ସମୟରେ କି ଅବସ୍ଥା ଯେ ହେଉଥିବ କଳ୍ପନା ବାହାରେ । କଣ୍ଟ୍ରୋଲ ଚାଉଲ ଟିକକ ପାଇବା ପାଇଁ ଆଶାବାଡ଼ି ଧରି ନଇ ନଇ ଚାଲୁଛନ୍ତି ଡ଼େଢ କିଲୋମିଟର ବାଟ ।

କେନ୍ୟୁଜ୍‌(ବ୍ୟୁରୋ): ବାର୍ଦ୍ଧକ୍ୟ ଗ୍ରାସି ସାରିଲାଣି ଶରୀରକୁ । ଦେହରେ ଛିଡ଼ା ହେବାକୁ ବି ବଳ ନାହିଁ । ହାତକୁ ମାଟିରେ ଥାପି ବହୁ କଷ୍ଟରେ ଛିଡ଼ା ହେବାକୁ ଚେଷ୍ଟା କରୁଛନ୍ତି ବୃଦ୍ଧ ମହିଳା ଜଣକ । ଅଣ୍ଟା ସଳଖି ଛିଡ଼ା ବି ହୋଇପାରୁ ନାହାଁନ୍ତି । ଆଶାବାଡ଼ି ଧରି ଛିଡ଼ା ହେବାକୁ ଚେଷ୍ଟା କରୁଛନ୍ତି । ନଇ ନଇ ଧିରେ ଧିରେ ଚାଳୁଛନ୍ତି । ଅଣ୍ଟା କେବେଠୁ ପଡ଼ି ଯାଇଛି । ଗୋଟିଏ ହାତରେ ଝୁଲା ବ୍ୟାଗ ଧରିଥିବା ବେଳେ ଆଉ ଗୋଟିଏ ହାତରେ ଆଶାବାଡ଼ି ଧରି ଚାଲୁଛନ୍ତି । ପାଖରେ ସାହାରା ହେବାକୁ କେହି ନାହାଁନ୍ତି । ନଡ଼ା ଓ ତାଳପତ୍ରରେ ଢଙ୍କା ହୋଇଥିବା କୁଡ଼ିଆ ଘରେ ବହୁ କଷ୍ଚରେ ଅତିବାହିତ କରୁଛନ୍ତି ଜୀବନ । ଝଡ଼ ଓ ବର୍ଷା ସମୟରେ କି ଅବସ୍ଥା ଯେ ହେଉଥିବ କଳ୍ପନା ବାହାରେ । କୁଡ଼ିଆ ଉପରେ ଢଙ୍କା ହୋଇଥିବା ଜରିପାଲ ଭରସା ପାଲଟିଛି । ପୁଅ, ବୋହୁ ସମସ୍ତେ ରହିଥିଲେ ବି ଏ ବୟସରେ ସବୁ ଯେମିତି ପର କରି ଦେଇଛନ୍ତି ।

ଏ ହେଉଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବନ୍ଦସାହିର କାଲି ଜେନା । ବୟସ ଶହେ ଟପିଲାଣି । ପୁଅ ବୋହୁ ରହିଥିଲେ ବି ନଥିବା ସମାନ । ଏହି ଶତାୟୁ ମହିଳାଙ୍କ ଦୁଃଖ ଯେପରି ତାଙ୍କୁ ଦେଖା ଯାଉନାହିଁ । ଯେଉଁ ମାଆ ତାଙ୍କୁ ଜନମ କରିଥିଲା ସେ ପୁଅ ଆଜି ମାଆକୁ ଛାଡ଼ି ଅଲଗା ରହୁଛି । ପୁଅ ସେପଟେ ଛଅ ତିଅଣ ନଅ ଭଜା ଖାଇଲା ବେଳକୁ ମଆ ଏପଟେ ପରଠୁ ମାଗିଜାଚି ଚଳୁଛି । ରୋଷେଇ କରିନପାରିଲେ ଓପାସରେ ରହୁଛି । ଏହି ପରିଣତ ବୟସରେ ଯିଏ ତାଙ୍କର ସାହାରା ପାଲଟିବା କଥା ସିଏ ତ ପର କରି ଦେଇଛି । ବୃଦ୍ଧ ମହିଳା ଯେତେବେଳେ ତାଙ୍କର ଦୁଃଖ କାହାଣି ବଖାଣୁଛନ୍ତି ତାଙ୍କ ଆଖିରେ ଲୁହ ଆସି ଯାଉଛି । ହିଁ ଯଦି ବି ପରିବାର ଭିତରେ କିଛି ମନ ମାଲିନ୍ୟ ହୋଇଛି । ମାଆର ଦୋଷ ଥାଉ ବା ନଥାଉ । ଏ ପରିଣତ ବୟସରେ ମାଆକୁ ପରି କରିଦେବାଟା କେତେଦୂର ଠିକ୍‌ ଆପଣ ଚିନ୍ତା କରନ୍ତୁ ।

କଣ୍ଟ୍ରୋଲ ଚାଉଲ ଟିକକ ପାଇବା ପାଇଁ ଆଶାବାଡ଼ି ଧରି ନଇ ନଇ ଚାଲୁଛନ୍ତି ଡ଼େଢ କିଲୋମିଟର ବାଟ । ଟାଣ ଖରାରେ ବି ତାଙ୍କୁ ଏପରି କଷ୍ଟ କରିବାକୁ ପଡ଼ୁଛି । ତାଙ୍କୁ କେତେଯେ କଷ୍ଟ ଲାଗୁଥିବ ଆପଣ ଅନୁମାନ କରନ୍ତୁ । ପୁଅଠୁ ଅଲଗା ହେବାପରେ ଭିକ୍ଷା ବତ୍ତି କରି ଚଳୁଛନ୍ତି ଏହି ମହିଳା । ବର୍ଷର ପ୍ରତ୍ୟେକ ମାସ ତାଙ୍କୁ ଏପରି ଚାଲି ଚାଲି ଯିବାକୁ ପଡ଼େ ଢେଡ଼ କିଲୋମିଟର ବାଟ । ତାଙ୍କ ପାଖରେ ସରକାରଙ୍କ କଣ୍ଟ୍ରୋଲ ଚାଉଳ ପହଁଚି ପାରିଲେ ତାଙ୍କୁ ଏପରି ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ଏହାସହ ଏହି ମହିଳାଙ୍କୁ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେଲେ ସେ ଭଲରେ ଟିକେ ଚଳି ପାରନ୍ତେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.