ଆରେ ମଣିଷ ପିମ୍ପୁଡି ଠାରୁ କିଛି ତ ଶିଖ ! ଭିଡିଓରୁ ଦେଖନ୍ତୁ ଏକତାର ପାଓ୍ଵାର
କୁହାଯାଏ ଯେ ଏକତା ହିଁ ବଡ ଶକ୍ତି ହୋଇଥାଏ। ଏକତାରରେ ଥାଏ ବହୁତ ଶକ୍ତି ତାହାର ଏକ ଉଦାହରଣ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ବହୁତ ବେଗରେ ଭାଇରାଲ ହେଉଥିବା ଏହି ଭିଡିଓ ଲୋକଙ୍କୁ ଏକ ସୁନ୍ଦର ଶିକ୍ଷା ନିହାତି ଦେବ। ତେଲେଙ୍ଗାନାରେ ଆଇଜି ସ୍ୱାତି ଲାକ୍ରା ଏହି ଭିଡିଓଟିକୁ ଟ୍ଵିଟରରେ ସେୟାର କରିଛନ୍ତି।
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ପିମ୍ପୁଡି ଏକ ବାଡକୁ ପାର କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ମଝିରେ ଜାଗା ଖାଲି ହୋଇଥିବା କାରଣରୁ ସେମାନେ ଅଟକି ଯାଉଛନ୍ତି। ଏହାପରେ ପିମ୍ପୁଡିମାନେ ଜଣେ ଜଣଙ୍କ ଉପରେ ଚଢ଼ି ଏକ ପୋଲ ବନାଇ ଦେଉଛନ୍ତି। ଏହାଦ୍ୱାର ଅନ୍ୟ ପିମ୍ପୁଡିମାନଙ୍କୁ ଯିବା ପାଇଁ ସହଜ ହୋଇଗଲା।
ଏହାସହ ପଢନ୍ତୁ : ବର୍ଷା ପାଇଁ ପ୍ରଥମେ କରାଗଲା ବେଙ୍ଗ ବେଙ୍ଗୁଲୀଙ୍କର ବିବାହ, ଏମିତି ବୃଷ୍ଟିପାତ ହେଲା ଯେ ଏବେ କରାଯାଉଛି ଛାଡପତ୍ର
ଆଇଜି ସ୍ୱାତୀ ଲାକ୍ରାଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି। ପିମ୍ପୁଡିମାନେ ବାଡକୁ ଅତିକ୍ରମ କରିବା ପାଇଁ ଜଣେ ଜଣଙ୍କର ସାହାଯ୍ୟ ଳନେଇଛନ୍ତି। ପିମ୍ପୁଡି ମାନଙ୍କର ଏହି ଭିଡିଓରୁ ମଣିଶମାନେ ନିଶ୍ଚୟ କିଛି ଶିଖିବା ଉଚିତ। ଆଇଚି ସ୍ୱାତୀ ଲାକ୍ରା ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି ‘ଟିମ ଏଫର୍ଟ’ ଏବଂ ‘ଏକତା ହିଁ ବଳ’। ଏହି ଭିଡିଓକୁ ବଡ ସଂଖ୍ୟାରେ ଲୋକମାନେ ପସନ୍ଦ କରୁଛନ୍ତି।
#TeamEffort
United we stand! pic.twitter.com/V78EczZuo8— Swati Lakra IPS (@IGWomenSafety) September 13, 2019