ମହାକାଶରେ ଏହିଭଳି ଭାବେ ଓ୍ଵାର୍କଆଉଟ୍ କରୁଛନ୍ତି ମହାକାଶ ଯାତ୍ରୀ, ଭିଡିଓ ହେଉଛି ଭାଇରାଲ
ସାଧାରଣତଃ ଆମେ ପୃଥିବୀରେ ଯେଉଁ କାମ ସହଜରେ କରି ନେଇଥାଉ, ସେହି କାମକୁ ମହାକାଶରେ କରିବା ବହୁତ ମୁସ୍କିଲ ହୋଇଥାଏ। ମହାକାଶ ଯାତ୍ରୀଙ୍କୁ ସ୍ପେସ୍କୁ ଯିବା ପୂର୍ବରୁ ଏହି ଟ୍ରେନିଂ ଦିଆଯାଇଥାଏ କି, ସେମାନଙ୍କୁ ମହାକାଶରେ କେମିତି ରହିବାର ଅଛି। ଏଠାରେ କେଶ ଧୋଇବା, ଖାଇବା, ଗାଧୋଇବା, ଓ୍ଵାର୍କଆଉଟ୍ ଆଦି ବହୁତ କଷ୍ଟକର କାମ ହୋଇଥାଏ। ଏବେ ଏବେ ସୋସିଆଲ ମିଡିଆରେ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନର ଜଣେ ମହାକାଶ ଯାତ୍ରୀଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି।
ଏହି ଭାଇରାଲ ଭିଡିଓରେ ସେ ଓ୍ଵାର୍କଆଉଟ କରୁଥିବାର ନଜର ଆସୁଛନ୍ତି। ଭିଡିଓଟି ଫ୍ରାନ୍ସର ମହାକାଶ ଯାତ୍ରୀ ଥମସ୍ ପେସ୍କୋଟଙ୍କର। ଏହି ଇଣ୍ଟରନ୍ୟାଶନାଲ ସ୍ପେସ୍ରେ ଓ୍ଵାର୍କଆଉଟ କରିବା ପାଇଁ ମେଶିନ ମଧ୍ୟ ଦେଖିବାକୁ ମିଳୁଛି। ଆପଣ ଦେଖି ପାରିବେ କି, ପେସ୍କୋଟ ବଡ଼ ଆରାମରେ ମହାକାଶରେ ଓ୍ଵାର୍କଆଉଟ କରୁଛନ୍ତି। ଏକ ରିପୋର୍ଟ ଅନୁସାରେ, ମହାକାଶ ଯାତ୍ରୀ ଥମସ୍ ପେସ୍କୋଟ ବର୍ତ୍ତମାନ ମିଶନ ଅଲ୍ଫା ପାଇଁ ଟ୍ରେନିଂ ନେଉଛନ୍ତି, ଯାହାକି ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ ପାଇଁ ଦ୍ୱିତୀୟ ମିଶନ।
ଭିଡିଓକୁ thom_astro ନିଜ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ସେୟାର କରିଛନ୍ତି। ଏବେ ସୁଦ୍ଧା ଭିଡିଓକୁ ୧ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ସେହିପରି ୧ ଲକ୍ଷରୁ ଅଧିକ ଲାଇକ୍ ମଧ୍ୟ ମିଳିଛି। ତେବେ ଭିଡିଓ ଦେଖି ଜଣେ ୟୁଜର ଲେଖିଛନ୍ତି, ‘ମୁଁ ବି ଏମିତି ଓ୍ଵାର୍କଆଉଟ କରିବାକୁ ଚାହୁଁଛି’। ଅନ୍ୟ ଜଣେ ଲେଖିଛନ୍ତି, ‘ଲୋକେ ପୃଥିବୀରେ ଓ୍ଵାର୍କଆଉଟ କରୁନାହାନ୍ତି, ଆଉ ଇଏ ମହାକାଶରେ କରୁଛନ୍ତି’।
View this post on Instagram