ଚାଣକ୍ୟ ନୀତି : ଏହି ୪ ସ୍ଥିତି ହୋଇଥାଏ ଜୀବନ ପାଇଁ ବିପଦପୂର୍ଣ୍ଣ, ଏପରି ପରିସ୍ଥିତି ଉପୁଜିଲେ ତୁରନ୍ତ ଭାଗନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି |ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ | ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାର ଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏ ବଚନ ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ | ଆଚାର୍ଯ୍ୟ ଚାଣକ୍ୟ ଏପରି ୪ ସ୍ଥିତି ସମ୍ପର୍କରେ କହିଛନ୍ତି ଯେଉଁଠୁ ଦୂରେଇ ଆସିବା ହତିକର ହୋଇଥାଏ । ନଚେତ ବିପଦର ସାମ୍ନା କରିବାକୁ ପଡିପାରେ । ଆସନ୍ତୁ ଜାଣିବା କ’ଣ ସେହି ସ୍ଥିତି ।

ହିଂସା :

ଚାଣକ୍ୟ ତାଙ୍କ ଶ୍ଳୋକରେ କହିଛନ୍ତି ଯେ ଯଦି କେଉଁଠି ହିଂସା ସୃଷ୍ଟି ହୁଏ, କିମ୍ବା ଦଙ୍ଗା ହୋଇଯାଏ, ସେହି ସ୍ଥାନରୁ ତୁରନ୍ତ ଭାଗିଯିବା ଉଚିତ୍‌ । କାରଣ ଉପଦ୍ରବ ବେଳେ ଭିଡ ପ୍ରବଳ ହୋଇଥାଏ । କେବେ କେବେ ଆକ୍ରମଣ ବି ହୋଇପାରେ । ସେଠାରୁ ଜୀବନ ବଞ୍ଚାଇ ଭାଗି ଆସିବା ବୁଦ୍ଧିମାନର କଥା । ଏମିତି ଜାଗାରେ ବେଶୀ ସମୟ ରହିଲେ ଜୀବନ ପ୍ରତି ବିପଦ ହୋଇପାରେ । ଏହା ସହ ଆପଣ ଆଇନ କାର୍ଯ୍ୟାନୁଷ୍ଠାନରେ ଫସି ପାରନ୍ତି ।

ବଦଲା :

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି ଅନ୍ୟ ରାଜ୍ୟର ରାଜା ଆମ ଦେଶ ଉପରେ ଆକ୍ରମଣ କରନ୍ତି,ଏପରି ପରିସ୍ଥିତିରେ ସେଠାରୁ ବାହାରି ଆସିବା ଭଲ । ନଚେତ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ । ଆଜିର ପରିସ୍ଥିତିରେ ଶତ୍ରୁ ଠାରେ ମଧ୍ୟ ଏହି ନୀତି ପ୍ରୟୋଗ କରାଯାଇପାରେ । କାରଣ, ବିନା ରଣନୀତିରେ ଆପଣ ଶତ୍ରୁର ସାମନା କରିପାରିବେ ନାହିଁ । କାରଣ ବଞ୍ଚିଥିଲେ ସିନା ପରେ ଶତ୍ରୁ ସହ ମୁକାବିଲା କରିବେ ।

ଅର୍ଥବ୍ୟବସ୍ଥା :

ଯେଉଁ ସ୍ଥାନରେ ଅର୍ଥ ବ୍ୟବସ୍ଥା ଖରାପ ହୋଇଯାଇଥାଏ । ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡେ । ସେହି ସ୍ଥାନରୁ ତୁରନ୍ତ ପଳାଇ ଆସିବା ଭଲ । ଏପରି ସ୍ଥାନରେ ଅଧିକ ଦିନ ଯାଏ ରହିଲେ ପରିବାର କ୍ଷତିରେ ପଡ଼ିପାରନ୍ତି ।

ଅପରାଧୀ :

ଚାଣକ୍ୟ କୁହନ୍ତି ଯେ ଯଦି କେହି ଅପରାଧୀ ଆପଣଙ୍କ ପାଖରେ ଆସି ଠିଆହୁଏ ତ ସେହି ସ୍ଥାନରୁ ତୁରନ୍ତ ପଳାଇ ଆସିବା ଭଲ । ଏଠାରେ ରହିଲେ ଆପଣଙ୍କ ମାନ ସମ୍ମାନ ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ ଓ ଆପଣଙ୍କ ଛବି ଖରାପ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.