ଚାଣକ୍ୟ ନୀତି : ଏହି ୬ ଲୋକଙ୍କ ପାଇଁ ନଥାଏ କୌଣସି ସୀମା ବନ୍ଧନ, ସବୁଠି ହୋଇଥାଏ ବିଜୟ

ଚାଣକ୍ୟଙ୍କ ଅନୁଯାୟୀ ପ୍ରତ୍ୟେକ ମନୁଷ୍ୟ ସଫଳତା ପାଇଁ ଜୀବନରେ ସଂଘର୍ଷ କରିଥାଏ । କିଛ ବ୍ୟକ୍ତିଙ୍କୁ ଏଥିରେ ସଫଳତା ମିଳିଥାଏ ତ କିଛି ବ୍ୟକ୍ତି ଏଥିରେ ଅସଫଳ ହୋଇଥାନ୍ତି । ଚାଣକ୍ୟ ନୀତି କହେ ଯେ ଅସଲ ସଫଳ ତାହା ଯିଏ ଅନ୍ୟକୁ ବି ସଫଳତା ପାଇଁ ପ୍ରେରିତ କରିଥାଏ । ନିୟମ ଓ ଅନୁଶାସନରେ ଥିବା ବ୍ୟକ୍ତି ଶୀଘ୍ର ସଫଳତା ପାଇଥାନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତିରେ ବଡ଼ ଓ ଛୋଟ ବ୍ୟକ୍ତିଙ୍କ ସହିତ ଜଡ଼ିତ ଏମିତି କିଛି କଥା କହିଛନ୍ତି ଯାହାକୁ ସାଧାରଣ ଲୋକ ଜାଣିବା ଏତେ ସହଜ ହୋଇନଥାଏ । ଚାଣକ୍ୟ ଆଜି ତାଙ୍କ ନୀତି ଶ୍ଳୋକରେ ଏମିତି କିଛି ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି ଯାହାଙ୍କ ପାଇଁ କୌଣସି ସୀମା ବନ୍ଧନ ନଥାଏ । ସେମାନେ ସବୁଠି ଆଦର ପାଇଥାନ୍ତି ।

ଶ୍ଳୋକ :

କୋଅତିଭାରଃ ସମର୍ଥାନାଂ କିଂ ଦୂରଂ ବ୍ୟବସାୟିନାମ୍‌ ।

କୋ ବିଦେଶଃ ସୁବିଧାନାଂ କଃ ପରଃ ପ୍ରିୟବାଦିନାମ୍‌ ।।

ଏହି ଶ୍ଳୋକରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କେଉଁ ପ୍ରକାର ଲୋକଙ୍କ ପାଇଁ କୌଣସି ପ୍ରକାର ସୀମା ବନ୍ଧନର କୌଣସି ଆବଶ୍ୟକ ନଥାଏ । ଚାଣକ୍ୟଙ୍କ ଅନୁଯାୟୀ ଶକ୍ତିଶାଳୀ ଲୋକଙ୍କ ପାଇଁ କୌଣସି କାମ କଠିନ ନଥାଏ ।

ସେହିପରି ବେପାରୀଙ୍କ ପାଇଁ କୌଣସି ସ୍ଥାନ ଦୂର ହୋଇନଥାଏ । ବିଦ୍ୱାନଙ୍କ ପାଇଁ ଦେଶ ବିଦେଶର କୌଣସି ସୀମା ନଥାଏ । ମଧୂର କଥା କହୁଥିବା ଲୋକଙ୍କର କେହି ଶତ୍ରୁ ନଥାଏ ।

ନୀତି ଅନୁସାରେ ଯେ ବେପାରୀ, ସେମାନଙ୍କୁ ସ୍ଥାନ ଓ ସୀମାର ଧ୍ୟାନ ରଖିବା ଉଚିତ୍‌ ନୁହେଁ । ଯଦି ସେମାନେ ଏପରି ଭାବିବେ ତେବେ ଲାଭ ପ୍ରାପ୍ତ କରି ପାରିବେ ନାହିଁ । ଯେମିତି ବିଦ୍ୱାନ ପାଇଁ ସୀମା ବନ୍ଧନ ହୋଇ ନଥାଏ । ଜ୍ଞାନ ଆହରଣ ପାଇଁ ସେ କାହିଁ ବି ଯାଇ ପାରନ୍ତି ।

ଯଦି ଏପରି ଭାବିବେ ତେବେ ସେ ଜ୍ଞାନ ଆହରଣ କରିପାରିବେ ନାହିଁ । ସେହିପରି ଯେଉଁ ବ୍ୟକ୍ତି ମଧୂର କଥା କୁହନ୍ତି ସେମାନଙ୍କର କେହି ଶତ୍ରୁ ନଥାନ୍ତି । ଯାହାଙ୍କର କେହି ଶତ୍ରୁ ନଥାନ୍ତି ତାଙ୍କ ପାଇଁ କୌଣସି ବି ଲକ୍ଷ୍ୟ ହାସଲ କରିବା ଅସମ୍ଭବ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.