Below header

ପ୍ରତିଦିନ ସକାଳୁ ଉଠି ଜପ କରନ୍ତୁ ଏହି ମନ୍ତ୍ର, ଭଲରେ କଟିବ ଦିନ

କୁହାଯାଏ, ଯଦି ଦିନ ଆରମ୍ଭ ଭଲରେ ହୁଏ ତେବେ ପୂରା ଦିନ ବି ଭଲରେ କଟିଥାଏ। ଏହା କେତେ ମାତ୍ରାରେ ଠିକ୍‌ ମଧ୍ୟ। କାରଣ ସକାଳୁ ଉଠିବା ବେଳେ ଆମ ମନ ସ୍ଥିର ଥାଏ। ଏହି ସମୟରେ ଯାହା ବି କାମ କରାଯାଏ, ତାହା ଭଲ ଲାଭେ ଓ ମନକୁ ଶାନ୍ତି ମିଳେ। ଫଳରେ ଦିନ ସାରା ମଧ୍ୟ ଫୂର୍ତ୍ତି ଲାଗେ। ତେବେ ଦିର ଆରମ୍ଭ ମନ୍ତ୍ର ଉଚ୍ଚାରଣ କରି କରିବା ଅଧିକ ଲାଭଦାୟକ ହୋଇଥାଏ। ସକାଳେ ଉଠିବା ପରେ କେତେକ ମନ୍ତ୍ର ଜପ କଲେ, ଆପଣଙ୍କ ପୂରା ଦିନ ଭଲରେ କଟେ। ଆସନ୍ତୁ ଜାଣିବା କ’ଣ ଏହି ମନ୍ତ୍ର…

‘‘ କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ୟେ ସରସ୍ବତୀ

କରମୂଳେ ତୁ ଗୋବିନ୍ଦ ପ୍ରଭାତେ କରଦର୍ଶନମ୍। ’’

ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରିବା ଉଚିତ। ଆଖି ଖୋଲିବା ପରେ ଦୁଇ ହାତ ଯୋଡ଼ି ଏହି ମନ୍ତ୍ର ଜପନ୍ତୁ।

‘‘ ସମୁଦ୍ର ବସନେ ଦେବୀ ପର୍ବତ ସ୍ତନ ମଣ୍ଡିତେ

ବିଷ୍ଣୁ ପତ୍ନୀ ନମସ୍ତୁଭ୍ୟଂ ପାଦସ୍ପର୍ଶଂ କ୍ଷମଶ୍ଵମେବ। ’’

ବିଛଣାରୁ ଉଠିବା ପରେ ଭୂମିରେ ବସି ପୃଥିବୀ ମାତାଙ୍କ ମନ୍ତ୍ର ନିଶ୍ଚୟ ପଢ଼ନ୍ତୁ। ଏହି ସମୟରେ ପୃଥିବୀ ଉପରେ ପାଦ ରଖୁଥିବା ଯୋଗୁ କ୍ଷମା ମାଗିବା ଜରୁରୀ।

‘‘ ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ

ନର୍ମଦେ ସିନ୍ଧୁ କାବେରୀ ଜଳେ ଅସ୍ମିନ୍‌ ସନ୍ନିଧିଂ କୁରୁ। ’’

ଏହି ମନ୍ତ୍ରକୁ ସକାଳେ ଗାଧୋଇବା ବେଳେ ଜପ କରନ୍ତୁ। ମନ ପବିତ୍ର ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.