ପ୍ରତିଶୋଧ ପାଇଁ ମହିଳା ଡାକ୍ତରଙ୍କ ମଥାରେ ସିନ୍ଦୂର ଦେଲା କମ୍ପାଉଣ୍ଡର, ଖବର ହେଲା ଭାଇରାଲ

ବିହାରର ସମସ୍ତିପୁରରୁ ଏକ ଅଜବଧରଣର ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହସ୍ପିଟାଲରେ କମ୍ପାଉଣ୍ଡର ଡାକ୍ତରଙ୍କ ମଥାରେ ସିନ୍ଦୂର ଲଗାଇବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ହସ୍ପିଟାଲର କମ୍ପାଉଣ୍ଡର ଡାକ୍ତରଙ୍କ ମଥାରେ ଜବରଦସ୍ତୀ ଭାବେ ସିନ୍ଦୂର ଲଗାଇଛନ୍ତି । କଥା କେବଳ ଏତିକିରେ ସରିନି । ଏହି କାରନାମା ଘଟାଇଲା ପରେ ବାବୁ ଜଣକ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହୋଇଛି ।

ଖବର ଅନୁଯାୟୀ, ମହିଳା ଡାକ୍ତର ଅଣିମା ରଞ୍ଜନ ସମସ୍ତିପୁରରେ ଏକ ପ୍ରାଇଭେଟ କ୍ଲିନିକରେ କାମ କରନ୍ତି । ଏହି କ୍ଲିନିକରେ ଉକ୍ତ କମ୍ପାଉଣ୍ଡର ଜଣକ ମଧ୍ୟ କାମ କରୁଥିଲେ । ତାଙ୍କ ନାମ ସୁମିତ କୁମାର । କିଛିଦିନ ପୂର୍ବେ ଅଣିମା କମ୍ପାଉଣ୍ଡରଙ୍କୁ କାମରୁ ବାହାର କରିଦେଇଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ସୁମିତ ଡାକ୍ତରଙ୍କ ମଥାରେ ଜବରଦସ୍ତୀ ଭାବେ ସିନ୍ଦୂର ଲଗାଇଲା ।

ଏହା ପରେ ଅଭିଯୁକ୍ତ ନାଁରେ ଥାନାରେ ଅଭିଯୋଗ କରାଯାଇଛି । ଏହାକୁ ନେଇ ସମସ୍ତିପୁରର ଏସପି ମାନବଜୀତ ସିଂ ମାମଲାର ଯାଞ୍ଚ କରିବେ ବୋଲି କହିଛନ୍ତି । ପୋଲିସ ଏବେ ଅଭିଯୁକ୍ତକୁ ଖୋଜିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.