ଅଶ୍ଳୀଳତାର ସବୁ ସୀମା ପାର ! ମଝି ରାସ୍ତାରେ ସ୍କୁଟି ଉପରେ ଯୁବକ ଏବଂ ଯୁବତୀ କରୁଥିଲେ ରୋମାନ୍ସ, ଭିଡିଓ ଭାଇରଲ

ପ୍ରେମ ମାନୁନି ବନ୍ଧବାଡ । ଆଜିକାଲିର ଯୁବପିଢି ସ୍ଥାନ, କାଳ, ପାତ୍ର କିଛି ବି ଦେଖୁନାହାନ୍ତି । କିଛି ମାନୁନାହାନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ୟୁପିର ଲକ୍ଷ୍ନୌରେ । ଯେଉଁଠି ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ ସ୍କୁଟି ଉପରେ ଯୁବତୀ ଜଣକ ଅଶ୍ଳୀଳତାର ସବୁସୀମା ପାର କରିଛନ୍ତି । ରାସ୍ତାରେ ଯାଉଥିବା ବେଳେ ଜଣେ ଯୁବକ ଏବଂ ଯୁବତୀ ସ୍କୁଟି ଉପରେ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ।

ୟୁପିରେ ଏବେ ସଡ଼କ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ ରାଜଧାନୀ ଲକ୍ଷ୍ନୌରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଆଉ ଭିଡିଓ ଭାଇରଲ ହେବାରେ ଲାଗିଛି । ଲକ୍ଷ୍ନୌର ପାସ୍‌ ମାର୍କେଟ ନିକଟରେ ଜଣେ ଯୁବକ ଏବଂ ଯୁବତୀ ମଝି ରାସ୍ତାରେ ସ୍କୁଟିରେ ଉପରେ ଏକ ଅଶ୍ଳୀଳତା ପ୍ରଦର୍ଶନ କରିଛନ୍ତି। ଯୁବକ ଜଣକ ଗାଡି ଚଲାଉଥିବା ବେଳେ ଯୁବତୀ ଜଣକ ସ୍କୁଟିରେ ଓଲଟା ବସି ଅଶାଳୀନ ହରକତ କରିଚାଲିଛନ୍ତି । ରାସ୍ତାରେ ଥାଇ ମଧ୍ୟ କିଛି ବି ଲାଜ ଲାଗୁନି । ବାରମ୍ବାର ଯୁବକଙ୍କୁ ଚୁମ୍ବନ ଦେଇ ଚାଲିଛନ୍ତି । ରାସ୍ତାରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଚାହୁଁଥିଲେ ମଧ୍ୟ ସେମାନଙ୍କର କିଛି ଫରକ ପଡୁନାହିଁ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ଭିଡିଓକୁ ସେମାନଙ୍କରେ ପଛରେ ଯାଉଥିବା ଏକ ବାଇକରେ ବସିଥିବା ବ୍ୟକ୍ତି ରେକର୍ଡିଂ କରିଛନ୍ତି ।

ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ ପୋଲିସର କୌଣସି ବୟାନ ସାମ୍ନାକୁ ଆସିନାହିଁ । ତେବେ ଯୁବକ ଏବଂ ଯୁବତୀଙ୍କ ଏଭଳି କାରନାମାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ।  ତେବେ ଯୁବକ ଏବଂ ଯୁବତୀଙ୍କ ଏଭଳି କାରନାମାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ଲୋକେ ଭିଡିଓ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି ।

କେତେକ ଲେଖୁଛନ୍ତି, ଏହା ହେଉଛି ସହରୀ ପ୍ରେମ।

ଆଉ କିଏ ଲେଖୁଛି, ଲକ୍ଷ୍ନୌ ଭଲପାଇବାର ସହର ।

ଅନ୍ୟ ଜଣେ ଲେଖିଛନ୍ତି, ମୋ ଦେଶ ବଦଳୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.