ଆଶୀର୍ବାଦ ଭଙ୍ଗୀରେ ନୁହେଁ କ୍ରିକେଟର ଭଙ୍ଗୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଗଣେଶ

ଅଧିକାଂଶ ଭାରତୀୟ ମାନେ ଈଶ୍ବରଙ୍କ ଉପରେ ଖୁବ ବିଶ୍ୱାସ ରଖନ୍ତି । ଏମାନେ ଈଶ୍ବରଙ୍କ ଉପରେ ଯେମିତି ଭକ୍ତି ରଖନ୍ତି କ୍ରିକେଟ୍ ଖେଳକୁ ବି ଠିକ ସେମିତି ଭଲ ପାଆନ୍ତି । କିନ୍ତୁ ଆପଣ କେବେ ଈଶ୍ବର ଓ କ୍ରିକେଟକୁ ଏକାଠି କଳ୍ପନା କରିଛନ୍ତିକି । କରିନାହାନ୍ତି ନା । ତେବେ ଥରେ କରିଦେଖନ୍ତୁ । ଆପଣ ଜାଣି ଅଶ୍ଚର୍ଯ୍ୟ ହେବେ ଠିକ ସାମାନ ଧରଣର ଘଟଣା ଘଟିଛି । ଯେଉଁଠି ଈଶ୍ବର ନିଜେ କ୍ରିକେଟ ଖେଳୁଥିବାର ନଜର ଆସୁଛନ୍ତି । ତାମିଲ ନାଡୁ ରାଜଧାନୀ ଚେନ୍ନାଇ ପୂର୍ବ ଆନା ନଗରର ମୂଳ ବାସିନ୍ଦା ରାମାକ୍ରିଷ୍ଣନାନ୍ ଜଣେ କ୍ରିକେଟ୍ ପ୍ରେମି । ୨୦୧୫ ମସିହା କ୍ରିକେଟ ବିଶ୍ବକପ ସମୟରେ ବନ୍ଧୁଗହଣରେ ବସି ଭାରତ କେମିତି ଜିତିବ ସେନେଇ ଦେବାଦେବୀଙ୍କ ନିକଟରେ ଯାଚନା କରୁଥାନ୍ତି । ଏହି ସମୟରେ ମନକୁ ଆସିଥିଲା ଯଦି ଇଣ୍ଡିଆ ଜିତେ ତେବେ ଗଣେଷଙ୍କ ମନ୍ଦିରଟିଏ ତିଆରି ହେବ । ଏହା ଚିନ୍ତା କରି ସିନା ମାନସିକ ରଖିଥିଲେ । କିନ୍ତୁ ଇଣ୍ଡିଆ ଜିତି ନଥିଲା ।

cricketer ganesh

ସେହି ବର୍ଷ ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତ ଠାରୁ ୯୫ ରନରେ ଜିତିଥିଲା । କିନ୍ତୁ ସେହି ବିଶ୍ବକପର ଲିଗ ମ୍ୟାଚ ଗୁଡ଼ିକରେ ଭାରତ ୬ ଥର ଜିତିଥିଲା । ତେଣୁ ମନକୁ ବୁଝାଇ ମନ୍ଦିର ନିର୍ମାଣ ଆରମ୍ଭ କଲେ ରାମକୃଷ୍ଣନ ଓ ତାଙ୍କ ସାଙ୍ଗମାନେ । ମନ୍ଦିର କାମ ଶେଷ ହେବା ପରେ ଅନ୍ୟ ମନ୍ଦିର ଗୁଡିକ ଭଳି ଠାକୁର ପୂଜା ହେଲା। ଅନ୍ୟ ମନ୍ଦିର ମାନଙ୍କ ଭଳି ସିନା ପୂଜାର୍ଚ୍ଚନା ହେଲା କିନ୍ତୁ ଏଠିକା ଦେବାଦେବୀ କିଛିଟା ଅଲଗା ଥିଲେ । ଏଠି ଅଧିଷ୍ଠିତ ଦେବତା ଗଣେଷ ଥିବା ବେଳେ ପାର୍ଶ୍ଵ ଦେବତା ଭାବରେ ବି ଗଣେଷଙ୍କୁ ରଖାଯାଇଛି । ଆଉ ସବୁଠୁ ଆଶ୍ଚର୍ଯ୍ୟକର ହେଉଛି ମୂର୍ତ୍ତି ଗୁଡିକ ଧ୍ୟାନ କିମ୍ବା ଆଶୀର୍ବାଦ କିମ୍ବା ନୃତ୍ୟ ଭଙ୍ଗୀରେ ନୁହେଁ ବରଂ କ୍ରିକେଟ୍ ଖେଳାଳିଙ୍କ ଭଙ୍ଗିରେ ପୂଜା ପାଇଆସୁଛନ୍ତି । ଯାହାକି ସମସ୍ତଙ୍କୁ ବିସ୍ମିତ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.