ଏଠାରେ ଟିକେଟ କିଣନ୍ତି କିନ୍ତୁ ଟ୍ରେନରେ ଯାତ୍ରା କରନ୍ତି ନାହିଁ

ଉତ୍ତର ପ୍ରଦେଶ ପ୍ରୟାଗରାଜ ନିକଟରେ ଥିବା ଦୟାଲପୁର ନାମକ ଏକ ରେଳ ଷ୍ଟେସନ। ଯେଉଁଠାରେ ଲୋକେ ଯଦିଓ ଟ୍ରେନ ଟିକେଟ କିଣିଥାନ୍ତି, ହେଲେ ସେମାନେ ରେଳ ଯାତ୍ରା କରିନଥାନ୍ତି।

ଦେଶରେ ଏପରି ଏକ ରେଳ ଷ୍ଟେସନ ରହିଛି। ଯେଉଁଠି ଲୋକେ କେବଳ ଟିକେଟ କିଣିଥାନ୍ତି। ହେଲେ ରେଳ ଯାତ୍ରା କରିନଥାନ୍ତି। ଟିକେଟ୍ କିଣିବା ପରେ ମଧ୍ୟ ଲୋକେ କାହିଁକି କରିନଥାନ୍ତି ରେଳ ଯାତ୍ରା? ଏହା ପଛରେ କେଉଁ କାରଣ ରହିଛି? ଆମେ ଆପଣଙ୍କୁ କହିବୁ..

ସାଧାରଣତଃ ରେଳ ଯାତ୍ରା ପାଇଁ ଆମକୁ ଟ୍ରେନ୍ ଟିକେଟ୍ ଆବଶ୍ୟକ ହୋଇଥାଏ। ବିନା ଟିକେଟ ରେ କୌଣସି ଯାତ୍ରୀ ଯାତ୍ରା କରୁଥିଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି ଦେଶରେ ଏପରି ଏକ ରେଳ ଷ୍ଟେସନ ରହିଛି। ଯେଉଁଠି ଲୋକେ କେବଳ ଟିକେଟ କିଣିଥାନ୍ତି। ହେଲେ ରେଳ ଯାତ୍ରା କରିନଥାନ୍ତି। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ହେଲେ ଏହା ସତ। ଏପରି ରେଳ ଷ୍ଟେସନ ଯେଉଁଠି ଲୋକେ କେବଳ ଟ୍ରେନ ଟିକେଟ କିଣିଥାନ୍ତି, ହେଲେ ରେଳଯାତ୍ରା କରିନଥାନ୍ତି। ଟିକେଟ୍ କିଣିବା ପରେ ମଧ୍ୟ ଲୋକେ କାହିଁକି ଟ୍ରେନ ଯାତ୍ରା କରିନଥାନ୍ତି? ଏହା ପଛରେ କେଉଁ କାରଣ ରହିଛି ତାହା ସମ୍ପର୍କରେ ଆମେ ଆଜି ଆପଣଙ୍କୁ କହିବୁ..

ଉତ୍ତର ପ୍ରଦେଶ ପ୍ରୟାଗରାଜ ନିକଟରେ ଥିବା ଦୟାଲପୁର ନାମକ ଏକ ରେଳ ଷ୍ଟେସନ। ଯେଉଁଠାରେ ଲୋକେ ଯଦିଓ ଟ୍ରେନ ଟିକେଟ କିଣିଥାନ୍ତି, ହେଲେ ସେମାନେ ରେଳ ଯାତ୍ରା କରିନଥାନ୍ତି। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟ। ତେବେ ଏହା ପଛର ରହିଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଇତିହାସ କୁ ଦେଖିଲେ ୧୯୫୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ତତ୍କାଳୀନ ରେଳମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଦୟାଲପୁର ଠାରେ ଏକ ରେଳ ଷ୍ଟେସନ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ରେଳ ଷ୍ଟେସନ ନିର୍ମାଣ ହେବାର ପଚାଶ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା। ହେଲେ ବର୍ଷ ୨୦୦୬ରେ ରେଳବାଇ ଏହି ରେଳ ଷ୍ଟେସନ ବନ୍ଦ କରି ଦେଇଥିଲା।

ତେବେ ରେଳବାଇ କାହିଁକି ଦୟାଲପୁର ରେଳ ଷ୍ଟେସନ ବନ୍ଦ କରି ଦେଇଥିଲା, ଏବେ ଜାଣନ୍ତୁ ..ପ୍ରକୃତ ରେ ଏହା ପଛରେ ଏକ କାରଣ ରହିଛି। ଏହି ରେଳ ଷ୍ଟେସନ ଠାରେ କମ୍ ଟିକେଟ୍ ବିକ୍ରି ହେବା କାରଣରୁ ରେଳବାଇ ଏହାକୁ ୧୭ ବର୍ଷ ପୂର୍ବେ ବନ୍ଦ କରି ଦେଇଥିଲା। ସ୍ଥାନୀୟ ସାଂସଦ, ବିଧାୟକ ଏବଂ ରାଜନେତାଙ୍କ ନିଷ୍ପତି ରେ ଗତ ୨୦୨୦ ରେ ଏହି ରେଳ ଷ୍ଟେସନ ପୁନର୍ବାର କାର୍ଯ୍ୟକ୍ଷମ ହୋଇଥିଲା। ରେଳ ଷ୍ଟେସନ ଯେପରି ଆଉ ଥରେ ବନ୍ଦ ନହୁଏ, ତାହାକୁ ଧ୍ୟାନରେ ରଖି ସ୍ଥାନୀୟ ଲୋକ ସେମାନଙ୍କ ସାମର୍ଥ୍ୟ ଅନୁଯାୟୀ ଟ୍ରେନ ଟିକେଟ୍ କିଣୁଛନ୍ତି। ଟିକେଟ୍ ବିକ୍ରୟ ମାନ ପୂରଣ କରିବାକୁ ଯାଇ ସ୍ଥାନୀୟ ଲୋକ ସେମାନଙ୍କ ପକ୍ଷରୁ ଟ୍ରେନ ଟିକେଟ୍ କିଣୁଛନ୍ତି ହେଲେ ରେଳ ଯାତ୍ରା କରୁନାହାଁନ୍ତି। ତେବେ ଏହା କରିବା ପାଇଁ ସମସ୍ତେ ବାଧ୍ୟ ନୁହେଁ।

ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଦୈନିକ କୋଟି କୋଟି ଭାରତୀୟ କରିଥାନ୍ତି ରେଳଯାତ୍ରା। ଦେଶରେ ଅବସ୍ଥିତ କୌଣସି ଦୂର ସ୍ଥାନକୁ ଯାତ୍ରାସ କରିବା ପାଇଁ ଆଜିର ସମୟରେ ମଧ୍ୟ ଟ୍ରେନ ଲୋକଙ୍କ ପ୍ରଥମ ପସନ୍ଦ ରହିଛି। କାରଣ ରେଳଯାତ୍ରା ବେଶ ସୁବିଧାରେ ଏବଂ ସହଜରେ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.