ଶୁକ୍ରବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୪ଟି କାମ, ରୁଷ୍ଟ ହେବେ ମହାଲକ୍ଷ୍ମୀ

ଧନ ଓ ସମ୍ପତ୍ତିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ। ମହାଲକ୍ଷ୍ମୀଙ୍କ ପୂଜା କଲେ ଧନ ପ୍ରାପ୍ତି ହୋଇଥାଏ, ଏଥିସହ ବୈଭବ ମଧ୍ୟ ବଢ଼େ। ଯଦି ମା’ ଲକ୍ଷ୍ମୀ ରୁଷ୍ଟ ହେବେ ତେବେ ଘରକୁ ଦାରିଦ୍ର୍ୟତା ମାଡ଼ି ଆସେ। ମହାଲକ୍ଷ୍ମୀ ଥରେ ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି, ତାଙ୍କ ଉପରେ ସୁଖ ସମ୍ପତ୍ତି ଅଜାଡ଼ି ଦେଇଥାନ୍ତି। ଶୁକ୍ରବାର ଦିନକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି କୁହାଯାଏ। ଏହି ଦିନ ମା’ଙ୍କୁ ଭକ୍ତିର ସହ ପୂଜା କଲେ ଘରେ ସୁଖ ଶାନ୍ତି ବଜାୟ ରହେ ବୋଲି ଶାସ୍ତ୍ରରେ କୁହାଯାଇଛି। ତେବେ ଆସନ୍ତୁ ଜାଣିବା ଶୁକ୍ରବାର କେଉଁ କେଉଁ କାମ କଲେ ମା’ ଅସନ୍ତୁଷ୍ଟ ହୋଇଥାନ୍ତି…

  • ଶୁକ୍ରବାର ଦିନ କାହା ଠାରୁ ମଧ୍ୟ ଟଙ୍କା ପଇସା କରଜ କରନ୍ତୁ ନାହିଁ କି ଦିଅନ୍ତୁ ବି ନାହିଁ। ଏହି ଦିନ ଟଙ୍କା ନେଣ ଦେଣ କଲେ ମା’ ରୁଷ୍ଟ ହୁଅନ୍ତି।
  • ଏହି ଦିନ ପଡ଼ୋଶୀଙ୍କୁ ମଧ୍ୟ କିଛି ଜିନିଷ ଦିଅନ୍ତୁ ନାହିଁ। ଏଭଳି କଲେ ଶୁକ୍ର ଗ୍ରହ ଦୁର୍ବଳ ହୋଇଯାଆନ୍ତି। ଫଳରେ ସୁଖ ସମୃଦ୍ଧି ଆସେ ନାହିଁ।
  • ଶୁକ୍ରବାର ଦିନ ଭୁଲରେ ବି କୌଣସି ମହିଳା, କନ୍ୟା କିମ୍ବା କିନ୍ନରଙ୍କୁ ଅପମାନିତ କରନ୍ତୁ ନାହିଁ। ସେମାନଙ୍କ ପାଇଁ ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ। ମାନ୍ୟତା ରହିଛି ଯେ ଏହି ଦିନ ମହିଳାଙ୍କୁ ଅସମ୍ମାନିତ କଲେ ଧନ ହାନି ହୁଏ।
  • କୁହାଯାଏ ପରିଷ୍କାର ପରିଚ୍ଛନ୍ନ ଘରେ ମା’ ଲକ୍ଷ୍ମୀ ବାସ କରନ୍ତି। କିନ୍ତୁ ଯଦି ଘର ଅପରିଷ୍କାର ଓ ଅସନା ହୋଇଥାଏ, ତେବେ ଲକ୍ଷ୍ମୀ ସେଠାରୁ ଚାଲିଯାଇଥାନ୍ତି। ଏଣୁ ଅନ୍ୟବାର ଭଳି ଶୁକ୍ରବାର ମଧ୍ୟ ଘରକୁ ସଫା ରଖନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.