ବାସ୍ତୁ ଶାସ୍ତ୍ର ଅନୁସାରେ ଦଶହରାରେ କରନ୍ତୁ ଏହି ଉପାୟ, ତୁରନ୍ତ ପାଇବେ ଶୁଭ ଫଳ

ଆଜି ଦଶହରା ବା ବିଜୟ ଦଶମୀ। ଏହି ଦିନରେ ଅଧର୍ମର ବିନାଶ ହୋଇ ସତ୍ୟର ବିଜୟ ହୋଇଥାଏ। ଏହାକୁ ପ୍ରତି ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଅର୍ଥାତ ନବରାତ୍ରୀ ସମାପନରେ ପାଳନ କରାଯାଇଥାଏ। ପୌରାଣିକ କଥା ଅନୁଯାୟୀ ଏହି ପବିତ୍ର ଦିନରେ ପ୍ରଭୁ ଶ୍ରୀରାମ ରାବଣକୁ ଏବଂ ମା ଦୁର୍ଗା ମହିଷାସୁରକୁ ବଧ କରିଥିଲେ। ସେହିଦିନଠାରୁ ଏହି ପବିତ୍ର ପର୍ବକୁ ପାଳନ କରିବାର ପ୍ରଥା ଆରମ୍ଭ ହୋଇଛି। ଏହିଦିନ ଅସତ୍ୟ ଅଧର୍ମର ବିନାଶ ହୋଇ ସତ୍ୟର ଜୟ ହୋଇଥାଏ। ଏଥିପାଇଁ ଏହାକୁ ବିଜୟା ଦଶମୀ ମଧ୍ୟ କୁହାଯାଏ। ହିନ୍ଦୁ ଧର୍ମରେ ଏହି ତିଥିକୁ ବହୁତ ଶୁଭ ବୋଲି ଧରାଯାଏ। ମାନ୍ୟତା ରହିଛି ଯେ ଏହି ପର୍ବକୁ ନେଇ ବାସ୍ତୁ ଶାସ୍ତ୍ରରେ କିଛି ଖାସ ଉପାୟ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ଦଶହରା ଦିନ ଅସ୍ତ୍ରଶସ୍ତ୍ର ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ମାନ୍ୟତା ରହିଛି ଯେ ଏହାଦ୍ୱାରା ଶତ୍ରୁଙ୍କ ଠାରୁ ବି ମୁକ୍ତି ମିଳିଥାଏ। ଏହାସହିତ ଜୀବନରେ ଉନ୍ନତିର ରାସ୍ତା ଖୋଲିଥାଏ।

ବିଜୟା ଦଶମୀର ପବିତ୍ର ଦିନରେ ଅଧର୍ମର ପ୍ରତୀକ ରାବଣର ପୁତ୍ତଳିକାକୁ ଜଳାଯାଇଥାଏ। ରାବଣ ପୋଡି ପାଉଁଶକୁ ଆଣି ସୋରିଷ ତେଲରେ ମିଶାଇ ଘରର ସବୁ କୋଣରେ ପକାଇ ଦିଅନ୍ତୁ। କୁହାଯାଏ ଯେ ଏପରି କଲେ ଘରୁ ନକାରତ୍ମକ ଶକ୍ତି ଦୂର ହୋଇଥାଏ।

ଏହି ଦିନ ପାନ ଖାଇବାକୁ ବହୁତ ଶୁଭ ବୋଲି ଧରାଯାଏ। ମାନ୍ୟତା ରହିଛି ଯେ ପାନ ଖାଇବା ଦ୍ୱାରା ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ। ଏହାସହିତ ଜୀବନରେ ସୁଖ ସନ୍ତୁ ଖୁସି ବଜାୟ ରହିଥାଏ।

ଦଶହରାର ପବିତ୍ର ଦିନରେ ନୀଳକଣ୍ଠ ପକ୍ଷୀର ଦର୍ଶନ କରିବାକୁ ଶୁଭ ବୋଲି ଧରାଯାଏ। ମାନ୍ୟତା ରହିଛି ଯେ ଏହାଦ୍ୱାରା ଜୀବନରେ ସମସ୍ୟା ଦୂର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.