ମନୀଷ ଅନୁରାଗ ମୃତ୍ୟୁ ମାମଲା, ପୋଖରୀ କୂଳରେ ଝଗଡ଼ା ହୋଇଥିବା ମାନିଲେ ୪ ସାଙ୍ଗ

ଭୁବନେଶ୍ୱର(କେ ନ୍ୟୁଜ):  ମନୀଷ ଅନୁରାଗ ମୃତ୍ୟୁ ମାମଲା । ମନୀଷଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରୁଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ଵାଡ । ତଦନ୍ତ ବେଳେ ସାଙ୍ଗମାନଙ୍କ ବୟାନରେ ରହୁନି ତାଳମେଳ । ପୋଖରୀ କୂଳରେ ସାଙ୍ଗମାନଙ୍କ ସହ ଝଗଡ଼ା ହୋଇଥିବା ମାନିଲେ ୪ ସାଙ୍ଗ । ହତ୍ୟା ସନ୍ଦେହ ବଢ଼ିବାରେ ଲାଗିଛି । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ । ହୋଟେଲ ରୁମରୁ ମୃତଦେହ ମିଳିଥିବା ପୋଖରୀ ଯାଏ ପାତ୍ରପଡ଼ା ଅଞ୍ଚଳର ସମସ୍ତ ସିସିଟିଭି ଫୁଟେଜକୁ ତନ୍ନ ତନ୍ନ ଯାଞ୍ଚ କରୁଛି ପୋଲିସ।

ଆଜି ଏମସ୍‌ ପକ୍ଷରୁ ମନିଷଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହସ୍ତାନର କରାଯିବ । ଗତ ୧୦ତାରିଖରେ ଭୁବନେଶ୍ୱରର ପାତ୍ରପଡ଼ା ନମ୍ରକାଣି ପୋଖରୀରୁ ମନୀଷ ଅନୁରାଗଙ୍କ ମୃତଦେହ ମିଳିଥିଲା। ସ୍ପେଶାଲ ସ୍କ୍ଵାଡ, ତମାଣ୍ଡୋ ଥାନା ଓ ଇନଫୋସିଟି ଥାନାକୁ ନେଇ ଟିମ୍‌ ଗଠିତ ଟିମ୍‌ ମୃତ୍ୟୁର ଖିଅ ଖୋଜୁଛନ୍ତି। ମନୀଷଙ୍କ ସାଙ୍ଗମାନଙ୍କୁ ପଚରାଉଚରା ଚଳାଇଛି ପୋଲିସ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.