ଶୁକ୍ରବାର ଦିନ କରନ୍ତୁ ଏହି ପୂଜା, ଜୀବନରେ ସବୁ ସମସ୍ୟାରୁ ପାଇଯିବେ ମୁକ୍ତି

ହିନ୍ଦୁ ଧର୍ମରେ ଶୁକ୍ରବାର ଦିନ ବିଶେଷ ମହତ୍ତ୍ୱ ରହିଛି। ଶୁକ୍ରବାର ଦିନ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି। ମାନ୍ୟତା ରହିଛି ଯେ ଶୁକ୍ରବାର ଦିନ ବ୍ରତ ରଖି ବିଧି ବିଧାନ ସହ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ। ଏମିତିରେ ମାତା ପ୍ରସନ୍ନ ହୋଇ ନିଜ ଭକ୍ତଙ୍କ ଆର୍ଥିକ ସଙ୍କଟ ଦୂର କରିଥାନ୍ତି।

ହିନ୍ଦୁ ଧର୍ମରେ ମାତାଙ୍କୁ ଧନ ଓ ଐଶର୍ଯ୍ୟର ଦେବୀ କୁହାଯାଏ। ଯଦି ମାତା ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇଯିବେ ତେବେ ଜୀବନରେ ଆପଣଙ୍କର ଧନର ଅଭାବ ଆଉ ରହିବ ନାହିଁ। ଯଦି କେହି ଆର୍ଥିକ ସମସ୍ୟା ଦେଇ ଗତି କରୁଛି ତେବେ ସେ ନିହାତି ଭାବେ ଶୁକ୍ରବାର ଦିନ ବିଧି ବିଧାନ ସହିତ ମାତା ଙ୍କ ପୂଜାର କରିବା ଉଚିତ। ଏବେ ଜାଣନ୍ତୁ କଣ କଲେ ମାତା ଲକ୍ଷ୍ମୀ ଆପଣ ଙ୍କ ଉପରେ ଖୁସି ହୋଇଯିବେ।

-ଶୁକ୍ରବାର ଦିନ କୁଆଁରୀ କନ୍ୟାଙ୍କୁ ଘରକୁ ଆମନ୍ତ୍ରିତ କରି ତାଙ୍କୁ ଖାଇବାକୁ ଦିଅନ୍ତୁ। ଏହାସହ ତାଙ୍କୁ ହଳଦିଆ ବସ୍ତ୍ର ପରିଧାନ କରି ଦକ୍ଷିଣା ଦିଅନ୍ତୁ। ଧାର୍ମିକ ମାନ୍ୟତା ଅନୁଯାୟୀ ଏହାଦ୍ୱାରା ମାଆ ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ କରନ୍ତୁ।

-ଶୁକ୍ରବାର ଦିନ କଳା ପିମ୍ପୁଡି ମାନଙ୍କୁ ମିଶ୍ରି ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଅଟକି ଯାଇଥିବା କାମ ପୂରା ହୋଇଯାଏ।

-ଯଦି ଶୁକ୍ରବାର ଘରୁ ଧନ ସମ୍ବନ୍ଧିତ କୌଣସି କାମ କରନ୍ତି ତେବେ ମିଠା ଦହି ଖାଇ କାମ ଆରମ୍ଭ କରନ୍ତୁ। ଏମିତିରେ କାମରେ କୌଣସି ବାଧା ଆସେ ନାହିଁ।

-ସୁଖ ସମୃଦ୍ଧି ପାଇଁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା ସମୟରେ ପଦ୍ମ ଫୁଲ ଅର୍ପଣ କରନ୍ତୁ। ଏମିିତି କଲେ ଘରେ ସୁଖ ସମୃଦ୍ଧି ଆସିଥାଏ। ବେପାରରେ ଉନ୍ନତି ହୋଇଥାଏ।

-ଶୁକ୍ଳ ପକ୍ଷ ପ୍ରଥମ ଶୁକ୍ରବାର ଚାନ୍ଦି ଡବାରେ କଳା ଚଣା , ହଳଦୀ, ନାଗକେସର ଏବଂ ସିନ୍ଦୂର ମିଶାଇ ମାଆ ଲକ୍ଷ୍ମୀଙ୍କ ଚରଣରେ ଚଢ଼ାନ୍ତୁ। ଏମିତିରେ ଘରେ କେବେ ବି ଧନର ଅଭାବ ରହିବ ନାହିଁ।

-ଶୁକ୍ରବାର ଦିନ ନାଲି ରଙ୍ଗର ବସ୍ତ୍ରରେ ୧ କିଲୋରୁ କମ ଚାଉଳ ରଖନ୍ତୁ। ଏହାପରେ ଚାଉଳର ସେହି ଗଣ୍ଠିଲି କୁ ହାତରେ ଧରି ମାତାଙ୍କ ବୀଜ ମନ୍ତ୍ର ଓମ ଶ୍ରୀଂ ଶ୍ରୀୟେ ନମଃ କୁ ଜପ କରନ୍ତୁ। ମନ୍ତ୍ର ଜପ ପରେ ଏହାକୁ ସିନ୍ଦୁକରେ ରଖିଦିଅନ୍ତୁ। ଏମିତିରେ ଘରେ ଧନ ବୈଭବ ତିଷ୍ଠି ରହିବ।

You might also like