ରୋଗ ଓ ଭୟକୁ ଦୂର କରନ୍ତି ପ୍ରଭୁ ହନୁମାନ
ହନୁମାନ ଚାଳିଶାରେ ଲେଖା ଅଛି '' ସଙ୍କଟ କଟୈ ମିଟେ ସବ ପୀଡ଼ା। ଯୋ ସୁମିରେ ହନୁମତ ବଲବୀରା।।'' ସଙ୍କଟମୋଚନ ହନୁମାନ ନିଜ ସବୁ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି । ବଜରଙ୍ଗବଲୀଙ୍କ ଆରଧନା କଲେ ଭକ୍ତର ଜୀବନରେ ଖୁସି ଭରିଯାଇଥାଏ । ରୋଗ, ଭୟ ସବୁ ଦୂର ହୋଇଯାଏ ।
ପ୍ରଭୁ ବଜରଙ୍ଗବଲୀ ଅଜର-ଅମର। ସେ ସର୍ବଦା ନିଜ ଭକ୍ତମାନଙ୍କ ଉପରେ କୃପା ରଖିବା ସହ ଭକ୍ତମାନଙ୍କର ପ୍ରତ୍ଯେକ ଇଛାକୁ ପୂରଣ କରିଥାନ୍ତି। କୁହାଯାଇଥାଏ ଯେଉଁଠାରେ ରାମ କଥା ହୋଇଥାଏ ସେଠାରେ କୌଣସି ନା କୌଣସି ରୂପରେ ପ୍ରଭୁ ବଜରଙ୍ଗବଲୀ ଉପସ୍ଥିତ ରହିଥାନ୍ତି। ହନୁମାନଙ୍କ ମହିମା ଦେଖିବା ପରେ ଭକ୍ତ ତୁଳସୀ ଦାସ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ହନୁମାନ ଚାଳିଶା ଲେଖିଥିଲେ। ପ୍ରତ୍ଯେକ ଦିନ ହନୁମାନ ଚାଳିଶା ପାଠ କରିବା ଦ୍ବାରା ଆମ ଜୀବନରେ ପ୍ରତ୍ଯେକ ଦୁଃଖ-ଯନ୍ତ୍ରଣା ଦୂର ହୋଇଥାଏ। ଆମେ ପ୍ରତ୍ଯେକ ଶଙ୍କଟରୁ ଦୂରେଇ ରହିପାରିବା। ଏଥିସହ ହନୁମାନ ଚାଳିଶାରେ ଆମ ଶରୀରକୁ ସଦା ସୁସ୍ଥ ରଖିବାର ରହସ୍ଯ ମଧ୍ଯ ଲୁଚି ରହିଛି, ଯାହା ଆଜି ଆମେ ଆପଣଙ୍କୁ କହିବୁ।
ହନୁମାନ ଚାଳିଶାରେ ଲେଖା ଅଛି ” ସଙ୍କଟ କଟୈ ମିଟେ ସବ ପୀଡ଼ା। ଯୋ ସୁମିରେ ହନୁମତ ବଲବୀରା।।” ସଙ୍କଟମୋଚନ ହନୁମାନ ନିଜ ସବୁ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି । ଅର୍ଥାତ ସଙ୍କଟ ସମୟରେ ଯେଉଁ ଭକ୍ତ ତାଙ୍କୁ ପ୍ରାର୍ଥନା କରେ ସେ ତାର ସବୁ ପୀଡ଼ା ନାଶନ କରିଦିିଅନ୍ତି । ବଜରଙ୍ଗବଲୀଙ୍କ ଆରଧନା କଲେ ଭକ୍ତର ଜୀବନରେ ଖୁସି ଭରିଯାଇଥାଏ । ରୋଗ, ଭୟ ସବୁ ଦୂର ହୋଇଯାଏ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏପରି କିଛି ନିୟମ ରହିଛି ଯାହା ସହାୟତାରେ ପବନପୁତ୍ର ହନୁମାନଙ୍କ କୃପା ଲାଭ କରାଯାଇ ପାରିବ । ତେବେ ଆଜି ଚାଲନ୍ତୁ ଜାଣିବା ସେ ସଂପର୍କରେ ।
ପ୍ରତିଦିନ ଆପଣ ହନୁମାନ ଚାଳିଶା ପଢ଼ିବା ଦ୍ୱାରା ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ । ଖାସ କରି ମଙ୍ଗଳବାରକୁ ହନୁମାନଙ୍କ ଦିନ ମନାଯାଏ । ଏହିଦିନ ହନୁମାନ ଚାଳିଶା ପଢ଼ିବା ସହ ଗାଈକୁ ରୋଟି ଖାଇବାକୁ ଦେଲେ ଶୁଭ ମନାଯାଏ । ଏହାସହ ମନ୍ଦିରରେ ନଡ଼ିଆ ବା ଶ୍ରୀଫଳ ମଧ୍ୟ ଅର୍ପଣ କରିପାରିବେ । ଧ୍ୱଜା ଦାନ କରିପାରିବେ । ଏହା କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସେ । ମଙ୍ଗଳବାର ଦିନ ଗରୀବ ଲୋକଙ୍କୁ ଦାନ କରିବା ଉଚିତ । ଏହିଦିନ ଲାଲ ରଙ୍ଗକୁ ଶୁଭ ମନାଯାଏ । ତେଣୁ ଆପଣ ଲାଲ ଜିନିଷ ବ୍ୟବହାର କରିବା ସହ ନାଲି ଜାତୀୟ ଖାଦ୍ୟ ଖାଇପାରିବେ।
ଶନିବାର ଦିନକୁ ମଧ୍ୟ ହନୁମାନଙ୍କ ଦିନ ମନାଯାଏ । ଏହିଦିନ ଭଗବାନ ଶନିଙ୍କ ସହ ପ୍ରଭୁ ସଙ୍କଟମୋଚନଙ୍କ ପୂଜା କରାଯାଏ । ଏହିଦିନ ବରଗଛକୁ ପୂଜା କରିବା ସହ ଗଙ୍ଗା ଦୀପରେ ରାଶି ତେଲରେ ଦୀପ ଜାଳିବା ଉଚିତ । ଧ୍ୟାନ ରଖିବେ ,ବଜରଙ୍ଗବଲିଙ୍କୁ ଦକ୍ଷିଣ ଦିଗକୁ ମୁହଁ କରି ପୂଜା କଲେ ପ୍ରଭୁଙ୍କ ଆଶିର୍ବାଦ ଶୀଘ୍ର ପ୍ରାପ୍ତ ହୋଇଥାଏ । କାରଣ ଏହି ଦିଗରେ ଭଗବାନ ଅଧିକ ବଳଶାଳୀ ହୋଇଥାନ୍ତି । ଏହିଦିନ ଭୁଲରେ ବି କାହାକୁ ଧନ ଦିଅନ୍ତୁ ନାହିଁ କିମ୍ବା କାହାଠୁ ଧନ ଆଣନ୍ତୁ ନାହିଁ । ଏହି ଦିନ ସାତ୍ତ୍ୱି କ ଭୋଜନ କରିବା ନାରୀମାନେ ଶୃଙ୍ଗାର ଜିନିଷ କିଣିବାକୁ ଶୁଭ ମନାଯାଏ ।
ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ଯେକ ଗ୍ରହର ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ। ଯେତେବେଳେ ଗ୍ରହର ଖରାପ ପ୍ରଭାବ ପଡିଥାଏ ସେତେବେଳେ ସେହି ଗ୍ରହ ସମ୍ବନ୍ଧିତ ରୋଗ ହୋଇଥାଏ। ଯେପରି ଶନିଙ୍କ କାରଣରୁ ନିଶ୍ବାସ ନେବାରେ ଟେ ହେବା, ଚନ୍ଦ୍ରଙ୍କ କାରଣରୁ ମାନସିକ ରୋଗ ଆଦି। ଏହିଭଳି ସମସ୍ତ ଗ୍ରହରୁ ରୋଗ ଉତ୍ପନ୍ନ ହୋଇଥାଏ। କିନ୍ତୁ ଯଦି ଆପଣ ନିୟମ ପୂର୍ବକ ହନୁମାନ ଚାଳିଶା ପାଠ କରନ୍ତି ତେବେ ଆପଣ ଗ୍ରହମାନଙ୍କ ଖରାପ ପ୍ରଭାବରୁ ମୁକ୍ତି ପାଇପାରିବେ।