ଆପଣ ମାନେ ତ ଦେହ ଖରାପ ସମୟରେ ହସ୍ପିଟାଲ ଯାଆନ୍ତି କିନ୍ତୁ ଏମାନେ କଣ କରନ୍ତି ଜାଣିଛନ୍ତିକି

ମଣିଷ ମାନେ ତ ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତି । ନଚେତ ଅତି ଦେହ ଖରାପ ହେଲେ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି । ଏମିତିକି ଅତି ଆଦର ସହକାରେ ପାଳିଥିବା ପୋଷ୍ୟ ଜୀବ ଜନ୍ତୁ ମାନଙ୍କୁ ମଧ୍ୟ ପଶୁ ଡାକ୍ତର ଖାନାକୁ ନେଇଥାନ୍ତି । ଉଚିତ ସମୟ ରେ ସେମାନଙ୍କ ଚିକିତ୍ସା କରାଯିବା ସହ ଆବଶ୍ୟକ ଅନୁଯାୟୀ ଇଞ୍ଜେକ୍ସନ ଓ ମେଡ଼ିସିନ ଦିଆଯାଇଥାଏ । ସେମାନଙ୍କ ପିଛା ହଜାର ହଜାର ଟଙ୍କା ସେମାନଙ୍କ ପିଛା ଖର୍ଚ୍ଚ କରିବାକୁ ଜମା ବି ପଛଘୁଞ୍ଚା ଦିଅନ୍ତି ନାହିଁ । କିନ୍ତୁ କେବେ ଭାବିଛନ୍ତିକି ବାହାରେ ଏଣେତେଣେ ବୁଲୁଥିବା ଜୀବଜନ୍ତୁ ମାନେ ନିଜ ଦେହ ଖରାପ ସମୟରେ କଣ କରୁଥିବେ । କେଉଁ ଉପାୟରେ ନିଜକୁ ସୁସ୍ଥ କରୁଥିବେ । ଭଗବାନଙ୍କ ସୃଷ୍ଟିରେ ସେମାନଙ୍କ ପାଇଁ ମଧ୍ୟ ଏକ ପ୍ରକାର ଅନନ୍ୟ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ପ୍ରକୃତି ସାଇତି ରଖିଛି ସେମାନଙ୍କ ପାଇଁ ଔଷଧ । ଆସନ୍ତୁ ଜାଣିବା ସେହି ଜୀବଜନ୍ତୁ ମାନେ ନିଜ ଦେହ ଖରାପ ସମୟରେ କିପରି ନିଜର ଚିକିତ୍ସା କରିଥାନ୍ତି ସେ ସମ୍ପର୍କରେ କିଛି ତଥ୍ୟ;

dog

କୁକୁର ଓ ବିଲେଇ:

ପ୍ରକୃତି କୁକୁର ଓ ବିଲେଇ ପରି ଜୀବଙ୍କୁ ସାକାହାରୀ କରି ଗଢିନି । ଏମାନେ ପ୍ରାୟ ସମୟରେ ଆମିଷ ହିଁ ଖାଇଥାନ୍ତି । କିନ୍ତୁ ଜାଣନ୍ତି କି ସେମାନେ ନିଜ ଦେହ ଖରାପ ସମୟରେ ସଂପୁର୍ଣ ସାକାହାରୀ ହୋଇଯାନ୍ତି ବୋଲି । ଦେହ ଖରାପ ସମୟରେ ଏମାନେ ବିଶେଷ ଧରଣର ଏକ ଘାସ ଖାଇଥାନ୍ତି । ଯାହାଦ୍ୱାରା ସେମାନଙ୍କ ପେଟ ଶାନ୍ତି ହେବା ସହ ଶରୀରର ସମସ୍ତ ବର୍ଜ୍ୟବସ୍ତୁ ବାନ୍ତି ସାହାଯ୍ୟରେ ବାହାରକୁ ବାହାରିଯାଏ ।

monkey

ମାଙ୍କଡ:

ମାଙ୍କଡ ମାନେ ତ ସବୁବେଳେ ଏ ଡ଼ାଳରୁ ସେ ଡାଳକୁ ଡେଉଁଥାନ୍ତି । ଅନ୍ୟ ପକ୍ଷରେ ଏମାନଙ୍କୁ ବହୁ କମ ଲୋକ ପୋଷା ଭାବେ ରଖିଥାନ୍ତି । ସାଧାରଣତଃ ବଣରେ ବସବାସ କରୁଥିବା ମାଙ୍କଡମାନେ ମଶା ମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଏକ ବିଶେଷ ଧରଣର ପତ୍ରକୁ ନିଜ ଶରୀରରେ ଘସିଥାନ୍ତି । ଯାହାଦ୍ୱାରା ତାଙ୍କ ଆଖପାଖକୁ ମଶା ଜମା ବି ଆସିପାରି ନଥାଏ । ଯାହାର ଗନ୍ଧରେ ପରଜୀବୀ ମାନେ ମଧ୍ୟ ଦୁରେଇ ଯାଆନ୍ତି ।

fruit fly

ଫ୍ରୁଟ ଫ୍ଲାଇ:

ଫ୍ରୁଟ ଫ୍ଲାଇ ଭାବେ ଜଣା ଯାଉଥିବା ଛୋଟ ଛୋଟ ମାଛି ମାନେ ପରଜୀବୀ ମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ସଢ଼ି ଯାଇଥିବା ଫଳର ସାହାଯ୍ୟ ନେଇଥାନ୍ତି । ଏମିତିରେ ପଚି ସଢ଼ି ଯାଇଥିବା ଫଳରୁ ଆଲକହଲ ତିଆରି ହୋଇଥାଏ । ଫ୍ରୁଟ ଫ୍ଲାଇ ସଢ଼ି ଯାଇଥିବା ଫଳରେ ହିଁ ଅଣ୍ଡା ଦେଇଥାଏ । ଯାହାଦ୍ୱାରା ପରଜୀବିମାନେ ମରିଯାନ୍ତି ।

ଏହା ସହ ପଢନ୍ତୁ: ଅଜବ ପରମ୍ପରା, ଏଠାରେ ଅନ୍ୟର ସ୍ତ୍ରୀ କୁ ଚୋରାଇ ନେଇ ବିବାହ କରିବା ପାଇଁ କରାଯାଇଥାଏ ଉତ୍ସବ

sheep

ମେଣ୍ଢା:

ମେଣ୍ଢା ମାନେ ନିଜ ଦେହ ଖରାପ ସମୟରେ ଗାଈ ଭଳିଆ ଅଧିକ ମାତ୍ରାରେ ଘାସ ଚରିବାକୁ ଲାଗନ୍ତି । ଯେଉଁ ଘାସରେ ଟାଇନିନ ପରି ଏକ ପୋଷାକର ମାତ୍ରା ଅଧିକ ଥାଏ ସେମାନେ ସେହି ଘାସକୁ ହିଁ ଖାଇଥାନ୍ତି । ଦେହ ଭଲ ହୋଇଗଲେ ପୁଣି ସେମାନେ ଆଗ ଭଳି ସାଧାରଣ ଭାବେ ଘାସ ଚରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.