କରୋନା ଯୋଗୁ ବଦଳୁଛି ପୁରୁଣା ଅଭ୍ୟାସ, ପାଶ୍ଚାତ୍ୟ ଦେଶ ଲୋକ ଟଏଲେଟ୍‌ ପେପର ଛାଡ଼ି ବ୍ୟବହାର କରୁଛନ୍ତି ପାଣି

କରୋନା ଯୋଗୁ ବଦଳୁଛି ଲୋକଙ୍କ ଅଭ୍ୟାସ। ପ୍ରଥମେ ହାତ ମିଳାଇବା ବଦଳରେ ନମସ୍ତେ କରିବାର ଚିନ୍ତାଧାରା ଓ ଏବେ ଟଏଲେଟ୍‌ ପେପର ମିଳୁନଥିବାରୁ ଲୋକେ ପାଣି ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଖାସ୍‌ କରି ପାଶ୍ଚାତ୍ୟ ଦେଶରେ ଏଭଳି ନୂଆ କଥା ଦେଖିବାକୁ ମିଳୁଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ଉପାୟରେ ସଫେଇ କରାଯାଉଛି। ଏମିତି କି ଚିଲ୍ଲି, ଆର୍ଜେଣ୍ଟିନା ଭଳି କେତେକ ଆମେରିକୀୟ ଦେଶ ଇଟାଲୀ, ଫ୍ରାନ୍ସ ଭଳି କେତେକ ୟୁରୋପୀୟ ଦେଶମାନଙ୍କରେ ଟଏଲେଟ୍‌ ପେପର ବଦଳରେ ପାଣି ବ୍ୟବହାର କରାଯାଉଥିବା ଦେଖାଯାଇଛି।

toilet2

ପାଣିରେ ଧୁଆ ଧୋଇ ହେବା ଗୁଣ ମୂଳ ରୂପରେ ଭାରତୀୟଙ୍କ ହୋଇଥିବା ବେଳେ ଏବେ କରୋନା ଯୋଗୁ ସବୁ ଦେଶ ଏହାକୁ ଆପଣାଇବାରେ ଲାଗିଛନ୍ତି। ପୂର୍ବରୁ ଚୀନ୍‌ ମଧ୍ୟ ପାଣି ବ୍ୟବହାର କରୁଥିବା ବେଳେ ଖ୍ରୀଷ୍ଟପୂର୍ବ ୫୮୯ରେ ଟଏଲେଟ୍‌ ପେପରର ଆବିଷ୍କାର ପରେ ପାଣିକୁ ଛାଡ଼ି ପେପର ବ୍ୟବହାର କଲା। ଏହାର ପ୍ରମାଣ କେତେକ ପୁରୁଣା ପୁସ୍ତକରେ ଉଲ୍ଲେଖ ରହିଛି। ୟୁରୋପର ବହୁ ଆଗରୁ ଚୀନ୍‌ବାସୀ ପେପର ବ୍ୟବହାର କରୁଛନ୍ତି।

toilet

ତେବେ ପେପର ତିଆରି ପାଇଁ ବାର୍ଷିକ ଲକ୍ଷ ଲକ୍ଷ ଗଛ କଟାଯାଉଛି, ଯାହାର ପ୍ରଭାବ ସିଧାସଳଖ ପରିବେଶ ଉପରେ ପଡ଼ୁଛି। ଏଣୁ ଦୁନିଆକୁ ପେପର ଫ୍ରି କରିବା ପାଇଁ ଆଧୁନିକ ଟେକ୍ନିକ ବ୍ୟବହାର କରି ସବୁକିଛି ଡିଜିଟାଲାଇଜ୍‌ କରାଯାଉଛି। ତଥାପି ଲୋକମାନେ ଟଏଲେଟ୍‌ ପେପର ବ୍ୟବହାର କରିବାରୁ ବିରତ ରହୁନାହାନ୍ତି। କିନ୍ତୁ ଏବେ କରୋନା ଯୋଗୁ ସ୍ଥିତି ଏଭଳି ହୋଇଛି ଯେ ଲୋକେ ବାଧ୍ୟ ହୋଇ ପାଣି ବ୍ୟବହାର କରୁଛନ୍ତି, ଯାହା ପରିବେଶ ପାଇଁ ମଧ୍ୟ ଭଲ।

corona

ତେବେ ପେପର ତୁଳନାରେ ପାଣି ବ୍ୟବହାର କରିବା ଦ୍ୱାରା ଶରୀର ଅଧିକ ପରିଷ୍କାର ପରିଚ୍ଛନ୍ନ ରହେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଏଣୁ କରୋନା ଭଳି ମହାମାରୀ ସମୟରେ ନିଜକୁ ଯେତେ ପାରୁଛନ୍ତି ସେତେ ପରିଷ୍କାର ରଖନ୍ତୁ। ହାତକୁ ବାରମ୍ବାର ଧୁଅନ୍ତୁ ଓ ସଂକ୍ରମିତ ବ୍ୟକ୍ତି ଠାରୁ ଦୂରରେ ରୁହନ୍ତୁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.