Below header

ଟ୍ରକକୁ ଅଟକାଇ ଡ୍ରାଇଭରଙ୍କୁ ଦବଙ୍ଗଗିରି ଦେଖାଇଲା ହାତୀ, ଦେଖନ୍ତୁ ଭିଡିଓ

ଆପଣ ଲୋକମାନଙ୍କର ଅନେକ ଦବଙ୍ଗଗିରି ଦେଖିଥିବେ, କିନ୍ତୁ କଣ ଆପଣ କେବେ ହାତୀ ଦବଙ୍ଗଗିରି କରୁଥିବାର ଦେଖିଛନ୍ତି। ଦେଖିନଥିବେ ନିଶ୍ଚିତ, କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖାଇବୁ ତାହା ଦେଖି ଆପଣ ବି ବୁଝିଯିବେ ଯେ ହାତୀ ବି ନିଜର ଦବଙ୍ଗଗିରି ଦେଖାଇବାରେ ଖୁବ୍‌ ଓସ୍ତାଦ। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ହାତୀ ରାସ୍ତା ମଝିରେ ରୋଡକୁ ଏକଦମ୍‌ କଭର କରି ରଖିଛି। ହାତୀକୁ ଦେଖି ଏମିତି ଲାଗୁଛି ଯେ ହାତୀ ରାସ୍ତା ମଝିରେ ଛିଡା ହୋଇ ଗାଡି ସବୁକୁ ଅଟକାଉଛି। ଆଉ ସତକୁ ସତ ସେମିତି ହିଁ ହେଉଛି, ଦିନ ଦ୍ୱିପହରେ ହାତୀଟି ଗାଡିକୁ ଅଟକାଇ ନିଜର ଦବଙ୍ଗଗିରି ଦେଖାଉଛି।

ଆପଣ ଦେଖିପାରୁଥିବେ ଯେ ରାସ୍ତା ଉପରେ ହାତୀ ଛିଡା ହୋଇଛି। ଯେମିତି ଗାଡି ଡ୍ରାଇଭର ଗାଡିଟିକୁ ଅଟକାଇଛନ୍ତି, ହାତୀଟି ଗାଡି ଆଡକୁ ମାଡିଆସିଲା। ଏହାପରେ ହାତୀଟି ନିଜ ସୁଣ୍ଢରେ ଡ୍ରାଇଭରଙ୍କୁ ଏକଦମ ସାଇଡ୍‌ କରି ଗାଡି ଭିତରେ ଥିବା କଦଳୀକୁ ଜୋରଜବରଦସ୍ତ ଛଡାଇବାକୁ ଚେଷ୍ଟା କଲା। ଏହା ଦେଖି ଗାଡି ଭିତରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ହାତୀର ଏମିତି କାରନାମାକୁ ଦେଖି ଭୟରେ ନିଜ ପାଖରେ ଆଉ ଅନ୍ୟ ଜିନିଷ ଯାହାଥିଲା ସେସବୁକୁ ହାତୀକୁ ଦେଇଦେଲେ। ଏହାପରେ ହାତୀଟି ନିଜ ସୁଣ୍ଢରେ କଦଳୀକୁ ନେଇ ଚାଲିଗଲା। ଆଉ ଭାଗ୍ୟ ଭଲ ଥିବାରୁ ହାତୀ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଗଲେ ଟ୍ରକ ଡ୍ରାଇଭର।

hatiତେବେ ଏହି ଭିଡିଓକୁ ସେୟାର କରି ଆଇଏଫଏସ ଅଫିସର ପ୍ରବୀଣ କାସଓ୍ଵାନ କହିଛନ୍ତି ଯେ ଲୋକଙ୍କୁ ଏହା ନିଶ୍ଚୟ ଧ୍ୟାନ ରଖିବା ଜରୁରୀ ଯେ ସେମାନଙ୍କୁ ଜଙ୍ଗଲ ବା ବନାଞ୍ଚଳରେ ଜୀବଜନ୍ତୁଙ୍କୁ ଏମିତି ଖାଦ୍ୟ ଦେବା ଅନୁଚିତ। କାରଣ ଏହା ମଣିଷ ଏବଂ ପଶୁଉଭୟଙ୍କୁ ସମସ୍ୟାରେ ପକାଇପାରେ।

ତେବେ ଭିଡିଓଟି ସେୟାର ହେବାର କିଛି ସମୟ ମଧ୍ୟରେ ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ତେବେ ଭିଡିଓକୁ ଦେଖି ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ମଜାଳିଆ ଢ଼ଙ୍ଗରେ କହିଛନ୍ତି ଯେ ଦିନ ଦ୍ୱିପହରରେ ହାତୀ କରୁଛି ମଣିଷ ଠାରୁ ଚୋରୀ। ତାହେଲେ ଆପଣ ବି ଆଉଥରେ ଦେଖିଦିଅନ୍ତୁ ଏହି ଭିଡିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.