ବାଃ କି ବୁଦ୍ଧି ମ! ବାଇକରେ ଜାଗା ନଥିଲା, କିନ୍ତୁ ବୁଦ୍ଧି ଖର୍ଚ୍ଚ କରି ସାଙ୍ଗକୁ ଟେକି ନେଲେ ୪ ବନ୍ଧୁ; ଦେଖନ୍ତୁ ଭିଡିଓ

ଅଧିକାଂଶ ବାଇକରେ ଦୁଇ ଜଣ କିମ୍ବା ତିନି ଜଣ ବସି ଯାଉଥିବା ଆମେ ସମସ୍ତେ ଦେଖିଛେ। କିନ୍ତୁ ନିୟମାନୁସାରେ ବାଇକରେ ଦୁଇ ଜଣ ହିଁ ବସିବା ଉଚିତ। ନଚେତ ଜରିମାନା ଗଣିବାକୁ ପଡ଼ିପାରେ। ମାତ୍ର କିଛି ଲୋକ ଯୁଗାଡ଼ କରି ଗୋଟିଏ ବାଇକରେ ୩ରୁ ଅଧିକ ସଂଖ୍ୟାରେ ବସିଥାନ୍ତି। ଏବେ ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରଲ ହେଉଛି। ଭିଡିଓ କି ଜଣେ କି ଦୁଇ ଜଣ ନୁହେଁ, ବରଂ ୫ ଜଣ ବସିଥିବା ଦେଖିବାକୁ ମିଳିଛି।


ଟ୍ୱିଟରରେ ଏହି ଭିଡିଓକୁ ଆଇଏଫଏସ ଅଫିସର ପ୍ରବୀଣ ଅଙ୍ଗୁସ୍ୱାମୀ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ବାଇକରେ ୪ ଜଣ ଲୋକ ଅତି କଷ୍ଟରେ ଚାପିଚୁପି ହୋଇ ବସିଛନ୍ତି। ଆଉ ଜଣେ ବ୍ୟକ୍ତି ବସିବାକୁ ବି ଜାଗା ନାହିଁ। କିନ୍ତୁ ସେମାନେ ହାର ମାନି ନାହାନ୍ତି। ସେମାନେ ପଞ୍ଚମ ବ୍ୟକ୍ତିଙ୍କୁ କଡ଼ରେ ହାତ ଧରି ବାଇକରେ ଯାତ୍ରା କରିଛନ୍ତି। ୪ ଜଣଙ୍କ ସାହାଯ୍ୟରେ ପଞ୍ଚମ ବ୍ୟକ୍ତି ମଧ୍ୟ ବେଶ୍ ଆରାମରେ ବାଇକରେ ଯାତ୍ରା କରିପାରିଛନ୍ତି।

ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଲୋକମାନେ ମଧ୍ୟ ଏଥିରେ ବହୁ ମଜାଳିଆ କମେଣ୍ଟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.