ସାଇବେରିଆରେ ମିଳିଲା ୪୦,୦୦୦ ବର୍ଷ ପୁରୁଣା କଙ୍ଗନ

ସାଇବେରିଆର ବୈଜ୍ଞାନିକ ମାନେ ଏକ ଅଦ୍ଭୁତ ଆବିଷ୍କାର କରିଛନ୍ତି । ସେମାନଙ୍କୁ ୪୦,୦୦୦ ବର୍ଷ ପୁରୁଣା କଙ୍ଗନ ମିଳିଛି । ଏହା ସହ ଏହା ମଧ୍ୟ କୁହାଯାଉଛି ଯେ ଏପର୍ଯ୍ୟନ୍ତ ମିଳିଥିବା ଗହଣା ମାନଙ୍କ ଭିତରୁ ଏହା ସବୁଠୁ ପୁରୁଣା । ପ୍ରକୃତରେ ଏହି କଙ୍ଗନଟି ସାଇବେରିଆର ଡୋନିସେବା ଗୁମ୍ଫାରେ ମିଳିଛି । ଏହା ସହ ଏଠାରେ ୧ ଲକ୍ଷ ୨୫ ହଜାର ବର୍ଷ ପୁରୁଣା ବିଲୁପ୍ତ ପ୍ରାଣୀ ମାନଙ୍କର ଅସ୍ଥି ବି ମିଳିଛି । ଏହି ଗୁମ୍ଫାକୁ ଡୋନିସପିଏନ୍ସ ସମ୍ପ୍ରଦାୟଙ୍କ ନାମ ଅନୁସାରେ ହିଁ ରଖାଯାଇଛି । ଏହି ସମ୍ପ୍ରଦାୟକୁ ମନୁଷ୍ୟର ଏକ ରହସ୍ୟ ମୟୀ ପ୍ରଜାତି ମାନଙ୍କ ଭିତରୁ ଧରା ଯାଇଥାଏ । ଆନୁବଂଶିକ ଭାବେ ଏହା ହୋମୋସାପିଏନ୍ସ ର ମଧ୍ୟ ନୁହେଁ ।

ଏହା ସହ ପଢନ୍ତୁ: ମିଳିଲା ୧୦ ହଜାର ବର୍ଷ ପୁରୁଣା ବିଶାଳକାୟ ଜୀବ ‘ଗ୍ଲାଇପୋଟୋଡନ’ର ବୁଲେଟ ପ୍ରୁଫ କବଚ

ସାଧାରଣ ମଣିଷ ମାନଙ୍କ ଠାରୁ ଡୋନିସପିଏନ୍ସ  ପ୍ରଜାତି ଟିକେ ଅଲଗା ହୋଇଥାନ୍ତି । ପ୍ରାୟ ୧୦ ଲକ୍ଷ ବର୍ଷ ପୂର୍ବେ ଏମାନେ ନିଜ ପୂର୍ବଜ ମାନଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ନିକଟରେ ହିଁ ବୈଜ୍ଞାନିକ ମାନଙ୍କୁ ଏହି ସମ୍ପ୍ରଦାୟର ମହିଳା ଙ୍କର ଏକ ହାଡ ଓ ଦାନ୍ତ ମିଳିଛି । ଯେଉଁ ଥିରୁ ଜଣାପଡିଛି କି ଡୋନିସାପିଏନ୍ସ ସମ୍ପ୍ରଦାୟ ଓ ଆଧୁନିକ ମଣିଷ ମାନଙ୍କ ଭିତରେ ସେପରି କୌଣସି ସମାନତା ନାହିଁ । ଅବଶ୍ୟ ଏମାନେ ବହୁ ପୂର୍ବରୁ ଆଧୁନିକ ମଣିଷ ମାନଙ୍କ ସହ ରହିଛନ୍ତି । ମିଳିଥିବା ଜିନିଷରୁ ଜଣାପଡିଛି ଯେ ଏହି ସମ୍ପ୍ରଦାୟ ସାଧାରଣ ମଣିଷଙ୍କ ଠାରୁ ଅଧିକ ମଜବୁତ । ମିଳିଥିବା କଙ୍ଗନରୁ ଜଣା ଯାଇଛି ଯେ ଏହି ଗହଣା ବନେଇବା କୌଶଳ ପ୍ରାୟ ୩୦,୦୦୦ ବର୍ଷ ପୁରୁଣା ।

ଏହି କୌଶଳ ପ୍ରାୟ ନବପାଷାଣ ଯୁଗରେ ଲୋକ ମାନଙ୍କ ଭିତରେ ବିକଶିତ ହୋଇଥିଲା । ବୈଜ୍ଞାନିକ ମାନେ ଜାଣି ପାରିଛନ୍ତି କି ଏହି କାଙ୍ଗନଟି କ୍ଲୋରାଇଡ ନାମକ ଏକ ପଥରରେ ତିଆରି । ଯାହାକୁ କି ଏକ ବିଶେଷ ବ୍ୟକ୍ତିଙ୍କ ପାଇଁ ବିଶେଷ ଅବସରରେ ପ୍ରସ୍ତୁତ କରାଯାଇଥାଏ । ଏହିଧରଣର ପଥର ବହୁତ ସୁକ୍ଷ୍ମ ମଧ୍ୟ ହୋଇଥାଏ । ରାଜବଂଶ ମାନେ ହିଁ ଏହି ବିଶେଷ ଗହଣାର ବ୍ୟବହାର କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.