ରୁଟିର ଆକାର ଗୋଲ କାହିଁକି ? ଏଇ ପ୍ରଶ୍ନକୁ ନେଇ ବ୍ୟସ୍ତ ଅଛନ୍ତି ଯୁବତୀ ଜଣଙ୍କ, ଦେଖନ୍ତୁ ଭିଡିଓ

ଭାରତୀୟ ପରିବାରରେ ଗୋଲ ଆକାର ରୋଟିକୁ ନେଇ ଏକ ଅଲଗା ପ୍ରକାର ପାସନ ଥାଏ । ରୁଟିର ଆକାର ଯଦି ଟିକିଏ ଏପଟ ସେପଟ ହୋଇଯାଏ ତ ପରିବାର ଲୋକେ ଅଲଗା ପ୍ରକାର ମୁହଁ କରିଦିଅନ୍ତି ଖାଦ୍ୟ ଆଉ ଯେମିତି ପାଟିକୁ ରୁଚେନି ଯେବେ ଜଣେ ରୁଟି ବନେଇବା ଶିଖନ୍ତି ସେମାନଙ୍କ ମନରେ ଗୋଟିଏ ଟେନ୍ସନ ଥାଏ ରୁଟି ଗୋଲ ହେବ କି ନାହିଁ ଏମିତିରେ ବିବାହ ପରେ ଘରର ବୋହୂ ଠାରୁ ପ୍ରଥମ ରୋଷେଇରେ ହିଁ ଗୋଲ ରୋଷେଇର ଆଶା କରାଯାଇଥାଏ | ଏବେ ସୋସିଆଲ ମିଡିଆରେ ଅଙ୍କିତା ସେହଗାଲ ନାମକ ଜଣେ ଝିଅର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଭାରତୀୟ ମାନଙ୍କ ଗୋଲ ରୁଟି ପ୍ରେମକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି ଅଙ୍କିତା ଏନେଇ ନିଜର ଏକ ଫନି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଅଙ୍କିତାଙ୍କ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓରେ ଅଙ୍କିତା ଗୋଲ ରୁଟିକୁ ନେଇଥିବା ତାଙ୍କ ଦୁଖଦ ଅନୁଭୂତିକୁ ସେୟାର କରିଛନ୍ତି ।

 

View this post on Instagram

 

A post shared by अंकिता (@sahigal.ankita)

ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତି “ରୁଟି ଗୋଲ ହେଉ ଅବା ମ୍ୟାପ ଭଳି ଶେଷରେ ତାହା ପେଟକୁ ହିଁ ତ ଯିବ” ନିଜ ଦୈନନ୍ଦିନ ଜୀବନରେ ରୋଷେଇ ଘରେ ଘଟୁଥିବା ଦୁଖଦ ଭରା କାହାଣୀକୁ ମଜାଳିଆ ଅନ୍ଦାଜରେ ଶୁଣେଇଛନ୍ତି ଅଙ୍କିତା । ଆଉ ଏହା ମଧ୍ୟ କହିଛନ୍ତିକି ଭାରତୀୟ ଘର ମାନଙ୍କରେ ବିବାହପୂର୍ବରୁ ହିଁ ଝିଅ ମାନଙ୍କୁ ଗୋଲ ରୁଟିକୁ ନେଇ ଡରେଇ ଦିଆଯାଏ । ଆଉ ବିବାହ ତାରିଖ ଠିକ ହେବା ପରେ ସେମାନଙ୍କ ଉପରେ ଯେମିତି ଏକ ବିରାଟ ପ୍ରେସର ପଡ଼ିଯାଏ । ଆଉ ଏମିତି ବି ଦୃଶ୍ୟ ଦେଖାଯାଏ ଯଦି ରୁଟି ଥରେ ଗୋଲ ହୋଇଯାଏ ତେବେ କିଛି ଅତ୍ୟଧିକ ଖୁସିରେ ବେହୋସ ହୋଇଯାନ୍ତି । ଭିଡିଓ ଟିକୁ କେବଳ ମାତ୍ର ମଜା ନେବା ପାଇଁ ପ୍ରସ୍ତୁତ କରାଯାଇଛି ସିନା ସେୟାର ହେବାର ମାତ୍ର କିଛି ଦିନ ଭିତରେ ୨ ଲକ୍ଷ  ୧୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି ।  

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.