ଭାରତ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଗୁଗଲ ହୋମସ୍କ୍ରିନରେ ଲଗାଇଲା ଏକ ନୂଆ ଡୁଡଲ

ଆଜି ଭାରତ ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ସ୍ୱାଧୀନତା ଉତ୍ସବରେ ସାରା ଦେଶ ବୁଡି ରହିଛି । ଏହି ବିଶେଷ ଉତ୍ସବରେ ଗୁଗଲ ଡୁଡଲ ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ର ସମୃଦ୍ଧି ବୟନ ଶିଳ୍ପ ପରମ୍ପରାକୁ ପ୍ରଦର୍ଶନ କରି ଭାରତ ୭୭ ତମ ସ୍ୱାଧୀନତା ଦିବସ ପାଳନ କରିଛି । ଗୁଗଲ ଏକ ନୂଆ ଡୁଡଲ ତିଆରି କରିଛି ଯାହା ତାହାର ହୋମସ୍କ୍ରିନ୍‌ରେ ଦେଖିବା ପାଇଁ ମିଳିଛି ।

ଆଜି ଭାରତ ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ସ୍ୱାଧୀନତା ଉତ୍ସବରେ ସାରା ଦେଶ ଉତ୍ସବ ମୁଖର। ଏହି ବିଶେଷ ଉତ୍ସବରେ ଗୁଗଲ ଡୁଡଲ ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ର ସମୃଦ୍ଧି ବୟନ ଶିଳ୍ପ ପରମ୍ପରାକୁ ପ୍ରଦର୍ଶନ କରି ଭାରତର ୭୭ ତମ ସ୍ୱାଧୀନତା ଦିବସ ପାଳନ କରିଛି । ଗୁଗଲ ନିଜ ହୋମସ୍କ୍ରିନରେ ସ୍ୱାଧୀନତା ଦିବସ ଉପଲକ୍ଷେ ନିଜ ହୋମସ୍କ୍ରିନରେ ଏକ ଭିନ୍ନ ଡୁଡଲ ତିଆରି କରିଛି । ଏହି ଡୁଡଲ ନୂଆ ଦ୍ୱିଲ୍ଲୀର ଜଣେ ପ୍ରତିଭାଶାଳୀ କଳାକାର ନମ୍ରିତା କୁମାର ତିଆରି କରିଛନ୍ତି । ଯାହା ଦେଶର ସମୃଦ୍ଧି ଓ ବିବିଧ ପରମ୍ପରାକୁ ପ୍ରତିଫଳିତ କରେ ।

ଡୁଡଲରେ କଣ ବିଶେଷ ଅଛି :
୧୯୪୭ ମସିହାରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା । ଯେଉଁ ସମୟରେ ଭାରତ ବ୍ରିଟିଶ ଶାସନରୁ ସ୍ୱାଧିନ ହୋଇଥିଲା । ଏହି ଡୁଡଲ ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସମୃଦ୍ଧି ବୟନ ଶିଳ୍ପ ପରମ୍ପରାକୁ ପ୍ରଦର୍ଶନ କରିଛି । ନମ୍ରିତା ଏହି ଡୁଡଲ ତିଆରି କରିବା ପଛରେ ତାଙ୍କ ଚିନ୍ତା ଓ ପ୍ରେରଣା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ଏହି ଡୁଡଲ ମଧ୍ୟମରେ ସେ ଦେଶର ଭୌଗଳିକ କ୍ଷେତ୍ରକୁ ସମାନ ଭାବେ ଦେଖାଇବା ପାଇଁ ଚାହିଁଥିଲେ । ନମ୍ରିତା କହିଛନ୍ତି କି ସୃଜନଶୀଳ ପ୍ରକ୍ରିୟାରେ ଭାରତର ପୋଷାକ ଓ ଦେଶର ପରିଚୟ ସହିତ ଗଭୀର ସଂଯୋଗକୁ ସମ୍ମାନ କରିବା ତାଙ୍କର ଲକ୍ଷ ଥିଲା । ଗୁଗଲ ଯେଉଁ ଡୁଡଲ ତିଆରି କରିଛି ସେଥିରେ ବିଭିନ୍ନ ଅଞ୍ଚଳର କୁଶଳୀ କାରିଗର, କୃଷକ, ବୁଣାକାର, ମୁଦ୍ରାଣୀ ଓ ଆମ୍ବ୍ରୋଡୋରିର ସାମୂହିକ କାରିଗରର ପ୍ରମାଣ ଦୃଶ୍ୟମାନ ହୋଇଛି ।

ଡୁଡଲ ଏପରି କେବେ ଠାରୁ କରିଆସୁଛି :
ଗୁଗଲ ପ୍ରାୟ ଦୁଇ ଦଶନ୍ଧିରୁ ଏପରି କରି ଆସୁଛି । ପ୍ରତି ବର୍ଷ ଡୁଡଲ ଭାରତୀୟ ସଂସ୍କୃତି ଓ ଇତିହାସକୁ ଏକ ଭିନ୍ନ ଭାବରେ ସମ୍ମାନ କରିଆସେ । ଭାରତର ସ୍ୱାଧିନତା ଦିବସ ଉତ୍ସବରେ ଗୁଗଲ ପ୍ରଥମ ଡୁଡଲ ୨୦୦୪ରେ ଲାଇଭ୍‌ କରିଥିଲା । ଯେଉଁଥିରେ ଜାତୀୟ ପତକାର ଏକ ସରଳ ଚିତ୍ର ଥିଲା । ଏହା ଗୁଗଲ ର ହୋମସ୍କ୍ରିନ୍‌ରେ ଦେଖିବା ପାଇଁ ମିଳିଥିଲା । ସମସ୍ତ ପ୍ରମୁଖ ଛୁଟିଦିନ ପାଳନ କରିବା ଥିଲା ଏହାର ଉଦେଶ୍ୟ । ଯେପରି ସମସ୍ତ ଉତ୍ସବ ଓ ପ୍ରମୁଖ କଳାକାର, ବୈଜ୍ଞାନିକମାନଙ୍କ ସ୍ମୃତିରେ ଡୁଡଲ ସେମାନଙ୍କୁ ସମ୍ମାନିତ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.