ଏଠି ପ୍ରଶିକ୍ଷିତ ଯୁବକ, ଯୁବତୀ ନୁହନ୍ତି, ବରଂ ହାତୀ ନିଜ ଗୋଡ଼ରେ କରିଥାଏ ମଣିଷର ମସାଜ !

ଏ ପର୍ଯ୍ୟନ୍ତ ଆପଣ ମସାଜ ପାର୍ଲରଗୁଡ଼ିକରେ ପୁଅ, ଝିଅମାନଙ୍କୁ ମସାଜ କରୁଥିବାର ଦେଖିଥିବେ। କିନ୍ତୁ କେବେ ଆପଣ ଏହା ଭାବିଛନ୍ତି କି, ଯଦି ଗୋଟିଏ ହାତୀ ଆପଣଙ୍କୁ ମସାଜ କରିବ, ତେବେ ଆପଣ କିପରି ଅନୁଭବ କରିବେ? ଏହା ଶୁଣିବାରେ ବଡ଼ ଅଜବ ଲାଗୁଥିବ, କିନ୍ତୁ ବାସ୍ତବରେ ଏଭଳି ମସାଜ ଥାଇଲାଣ୍ଡରେ ହାତୀମାନଙ୍କ ଦ୍ୱାରା କରାଯାଉଛି। ଏହି ହାତୀମାନେ ପ୍ରଶିକ୍ଷିତ।

elephant

ଏଠି ୩୦୦୦ କିଲୋ ଓଜନର ହାତୀଙ୍କ ଗୋଡ଼ ଦ୍ୱାରା ଗ୍ରାହକମାନଙ୍କୁ ମସାଜ କରାଯାଇଥାଏ। ହାତୀ ନିଜ ଗୋଡ଼ ଦ୍ୱାରା ମଣିଷର ଶକ୍ତ ଏବଂ କୋମଳ ଅଙ୍ଗଗୁଡ଼ିକୁ ମସାଜ କରିଥାଏ। ଥାଇଲାଣ୍ଡର ଚାଙ୍ଗ ମଇରେ ହାତୀମାନଙ୍କଠାରୁ ମସାଜ ପାଇବା ପାଇଁ ଦୂର ଦୂରରୁ ଆସୁଥିବା ପର୍ଯ୍ୟଟକମାନେ ବହୁତ ଉତ୍ସାହିତ ଥାଆନ୍ତି।

elephant3

ତେବେ ମସାଜ ସମୟରେ ହାତୀଠାରୁ ଅଳ୍ପ ଦୂରରେ ପ୍ରଶିକ୍ଷକ ଉପସ୍ଥିତ ରହିଥାଏ, ଯିଏ କି ହାତୀକୁ ନିର୍ଦ୍ଦେଶ ଦେଇଥାଏ। ଏଠାରେ ହାତୀ ନିଜ ଗୋଡ଼ ଛଡ଼ା ଶୁଣ୍ଢରେ ବି ମସାଜ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.