ଏହି ଶତାବ୍ଦୀର ଶେଷରେ ମଣିଷ ବଞ୍ଚିବେ ୧୮୦ ବର୍ଷ, ମତ ଦେଲେ ବିଶେଷଜ୍ଞ

ଆଜିର ବିଜ୍ଞାନ ଅନେକ ଆଗରେ ରହିଛି । ଏମିତିକି ଅନେକ ମେସିନ ଓ ମଣିଷ ପରି ରୋବୋଟ ମଧ୍ୟ ତିଆରି କରିବାର ସକ୍ଷମ ମଧ୍ୟ ବୈଜ୍ଞାନିକଙ୍କ ପାଖରେ ରହିଛି । ପୁଣି ବୈଜ୍ଞାନିକମାନେ ମଧ୍ୟ ମଣିଷର ଜୀବନସୀମା ଉପରେ ମଧ୍ୟ ଏବେ ଗବେଷଣା କରିବା ଆରମ୍ଭ କରିଦେଇଛନ୍ତି । ଏକ ପରୀକ୍ଷାରୁ ଜଣା ପଡିଛି ଯେ ଏହି ଶତାବ୍ଦୀର ଶେଷ ସୁଦ୍ଧା ମଣିଷ ୧୮୦ ବର୍ଷ ବଞ୍ଚିବାକୁ ସକ୍ଷମ ହେବ। ବର୍ତ୍ତମାନର ଯୁଗରେ ଯେଉଁଠି ୧୦୦ ବର୍ଷ ବଞ୍ଚିବା ମଧ୍ୟ ଲୋକଙ୍କ ପାଇଁ ଏକ ସ୍ୱପ୍ନ ହୋଇଛି, ସେଠି ଏହି ବୈଜ୍ଞାନିକଙ୍କର ଏହି ୧୮୦ ବଞ୍ଚିବା କଥାକୁ ଶୁଣି ଲୋକମାନେ ଉତ୍ସାହିତ ହୋଇପଡିଛନ୍ତି । ଅନେକ ଲୋକଙ୍କର ଜୀବନରେ ଅମର ରହିବାର ଇଚ୍ଛା ଅଛି, ଯାହା ଜୀବନର ଶେଷ ପର୍ଯ୍ୟନ୍ତ ମଧ୍ୟ ପୂରଣ ହୋଇନଥାଏ। କାରଣ ଆମେ ଦୁନିଆରେ ଜନ୍ମ ନେଇଛୁ ମାନେ ମୃତ୍ୟୁ ନିଶ୍ଚିତ କିନ୍ତୁ ଜୀବନ ଶୈଳୀକୁ ପରିବର୍ତ୍ତନ କରି ଆୟୁଷ ବଢାଯାଇପାରେ ।

old person
Picture Credit – Daily Star

ତେବେ କାନାଡାର HEC ମଣ୍ଟ୍ରିଆଲ୍ର ସହକାରୀ ପ୍ରଫେସର ଲିଓ ବେଲଜିଲ୍ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ମଣିଷ ପ୍ରାୟ ୨୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ସକ୍ଷମ ହେବ । କିନ୍ତୁ ଏହା ଅନେକଙ୍କ ପାଇଁ ଭଲ ହୋଇଥିବା ବେଳେ ପ୍ରାୟ ୮୦ ପ୍ରତିଶତ ଲୋକଙ୍କ ପାଇଁ ନିଜ ଜୀବନ ପୁରୁଣା ଗାଡିକୁ ଠିକ କରି ଚଲାଇବା ପରି ହେବ । ଡେଲି ମେଲର ରିପୋର୍ଟ ଅନୁଯାୟୀ, ଯେତେବେଳେ ଲୋକମାନେ ବୃଦ୍ଧ ହୁଅନ୍ତି, ସେତେବେଳେ ସେମାନଙ୍କୁ ତାଙ୍କର ବିଭିନ୍ନ ପ୍ରକାରର ରୋଗ ପାଇଁ ଅଧିକରୁ ଅଧିକ ଚିକିତ୍ସା ସେବା ଆବଶ୍ୟକ ହୁଏ ଏବଂ ସେମାନଙ୍କର ଖର୍ଚ୍ଚ ମଧ୍ୟ ବଢିଥାଏ ।

 

ତେଣୁ ଯଦି ଜଣେ ମଣିଷ ଏହି ଯୁଗରେ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚୁଛି ତେବେ ସେ ରୋଗରେ ପଡିବ ନିଶ୍ଚିତ । ପୁଣି ସେ ତାର ଅଧା ଜୀବନ କେବଳ ଦୁଖରେ ବି କାଟିପାରେ କାରଣ ବର୍ତ୍ତମାନ ଯେଉଁଭଳି ପରିବେଶ ରହୁଛି । ଯଦି ଏତେ ବର୍ଷ ମଣିଷ ବଞ୍ଚି ରହେ ଆଉ ନିଜର ଠିକ ଭାବେ ଯତ୍ନ ନ ନିଏ ତେବେ ତାର ଜୀବନ ବୃଥା ।
ପ୍ରଫେସର ବେଲଜିଲଙ୍କ ଅନୁଯାୟୀ, ଜଣେ ଯଦି ଅଧିକ ସମୟ ବଞ୍ଚି ରହେ ତାଙ୍କୁ ନିଜ ବୃଦ୍ଧ କାଳରେ ସମସ୍ତଙ୍କ ଉପରେ ନିର୍ଭର କରିବାକୁ ପଡିବ ଓ ଏହା ସହିତ ଅଧିକ ମେଡିସିନର ମଧ୍ୟ ଆବଶ୍ୟକ ପଡିବ । ପୁଣି ଅଧିକ ସମୟ ବଞ୍ଚିଲେ ବୃଦ୍ଧ ବୟସରେ ଲୋକେ ଅନେକ ରୋଗର ମଧ୍ୟ ଶିକାର ହେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.