ସ୍ୱପ୍ନରେ ବାରମ୍ବାର ଭଗବାନ ଆସୁଥିଲେ ବୁଝିଯାଆନ୍ତୁ ଯେ ଆପଣ…

ଭକ୍ତଙ୍କ ଉପରେ ଭଗବାନ ସବୁବେଳେ ନିଜ କୃପା ଦୃଷ୍ଟି ରଖିଥାନ୍ତି। କିଛି ଅସୁବିଧା ଆସିବାକୁ ଥିଲେ ସେ ନେଇ ଭଗବାନ ପୂର୍ବରୁ ସୂଚନା ଦେଇଥାନ୍ତି। କିନ୍ତୁ ଲୋକମାନେ ଭଗବାନଙ୍କର ଏହି ପୂର୍ବ ସୂଚନାକୁ ବୁଝିପାରନ୍ତି ନାହିଁ। ତେବେ ଆମେ ଆଜି ଆପଣଙ୍କୁ କିଛି ଏଭଳି ମାଧ୍ୟମ ବିଷୟରେ କହିବୁ ଯାହା ସାହାଯ୍ୟରେ ଆପଣ ଭଗବାନଙ୍କ ସଙ୍କେତ ବୁଝିପାରିବେ।
ଜ୍ୟୋତିଷଶାସ୍ତ୍ର ଅନୁସାରେ ସ୍ୱପ୍ନ ଆମକୁ ଭବିଷ୍ୟତର ଝଲକ ଦେଖାଇଥାଏ। ପ୍ରତି ରାତିରେ ଲୋକମାନେ ବିଭିନ୍ନ ଠାକୁରଙ୍କୁ ସ୍ୱପ୍ନରେ ଦେଖିଥାନ୍ତି। କିନ୍ତୁ ଏହାର ଅର୍ଥ ବୁଝିପାରନ୍ତି ନାହିଁ। ଯଦି ଆପଣ ବି ସ୍ୱପ୍ନରେ ଭଗବାନଙ୍କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ସ୍ୱପ୍ନରେ ଭଗବାନ ଆସିବା ଶୁଭ ହୋଇଥାଏ।
ବିଶ୍ୱାସ ରହିଛି ଯେ ଯେଉଁମାନଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଥାଏ ସେମାନଙ୍କୁ ସ୍ୱପ୍ନରେ ଭଗବାନ ଦେଖାଯାଆନ୍ତି। ଆପଣ ସମସ୍ତ ବିପଦରୁ ମୁକ୍ତ ବୋଲି ସ୍ୱପ୍ନ ମାଧ୍ୟମରେ ଭଗବାନ ସଙ୍କେତ ଦେଇଥାନ୍ତି। ଯଦି ଆପଣଙ୍କୁ ସମାଜରେ ମାନସମ୍ମାନ ମିଳୁଛି ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଛି। ଭଗବାନ ଆପଣଙ୍କର କିଛି ଅନିଷ୍ଟ ହେବାକୁ ଦେବେ ନାହିଁ।