କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଏହି ଦେବାଦେବୀଙ୍କ ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ, ପୂର୍ଣ୍ଣ ହେବ ସବୁ ମନସ୍କାମନା

ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଗବାନଙ୍କ ଆଶୀର୍ବାଦ ନିଆଯାଏ। ଶାସ୍ତ୍ରାନୁସାରେ ଏହାକୁ ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଭଗବାନଙ୍କ ପ୍ରତି ବିଶ୍ଵାସ ରଖିବା ଦ୍ୱାରା ମଧ୍ୟ ଜୀବନରେ ଉନ୍ନତି ହୋଇଥାଏ। ଏଣୁ ଯେତେବେଳେ ବି ଆପଣ କୌଣସି ଶୁଭ କାର୍ଯ୍ୟ କରୁଛନ୍ତି ତେବେ ଏହି ୩ ଭଗବାନଙ୍କ ଆଶୀର୍ବାଦ ନେବା ଜରୁରୀ। ଆସନ୍ତୁ ଜାଣିବା ଶୁଭ କାର୍ଯ୍ୟ କରିବା ପୂର୍ବରୁ କେଉଁ ଦେବାଦେବୀଙ୍କ ଆଶୀର୍ବାଦ ନେବା ଜରୁରୀ…

ଯଦି ଆପଣ କୌଣସି ବେପାର କରୁଛନ୍ତି, ତେବେ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ। ମା’ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଧନ-ସମ୍ପତ୍ତି ବୃଦ୍ଧି ହୋଇଥାଏ। ଏଥିସହ ପରିବାରରେ ଖୁସି ଲାଗିରହେ। ମା’ଲକ୍ଷ୍ମୀଙ୍କ ପୂଜା କରିବା ବେଳେ ଚାନ୍ଦିର ମୁଦ୍ରା ଅର୍ପଣ କରନ୍ତୁ।

ମାତା ପାର୍ବତୀ ଓ ଭଗବାନ ଶିବଙ୍କ ପୁତ୍ର ଗଣେଶଙ୍କ ପୂଜା କରିବା ଦ୍ୱାରା ସବୁ କାର୍ଯ୍ୟ ସଫଳ ହୋଇଥାଏ। କୁହାଯାଏ, ପ୍ରତ୍ୟେକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଗଣପତିଙ୍କ ଆରାଧନା କରିବା ଶୁଭ ହୋଇଥାଏ।

ଯଦି ଆପଣ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଶିବଙ୍କ ପୂଜା ନିଶ୍ଚୟ କରନ୍ତୁ। ବିଶ୍ୱାସ ରହିଛି ଯେ ମହାଦେବ ସବୁ ଦୁଃଖ ଦୂର କରନ୍ତି। ଏଥିସହ କାର୍ଯ୍ୟ କରିବାକୁ ଶକ୍ତି ମଧ୍ୟ ଦେଇଥାନ୍ତି। ଶିବଙ୍କ ସହ ପାର୍ବତୀଙ୍କ ପୂଜା କରିବା ମଧ୍ୟ ଶୁଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.