ବିବାହ ହେଉନାହିଁ କିମ୍ବା ବାରମ୍ବାର ଭାଙ୍ଗି ଯାଉଛିକି, ତେବେ ଆପଣଙ୍କ ପାଇଁ କାଲି ଅଛି ସୁବର୍ଣ୍ଣ ସୁଯୋଗ

ବର୍ଷର କିଛି ଦିନକୁ ଅତି ଖାସ ବା ସ୍ପେଶାଲ ଭାବରେ ଧରାଯାଏ । ଆଉ ଏଭିତରୁ କେତେ ଗୁଡିଏ ଦିନକୁ ବିବାହ ପାଇଁ ଅତି ଶୁଭ ଧରାଯାଏ । ଆଉ ସେଭିତରୁ ଗୋଟିଏ ଦିନ ହେଉଛି ବିବାହ ପଞ୍ଚମୀ । ବିଶ୍ୱାସ କରାଯାଏକି ପ୍ରଭୁ ଶ୍ରୀରାମ ଓ ମା ସୀତାଙ୍କର ବିବାହ ଏହି ଦିନ ହୋଇଥିଲା । ଓଡ଼ିଆ କ୍ୟାଲେଣ୍ଡର ଦୃଷ୍ଟିରୁ ଦେଖିଲେ ମାର୍ଗଶିର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ “ବିବାହ ପଞ୍ଚମୀ” ଭାବରେ ଧରାଯାଏ । ବିବାହ ନେଇ ଇଚ୍ଛା ରଖୁଥିବା କିମ୍ବା ଯେଉଁ ମାନଙ୍କର ବିବାହ ହୋଇପାରୁନି ସେମାନଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ । କିଛି ବିଶେଷ ପୂଜା ପାଠ କଲେ ମନୋବାଞ୍ଛା ପୁରଣ ହେବା ସହିତ ମନଲାଖି ବର ପାଇବେ ବୋଲି ବିଶ୍ୱାସ ରହିଛି ।

ଅନ୍ୟ ଦୃଷ୍ଟିରୁ ଦେଖିଲେ ଏହି ଦିନ ପ୍ରଭୁ ରାମ ଓ ମା’ ସୀତାଙ୍କ ବିବାହ ହୋଇଥିବାରୁ କିଛି ସ୍ଥାନରେ ବିବାହ ତିଥିକୁ ନେଇ ଏହାକୁ ଶୁଭ ଧରାଯାଉଥିବା ବେଳେ କିଛି ସ୍ଥାନରେ ଏହାକୁ ଅଶୁଭ ଧରାଯାଏ । ମା ସୀତାଙ୍କର ବୈବାହିକ ଜୀବନ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଥିବାରୁ ଏହି ଦିନ ବିବାହ ହେଲେ ବିବାହିତ ମହିଳାଙ୍କ ଜୀବନରେ ଦୁଃଖ ଘୋଟି ଆସିଥାଏ ବୋଲି ଧାରଣା ରହିଛି । ସ୍ଵୟମ ନାରାୟରଣଙ୍କ ଅବତାରକୁ ବିବାହ କରିଥିଲେ ମଧ୍ୟ ତାଙ୍କ ଜୀବନରେ କେବଳ ଦୁଃଖ ହିଁ ଦୁଃଖ ଥିଲା । ବନବାସ ଗସ୍ତ, ମିଛ ଲାଞ୍ଚନା, ବିବାହ ବିଚ୍ଛେଦ ଏମିତି କେତେ କଣ ସହିବାକୁ ପଡିଥିଲା ମା ସୀତାଙ୍କୁ । ତେଣୁ ଭାରତର ଅଧିକାଂଶ ସ୍ଥାନରେ କନ୍ୟାପିତା ମାନେ ନିଜ କନ୍ୟାଙ୍କୁ ଏହି ଦିନ ବିବାହ ଦେବାକୁ ରାଜି ହୁଅନ୍ତି ନାହିଁ ।

ଅନ୍ୟ ଦୃଷ୍ଟିରୁ ଦେଖିଲେ ଅବିବାହିତ ପୁଅ କିମ୍ବା ଝିଅ ମାନଙ୍କ ପାଇଁ ବି ଏହି ଦିନଟି ଖୁବ ଖାସ । ଧ୍ୟାନ ସହକାରେ ପୂଜାର୍ଚ୍ଚନା କଲେ ପ୍ରଭୁଙ୍କ ଆଶୀର୍ବାଦ ମିଳିବା ସହିତ ମନୋବାଞ୍ଛା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସକାଳୁ ଉଠି ଗାଧୁଆ ପାଧୁଆ ସାରି ରାମଚନ୍ଦ୍ର ଓ ମା’ଙ୍କ ବିବାହ ସମୟର ଏକ ଫଟୋ ସ୍ଥାପନ କରନ୍ତୁ । ଚନ୍ଦନ, ସିନ୍ଦୁର ଆଦି ଲଗେଇବା ପରେ ଶ୍ରୀରାମଙ୍କୁ ହଳଦିଆ ବସ୍ତ୍ର ଓ ମା”ଙ୍କୁ ଲାଲ ବସ୍ତ୍ର ଦାନ କରନ୍ତୁ । ଏହା ପରେ ମନ ଧ୍ୟାନ ଦେଇ ଆଳତି କରନ୍ତୁ । ବିଭିନ୍ନ ପ୍ରକାରର ମିଠା ଭୋଗ ଆକାରରେ ଲଗାନ୍ତୁ । ଏହା ପରେ ଗଣ୍ଠି ପଡିଥିବା ଏହି କପଡାକୁ ନିଜ ପାଖରେ ରଖନ୍ତୁ । ବିଶ୍ୱାସ ରହିଛିଯେ ଏମିତି କରିବା ଦ୍ୱାରା ବିବାହ ନେଇ ଥିବା ସମସ୍ତ ଆଶା ପୂରଣ ହୋଇଥାଏ | ବିବାହ ନେଇ ଆସୁଥିବା ସମସ୍ତ ବାଧାବିଘ୍ନ ଟଳି ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.