ନାତି ହେବା ଖୁସିରେ କିନ୍ନରଙ୍କୁ ଜେଜେବାପା ଦାନ କଲେ ୧୫ଲକ୍ଷର ଉପହାର, ଯାହା ଏବେ ସବୁଠି ଚର୍ଚ୍ଚା

ହରିୟାଣାର ରେବାଡିରୁ ଆସିଛି ଏକ ଚକିତ କରିଦେବା ଘଟଣା । ଯେଉଁଠାରେ ଜଣେ ବୃଦ୍ଧ ନାତି ହେବା ଖୁସିରେ ଏକ ପ୍ଳଟ୍ ଉପହାର ସ୍ୱରୂପ ଦାନ କରିଦେଇଛନ୍ତି । ତେବେ ଏହି ଉପହାର ଆଉ କାହାକୁ ନୁହେଁ  ବରଂ କିନ୍ନର ମାନଙ୍କୁ ଦେଇଛନ୍ତି ବୃଦ୍ଧ ଜଣଙ୍କ ।

ହରିୟାଣା: ହରିୟାଣାର ରେବାଡିରୁ ଆସିଛି ଏକ ଚକିତ କରିଦେବା ଘଟଣା । ଯେଉଁଠାରେ ଜଣେ ବୃଦ୍ଧ, ନିଜର ନାତି ହେବା ଖୁସିରେ ଏକ ପ୍ଳଟ୍ ଉପହାର ସ୍ୱରୂପ ଦାନ କରିଦେଇଛନ୍ତି । ତେବେ ଏହି ଉପହାର ଆଉ କାହାକୁ ନୁହେଁ  ବରଂ କିନ୍ନରମାନଙ୍କୁ ଦାନ କରି ଦେଇଛନ୍ତି ବୃଦ୍ଧ ଜଣଙ୍କ । ଜେଜେ ଶମଶେର ସିଂ ପେଶାରେ ଜଣେ ବଡ ଜମିଦାର, ତାଙ୍କ ପାଖରେ  ବହୁତ ଜମି ରହିଛି । ତେବେ ଶମଶେର ସିଂଙ୍କ ପୁଅ ପ୍ରବୀନ୍ ୟାଦବ ବି ପେଶାରେ ଜଣେ ଆଡଭୋକେଟ୍ ।

ସୂଚନା ମୁତାବକ, ଏଇ କିଛି ଦିନ ହେବ ପ୍ରବୀନ୍ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି । ତାଙ୍କ ପତ୍ନୀଙ୍କର ଏହା ପ୍ରଥମ ସନ୍ତାନ । ଏ ପରିପେକ୍ଷୀରେ କିନ୍ନର ମାନେ ଆଶୀର୍ବାଦ ସହ ଶୁଭେଚ୍ଛା ଜଣାଇବା ପାଇଁ ଶମଶେରଙ୍କ ଘରେ ଆସି ପହଁଚିଥିଲେ । ନାଚ, ଗୀତରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶକୁ ।

୧୦ ମିନଟ୍ ଧରି ନାଚ ଗୀତ କରିବା ପରେ କିନ୍ନର ମାନେ ତାଙ୍କ ପାଉଣା ମାଗିଥିଲେ । ସେହି ସମୟରେ ତୁରନ୍ତ ଜେଜେ ଶମଶେର ସିଂ ୯୦୦ ସ୍କୋୟାରଫୁଟ୍ ର ଏକ  ପ୍ଳଟ୍ କିନ୍ନରମାନଙ୍କୁ ଦାନ କରିଦେଇଥିଲେ । ଯାହାର ଆନୁମାନିକ ପାଖାପାଖି ୧୨ ରୁ ୧୫ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଯାହାକୁ ପାଇବା ପରେ କିନ୍ନର ମାନେ ଖୁସିରେ ଆତ୍ମ ବିଭୋର ହୋଇପଡିଥିଲେ ।

ତେବେ  ଶମଶେର ଏହି ପ୍ଳଟଟିକୁ ଦାନ କରିସାରିବା ପରେ ଯେତେବେଳେ କିନ୍ନର ମାନଙ୍କୁ ପଚାରିଥିଲେ ଯେ ସେମାନେ ଏହି ପ୍ଳଟ୍ ରେ କଣ କରିବେ, ଉତ୍ତରରେ କିନ୍ନରମାନେ କହିଥିଲେ କି ସେମାନେ ଏଠାର ପଶୁମାନଙ୍କୁ ପାଳିବେ । ଏହି ଉତ୍ତର ଶୁଣି ଶମଶେର କହିଥିଲେ ବହୁତ ଭଲ କଥା ଯଦି ମଇଁଷି  ଦରକାର ତେବେ ତାକୁ ମଧ୍ୟ ଦେଇଦେବେ  ବୋଲି କହିଥିଲେ ଶମଶେର ।

ଏଠାରେ ସୂଚନା ଥାକି, ଏହି ପ୍ଳଟ୍ ଟି ସହରର ଜ୍ଜଝର ରୋଡର ଇନ୍ଦରା କଲୋନୀ ଏବଂରାମସିଂହପୁରା ମଝିରେ ଅବସ୍ଥିତ । ତେବେ ଏହି ଅବସରରେ କିନ୍ନର ସପନା ଗୁରୁ, ହେନା, କୋମଲ ଶମଶେର ସିଂଙ୍କ ଘରେ ପହଁଚିଥିଲେ । ଏପଟେ ଏଭଳି ଏକ ଘଟଣା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.